Home କଳାହାଣ୍ଡି ଋାଜ୍ୟସ୍ତରୀୟ ପାଣିପଂଚାୟତ କର୍ମଶାଳାରେ ଧର୍ମଗଡ କ୍ଷୁଦ୍ର ଜଳସେଚନ ବିଭାଗ ପୁରଷ୍ଟୃତ

ଋାଜ୍ୟସ୍ତରୀୟ ପାଣିପଂଚାୟତ କର୍ମଶାଳାରେ ଧର୍ମଗଡ କ୍ଷୁଦ୍ର ଜଳସେଚନ ବିଭାଗ ପୁରଷ୍ଟୃତ

146


କଳାହାଣ୍ଡି ତା୦୩.୦୨.୨୦୨୦ (ଓଡିଆପୁଅ) ରାଜ୍ୟସ୍ତରୀୟ ପାଣିପଂଚାୟତ କର୍ମଶାଳାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ କ୍ଷୁଦ୍ର ଜଳସେଚନ ବିଭାଗ ପୁରଷ୍ଟୃତ ହୋଇଥିବା ଜଣାପଡିଛି । ଓଡିଶା କୃଷି ଓ ବୈଷୟୀକ ବିଶ୍ୱ ବିଦ୍ୟାଳୟସଯତିତ ଏମଏସ ସ୍ୱାମୀନାଥନ ହଲରେ ଜଳସଂପଦ ବିଭାଗ ପ୍ରମୂଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟ ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ରଘୁନନ୍ଦନ ଦାସ ମୂଖ୍ୟ ଅତିଥି ଯୋଗ ଦେଇଥିଲେ । ଜଳସେଚନ କ୍ଷେତ୍ରରେ ଉତମ ଜଳ ପରିଚାଲନା, କେନାଲ ରକ୍ଷଣା ବେକ୍ଷଣ ପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚହକା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପୁରଷ୍କୃତ କରାଯାଇଥିବା ବେଳେ ଧର୍ମଗଡ ଏସଡିଓ ଇଂ ଧୀରେନ୍ଦ୍ର କୁମାର ନାଏକ ଏବଂ ନିର୍ବାହୀ ଯନ୍ତ୍ରୀ ତଥା କେବିକେ ଅଧିକ୍ଷଣ ଯନ୍ତ୍ରୀ ମୂଖ୍ୟ ଅତିଥିଙ୍କ ଠାରୁ ପୁରଷ୍କାର ଗ୍ରଷଣ କରିଥିଲେ । ଏହି ଅବସରରେ ପାଣିପଂଚାୟତ ଗୁଡିକର ସାମୁହିକ ଦାୟୀତ୍ୱ ନିର୍ବାହ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚହକା ପ୍ରକଳ୍ପ ଅଧିନସ୍ଥ ମାଉଳୀ ପାଣିପଂଚାୟତକୁ ପୁରଷ୍କୃତ କରାଯାଇଥିବା ବେଳେ ସଂପାଦକ ଶରତ କୁମାର ଭୋଇ ମାନ୍ୟବର ମୂଖ୍ୟ ଅତିଥିଙ୍କ ଠାରୁ ପୁରଷ୍କାର ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.