Home ଓଡ଼ିଶା ବିଜୁ ଜନତା ଦଳ ର ୨୪ତମ ପ୍ରତିଷ୍ଠା ଦିବସ ଗୋପାଳପୁର ରେ ପାଳିତ

ବିଜୁ ଜନତା ଦଳ ର ୨୪ତମ ପ୍ରତିଷ୍ଠା ଦିବସ ଗୋପାଳପୁର ରେ ପାଳିତ

43

ନୟାଗଡ/୨୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ଗୋପାଳପୁର ସାତ ଦୋଳ ପଡିଆ ଠାରେ ୨୪ ତମ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ଓ ଅନ୍ୟ କର୍ମୀ ମାନେ ରଣପୁର ପଞ୍ଚୁଦୋଳ ପଡିଆରେ ଥିବା ଶହିଦ୍ ରଘୁ ଦିବାକରଙ୍କ ପ୍ରତିମୃର୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ମଟର ସାଇକେଲ ରାଲି ରେ ମା ମଣିନାଗ ଙ୍କ ପୀଠ କୁ ଯାଇଥିଲେ । ସେଠାରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୃର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ଏକ ଶୋଭାଯାତ୍ରା ରେ ଗୋପାଳପୁର ସାତ ଦୋଳ ପଡିଆ କୁ ଯାଇଥିଲେ । ସାତ ଦୋଳ ପଡିଆ ଠାରେ ଅନୁଷ୍ଠିତ ସଭାରେ ପ୍ରଦୀପ ପ୍ରଜ୍ୱଳନ କରି ମଂଚ ଉଦ୍‌ଘାଟନ କରିଥିଲେ ।

ଏଥିରେ ବିଜୁ ଜନତା ଦଳ ର ରାଜ୍ୟ ପ୍ରବକ୍ତା ଡ.ସନ୍ତୋଷ ଲେଙ୍କା, ପୁରୀ ଜିଲ୍ଲା ସାସଂଦ ପ୍ରତିନିଧି ପ୍ରଭାତ କୁମାର ଦଳ ବେହେରା , ଯୁବନେତା ଇଂ.ଦେବାଶିଷ ପଟ୍ଟନାୟକ,ସଚ୍ଚୀକାନ୍ତ ଷଡଙ୍ଗୀ, ରଣପୁରବ୍ଲକ ଅଧକ୍ଷା ନିରୁପମା ପ୍ରଧାନ ଓ ବହୁ ମହିଳା ଯୁବ ନେତା ଯୋଗ ଦେଇଥିଲେ । ବିଜୁ ଜନତା ଦଳ ବ୍ଲକ ସଭାପତି ପାଣ୍ଡବ ସେଠୀ ମଂଚ ପରିଚାଳନା କରିଥିଲେ । ଯୁବ ନେତା ସଚ୍ଚୀକାନ୍ତ ଷଡଙ୍ଗୀ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନିତୀ କୁ ବିରୋଧ କରି ଗର୍ଜନ କରିଥିଲେ । ବିଧାୟକ ସତ୍ୟ ନାରାୟଣ ପ୍ରଧାନ ବିଜୁ ଜନତା ଦଳ କୁ ମଜବୁତ କରି ଗଢିତୋଳିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ କରିଥିଲେ । ଏକ ହଜାର ରୁ ଉର୍ଦ୍ଧ ବିଜୁ ଜନତା ଦଳ ର କର୍ମୀ ଏଥିରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.