Home ଅପରାଧ  କଳାହାଣ୍ଡି ରେ ବନ୍ଧୁକ ମୁନରେ ଡକାୟତି, ପୋଲିସର ତଦନ୍ତ ଜାରୀ

 କଳାହାଣ୍ଡି ରେ ବନ୍ଧୁକ ମୁନରେ ଡକାୟତି, ପୋଲିସର ତଦନ୍ତ ଜାରୀ

67

କଳାହାଣ୍ଡି-୨୬.୧୨.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ପାଶ୍ୱର୍ରେ ଥିବା ଜନୈକ ଶିକ୍ଷକ ଘରୁ ବନ୍ଧୁକ ମୁନରେ ଶୁକ୍ରବାର ରାତିରେ ବଡ ଧରଣର ଡକାୟତି ହୋଇଯାଇଛି ।

କୋକସରା ପୋଲିସ ଥାନା ଅଧିନସ୍ଥ ମୋଟେର ଫାଣ୍ଡି ଅଂଚଳରେ ଶିକ୍ଷକ ଯଯାତି ପଟ୍ଟଯୋଷୀଙ୍କ ଘରେ ଗତକାଲି ବିଲମ୍ବିତ ରାତିରେ ପାଂଚ ଛଅ ଜଣ ମୁଖାଧାରୀ ବ୍ୟକ୍ତି କୌଣସି ଉପାୟରେ ଘର ଭିତରକୁ ପଶିବା ପରେ ବନ୍ଧୁକ ମୁନରେ ପରିବାର ଲୋକଙ୍କୁ ବନ୍ଦ କରିଦେଇ ଆଲମାରୀ ଚାବି ମାଗି ଘରେ ଥିବା ପ୍ରାୟ ୪୦ ଭରି ସୁନା ଅଳଂକାର ଏବଂ ଏକ ବୁଲେଟ ମଟରସାଇକେଲ, ଏଲଇଡି ଟିଭି ଲୁଟି ନେଇଥିବା ଅଭିଯୋଗ ହୋଇଛି ।

 

ଘରଲୋକେ ଡକାୟତ ମାନଙ୍କ ଧମକରେ ଭୟଭୀତ ହୋଇ କୌଣସି ମତେ ଘରୁ ବାହାରି ପାଖ ଲୋକମାନଙ୍କୁ ଡକାଡକି କରିଥିଲେ । ପରେ ପୋଲିସକୁ ଖବର ଦେବାରେ ତୁରନ୍ତ ମୋଟେର ଫାଣ୍ଡି ପୋଲିସ, କୋକସରା ଥାନା ପୋଲିସ ଏବଂ ଧର୍ମଗଡ ଏସଡିପିଓ ଘଟଣାସ୍ଥଳକୁ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ପ୍ରକାଶ । ଏସଂପର୍କରେ କୋକସରା ଥାନା କେଶ ନଂ. ୨୮୬/୨୦୨୦ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚାଲିଥିବା କୋକସରା ଥାନାଧିକାରୀ ବାସୁଦେବ ଛତ୍ରୀଆଙ୍କ ସୂତ୍ରରୁ ପ୍ରକାଶ । ଡକାୟତମାନେ ମୁଖା ପିନ୍ଧିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ କଳାହାଣ୍ଡିଆ ଭାଷାରେ କଥା ହେଉଥିବା ସହିତ ଜଣେ ମୁଖା ପିନ୍ଧି ନଥିବା ପରିବାର ଲୋକେ ପୋଲିସ ପାଖରେ ଜଣାଇଥିବା ପ୍ରକାଶ । ପୋଲିସ ପକ୍ଷରୁ କଳାହାଣ୍ଡିର ସମସ୍ତ ସୀମା ବନ୍ଦ କରାଯାଇ ତନାଘନା ତଦନ୍ତ ଚାଲିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.