Home କଳାହାଣ୍ଡି କଳାହାଣ୍ଡି ରେ ପୁଣି ଲିଫ୍ଟ ଦେଇ ଦୁଷ୍କର୍ମ ଅଭିଯୋଗ

କଳାହାଣ୍ଡି ରେ ପୁଣି ଲିଫ୍ଟ ଦେଇ ଦୁଷ୍କର୍ମ ଅଭିଯୋଗ

128

କଳାହାଣ୍ଡି – ତା୨୨.୧୦.୨୦୧୯ (ଓଡିଆପୁଅ) ବହୁ ଚର୍ଚ୍ଚିତ ଜାରିଙ୍ଗ ଗଣ ଦୁଷ୍କର୍ମ ଅଭିଯୋଗ ଜନମାନସରୁ ଲିଭି ନ ଥିବା ବେଳେ କଳାହାଣ୍ଡିରେ ଲିଫ୍ଟ ଦେଇ ପୁଣି ଏକ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଲି ଘଟଣାରେ କଳାହାଣ୍ଡି ଜିଲ୍ଲା ସମଗ୍ର ରାଜ୍ୟରେ ବଦନାମ ହେଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଜୟପାଟଣା ଥାନାରେ ଏନେଇ ପୀଡିତା ପକ୍ଷରୁ ଲିଖିତ ଅଭିଯୋଗ ହେବାପରେ ପୋଲିସ କେଶ ନଂ.୨୬୯/୨୦୧୯ ଦଫା ୩୭୬/୨(ଏନ) ଅନୁଯାୟୀ ଏକ କେଶ ରୁଜ୍ଜୁ କରି ସବଇନିସପେକ୍ଟର ଲିଙ୍ଗରାଜ ସେଠୀ ତଦନ୍ତ କରୁଥିବା ଜଣାପଡିଛି । ପୀଡିତା ଜଣକ ଭୂବନେଶ୍ୱର ସ୍ଥିତ ଚେତନା କଲେଜରେ ସିଟି ପଢୁଥିବା ବେଳେ ଦଶହରା ଛୁଟି ଅବସରରେ ଗତ ୪ତାରିଖ ସଂଧ୍ୟାରେ ଭୂବନେଶ୍ୱରରୁ ଗତ ଚକାଡୋଲା ବସରେ ଜୟପାଟଣା ଥାନା ଅନ୍ତର୍ଗତ ନିଜ ଗ୍ରାମକୁ ଫେରିବା ବାଟରେ ପରଦିନ ସକାଳେ ଭବାନୀପାଟଣା ବସଷ୍ଟାଣ୍ଡରେ ଶୌଚାଳୟ ଯିବାପାଇଁ ଓହ୍ଲାଇଥିବା ପୋଲିସ ଆଗରେ ପୀଡିତା କହିଥିବା ପ୍ରକାଶ । ଇତ୍ୟବସରରେ ବସ ଛାଡିଦେଇଥିବା ହେତୁ ସେଠାରେ ଅପେକ୍ଷା କରିଥିବା ସମୟରେ ଜନୈକ ଯୁବକ ଏକ କାର ରେ ଆସି ପୀଡିତାକୁ ଯିବାକୁ ପଚାରିବାରୁ ଜୟପାଟଣା ଆଡେ କାର ଯାଉଥିବା ଜାଣି ଏବଂ କାରରେ ଫେମିଲି ବସିଥିବା ହେତୁ ସେ ରାଜି ହୋଇ ଉକ୍ତ କାରରେ ବସିଥିବା ପୋଲିସ ଆଗରେ କହିଥିବା ପ୍ରକାଶ । ରାସ୍ତାରେ ଉକ୍ତ ଫେମିଲି ଓହ୍ଲାଇଯିବା ପରେ ପୀଡିତା ଏକଲା ଥିବାର ସୁଯୋଗ ନେଇ ଉକ୍ତ ଯୁବକ କାରଟିକୁ ଭିନ୍ନ ଏକ ନିଛାଟିଆ ରାସ୍ତାରେ ନେଇ ପୀଡିତାକୁ କାରରେ ହିଁ ଦୁଷ୍କର୍ମ କରିଥିବା ଏବଂ ଫଟୋ ଉଠାଇଥିବା ପୀଡିତା ଅଭିଯୋଗ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏପରିକି ଅଭିଯୁକ୍ତ ସୁଶାନ୍ତ ନାଏକ ତାର ଘରକୁ ନେଇ ଦୁଷ୍କର୍ମ କରିଥିବା ଏବଂ ଫଟୋ ତଥା ଭିଡିଓ ଉଟାଇଥିବ ପୀଡିତା ଅଭିଯୋଗ କରିଥିବା ଜଣାପଡିଛି । ପୀଡିତା ଜଣକ ମାନସିକ ଆଘାତ ପାଇବା ସହିତ ନିଜ ଭବିଷ୍ୟତ କଥା ଚିନ୍ତା କରି ଚୁପ ରହିଥିବା ବେଳେ ଅଭିଯୁକ୍ତ ଜଣକ ପୀଡିତାକୁ ବିବାହ କରିବାକୁ ପ୍ରସ୍ତାବ ଦେବା ସହ ଫଟୋ ଓ ଭିଡିଓ ସବୁ ଭାଇରାଲ କରିଦେବା କହୁଥିବା ଜାଣି ପୀଡିତା ଥାନାରେ କେଶ ରୁଜ୍ଜୁ କରିଥିବା କୁହାଯାଉଛି । ଅଭିଯୁକ୍ତ ଜୟପାଟଣା ଥାନା ଅନ୍ତର୍ଗତ ଛତା ବାଚୁଗୁଡା ଗ୍ରାମର ସୁଶାନ୍ତ ନାଏକ (୨୫) ପିତା- ଚିତ୍ରସେନ ନାଏକ ଏହି ଘଟଣା ସଂପର୍କରେ ଅସ୍ୱୀକାର କରିବା ସହିତ ପୀଡିତା ସହିତ ତାଙ୍କର ଦୀର୍ଘ ଦିନର ଚିହ୍ନା ପରିଚୟ ଥିବାରୁ କାରରେ ଲିଫ୍ଟ ଦେଇଥିବା କହୁଥିବା ପ୍ରକାଶ । ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.