Home ଓଡ଼ିଶା ବାଲିଗୁଡା ଓ କ.ନୁଆଗାଁରେ ଗୃହ ସଚିବ

ବାଲିଗୁଡା ଓ କ.ନୁଆଗାଁରେ ଗୃହ ସଚିବ

130

ବାଲିଗୁଡା.୨୨/୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତରେ କନ୍ଧମାଳର ନୋଡାଲ ଆଫିସର ତଥା ଗୃହ ବିଭାଗର ସଚିବ ସଂଜିବ ଚୋପ୍ରା। ଗତକାଲି ରାତିରେ ବାଲିଗୁଡାରେ ପହଁଚିଥିଲେ ଓ ପୁର୍ତ ବିଭାଗର ଡାକ ବଙ୍ଗଳାରେ ରହିଥିଲେ। ଆଜି ସକାଳ ୮.୩୦୦ମିନଟରେ ବାଲିଗୁଡା ଦଣ୍ଡଡପଦର ସ୍ଥିତ ଓଡିଶା ସରକାଙ୍କ ସୀକୃତି ପ୍ରାପ୍ତ ଛତୁଆ ଉତ୍ପାଦନ କେନ୍ଦ୍ର ଠାରେ ପହଁଚି ସରକାର ନିୟମ ଅନୁଯାୟୀ ଛତୁଆ ତିଆରି ହେଉଛିକି ନାହିଁ, ଛତୁଆ ତିଆରି ପାଇଁ ଉପଯୁକ୍ତ ଘର ଅଛି କି ନାହିଁ ବୁଲି ଦେଖିଥିଲେ।ସାଙ୍ଗରେ କନ୍ଧମାଲ ଜିଲ୍ଲାପାଳ ଡି ବୁନ୍ଦା, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ବାଲିଗୁଡା ଉପଜିଲ୍ଲାପାଳ ତଥା ରାଜେନ୍ଦ୍ର କୁମାର ରଣଜିତ ତଥା ବିଭାଗର ଅଧିକାର ଉପସ୍ଥିତ ଥିଲେ।ତାପରେ କ.ନୁଆଗାଁ ବ୍ଲକ ଠାରେ ପହଁଚି ପୁରୁଣା ନୁଆଗାଁ ଠାରେ ଆବାସ ଯୋଜନା ଓ ସ୍ୱଛ ଭାରତ ଦ୍ୱାରା ହେଉଥିବା ଲେଟିନ କାମ ଠିକ ଭାବରେ ହୋଇଛିକି ନାହିଁ ସ୍ଥାନୀୟ ବାସିନ୍ଦାଙ୍କ ସହ।ାଲୋଚନା କରିଥିଲେ। ସ୍ଥାନୀୟବାସିନ୍ଦା ଶ୍ରୀ ଚୋପ୍ରାଙ୍କୁ ଅଭିଯୋଗ କରିଥିଲେ ଯେ ଆବାସ ଯୋଜନା ବଣ୍ଟନରେ ଅନିମିୟତା ତଥା ପାନୀୟଜଳର ଘୋର ଅଭାବ ଓ ଦେଶି ମହୁଲି ମଦ ପ୍ରଚୁର ପରିମାଣରେ ବିକ୍ରି ହେଉଥିବା ି ଅଭିଯୋଗ କରିଥିଲେ।କ.ନୁଆଗାଁ ବ୍ଲକର ବିଡିଓ ମନୋଜ କୁମାର ତ୍ରିପାଠ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.