Home ଜିଲ୍ଲା ପରିକ୍ରମା ଧାମରାଇ ମଣ୍ଡଳ ପକ୍ଷରୁ ସଂକଳ୍ପ ଅଭିଯାନ ଏବଂ ଦ୍ୱୀପ ପ୍ରଜ୍ୱଳନ ଓ ବୃକ୍ଷରୋପଣ

ଧାମରାଇ ମଣ୍ଡଳ ପକ୍ଷରୁ ସଂକଳ୍ପ ଅଭିଯାନ ଏବଂ ଦ୍ୱୀପ ପ୍ରଜ୍ୱଳନ ଓ ବୃକ୍ଷରୋପଣ

1

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ବାର୍ଷିକ ଉପଲକ୍ଷେ ମା ଧାମରାଇ ମଣ୍ଡଳ ପକ୍ଷରୁ ସଂକଳ୍ପ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ ମା ଧାମରାଇ ମନ୍ଦିରରେ ବେଢା ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବା ପରେ ଶତାଧ୍ଖଳ ବିଜେପି କର୍ମୀ ଧାମରାଇଙ୍କ ମନ୍ଦିରରେ ପହଂଚି ପୂଜାର୍ଚନା କରିବା ପରେ ସମୂହଭାବେ ଦ୍ୱୀପ ପ୍ରଜ୍ୱଳନ କରିଥିଲେ। ସେ ନିଜ ବକ୍ତବ୍ୟରେ ନରେନ୍ଦ୍ର ମୋଦୀ କିପରି ଭାରତର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନିଜକୁ ପ୍ରତିପାଦନ କରିବା ସହ ଅନ୍ୟ ରାଷ୍ଟ୍ର ରେ ଭାରତର ଟେକ ରଖିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ। ଏଥିସହ ସେ ଏଭଳି ବିରଳ ବ୍ୟକ୍ତିତ୍ୟ ଭାବେ ନିଜକୁ ପ୍ରତିପାଦନ କରିଥିବା ବେଳେ ଆଜି ଭଳି ଦିନରେ ସମସ୍ତ ବିଜୟର ସେ ପ୍ରମୁଖ ସ୍ଥପତି ହୋଇ ପାରିଛନ୍ତି ସେ ବିଷୟରେ ନିଜର ବକ୍ତବ୍ୟ ରଖିବା ସହ ମୋଦୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ।ଆଜି ହୋଇଥିବା ଦ୍ୱୀପ ପ୍ରଜ୍ୱଳନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ, ଧାମରା ସମିତି ସଭ୍ୟ ପାପା ଜେନା,ଅଭିମନ୍ୟୁ ରାଉତ, ସୁବାଶ ଦାସ, ରୁଦ୍ର ମହାନ୍ତି, ରମେଶ ବାରିକ, ସନ୍ଦୀପ ମହାନ୍ତି, ନିକୁଞ ମଲିକ, ଅକ୍ଷୟ ବେହେରା, ମାନସ ନାୟକ, ବସନ୍ତ ଖିଲାର,ଶରତ ଦଳେଇ, ଦେବବ୍ରତ ବିଶ୍ୱାଳ, ଅମଳେନ୍ଦୁ ବେରା, ଶୁକଦେବ ମଣ୍ଡଳ,ପ୍ରହ୍ଲାଦ ସ୍ୱାଇଁଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବକ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.