Home କଳାହାଣ୍ଡି  କଳାହାଣ୍ଡି ବିଜେପିର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

 କଳାହାଣ୍ଡି ବିଜେପିର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

42

କଳାହାଣ୍ଡି ତା.୧୬.୦୩.୨୦୨୧ ( ଓଡିଆପୁଅ) କଳାହାଣ୍ଡି ବିଜେପିର ନବଗଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣାସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମୀତାରାଣି ସାହୁ, ବିଜେପି ଜିଲ୍ଲା ପ୍ରଭାରୀ ରମେଶ ସାହୁପ୍ରମୂଖ ଏହି କାର୍ଯ୍ୟକ୍ରମରେ ମଂଚାସୀନ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ବିଜେପି ସମଗ୍ର ଦେଶରେ ୧୫ କୋଟୀ କାର୍ଯ୍ୟକର୍ତାଙ୍କ ଦ୍ୱାରା ସାଂଗଠନିକ ବ୍ୟବସ୍ଥା ହେବାସହିତ ତୃଣମୂଳ ସମସ୍ୟା ସମାଧାନ ପାଇଁ ସର୍ବଦା ପ୍ରତିଶୃତିବଦ୍ଧ ବୋଲି ବିରୋଧିଦଳ ନେତା ପ୍ରକାଶ କରିଥିଲେ । ସେହିପରି ବର୍ତମାନ ସ୍ଥିତିରେ ଚାଷୀ ସମସ୍ୟା, ମଣ୍ଡି ସମସ୍ୟା, ଅନ୍ୟାୟ, ଦୁର୍ନୀତି ର ମୂଳୋତ୍ପାଟନ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତା ଏକଯୁଟ ହୋଇ କାର୍ଯ୍ୟ କରିବାକୁ ମଧ୍ୟ ଶ୍ରୀ ନାୟକ କର୍ମକର୍ତା ମାନଙ୍କୁ ଆହ୍ୱାନ ଜଣାଇଥିଲେ । ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ସଭାପତି ସୁନୀଲ ବେହେରା ଓ ଧନଂଜୟ ପାତ୍ର, ବରିଷ୍ଠ ନେତା ଗୌର ପଣ୍ଡା, ଅନିରୁଦ୍ଧ ପ୍ରଧାନ,ଭବେନ୍ଦ୍ର ପଣ୍ଡା,ପୂର୍ବତନ ସାସଂଦ ସୁବାସ ନାୟକ, ଆର୍ତ ମହାପାତ୍ର , ମନୋଜ ମେହେର ପ୍ରମୂଖ ସମସ୍ତ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।  ଜିଲ୍ଲା କାର୍ଯ୍ୟକାରିଣୀ ଗଠନ ହେବାପରେ କୋଭୋଦ କଟକଣା ଯୋଗୁଁ  କାର୍ଯ୍ୟକ୍ରମ ହୋଇପାରୁନଥିବା ବେଳେ ସଂଗଠନ ଢିଲା ପଡିଯାଇଥିବା କାର୍ଯ୍ୟକର୍ତା ମାନଙ୍କ ମଧ୍ୟରେ ଆଲୋଚନା ହେଉଥିଲା । ବିରୋଧି ଦଳ ନେତା ଙ୍କ ନେତୃତ୍ୱରେ ଜିଲ୍ଲା ସାରା ଧାନମଣ୍ଡିରେ ଚାଷୀ ସମସ୍ୟା ସମାଧାନ ପାଇଁ ପ୍ରତୀକାତ୍ମକ ଧାରଣା ଦିଆଯାଇଥିବା ବେଳେ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଯତକିଂଚିତ ବ୍ୟବସ୍ଥା କରାଯାଉଛି । ଅନ୍ୟପକ୍ଷରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କେବଳ ନୂଆପଡା ଜିଲ୍ଲା ହିଁ ଉପରେ ଫୋକସ କରୁଥିବା ବେଳେ କଳାହାଣ୍ଡିରେ କେବଳ ନିଜ ସଂପର୍କୀୟ ମାନଙ୍କ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ହିଁ ଯୋଗ ଦେବା ରେ ସୀମିତ ରଖୂଥିବା ଆଲୋଚନା ହେଉଛି । ଏପରିକି ଚାଷୀମାନେ ସମସ୍ୟା ସଂପର୍କରେ ଅବଗତ କଲେ ସେମାନଙ୍କୁ ବିଜେଡି ଲୋକ ହୋଇଥିବ  ତେଣୁ ଆମକୁ ଅଭିଯୋଗ  କରୁଛ ବୋଲି କହୁଥିବା ଜିଲ୍ଲାସାରା ଆଲୋଚନା ହେଉଛି । ଏହା ବ୍ୟତୀତ ଜିଲ୍ଲା ସଭାପତି ଚୟନରେ ବିଜେପି ମଧ୍ୟରେ ଯେଉଁ ଭଲି ଭାବେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା ଏବଂ ଚୂଡାନ୍ତ ହେବାପରେ ମଧ୍ୟ କର୍ମୀ ତଥା କାର୍ଯ୍ୟକର୍ତାମାନେ ସାଂସଦଙ୍କ ଦ୍ୱାରା ଅବହେଲିତ ହେଉଥିବା ଜିଲ୍ଲାସାରା ଆଲୋଚନା ହେଉଛି । କଳାହାଣ୍ଡି ଜିଲ୍ଲା ରେ ତୃଣମୂଳ ସ୍ତରରେ ଥିବା ପୁରୁଖା ବିଜେପି କାର୍ଯ୍ୟକର୍ତା ବଜେପି ସହେଯାଗୀ ମାନଙ୍କୁ ନେଇ ସଂଗଠନକୁ ସୁଦୃଢ ଭାବେ ଆଗେଇ ନେବାରେ ପଛରେ ପଡିଯାଇଥିବା ଜିଲ୍ଲାସାରା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ମୋଦୀଙ୍କ ପାଇଁ ଭୋଟ ଦେଇଥିବା ଭୋଟର ଏବେ ନିଜ ସମସ୍ୟା ମୋଦୀଙ୍କ ପାଖରେ ପହଂଚାଇ ପାରୁନଥିବା ବେଳେ କାହାକୁ ଜଣାଇବେ ସେନେଇ ଦ୍ୱନ୍ଦରେ ପଡିଯାଇ ଚୁପ ରହୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.