Home Top News ଏସ୍‌ସିବି ମେଡିକାଲ ଛାତରୁ ଫ୍ୟାନ ଖସିବା ଘଟଣାରେ ଗୁରୁତର ମହିଳା ମୃତ

ଏସ୍‌ସିବି ମେଡିକାଲ ଛାତରୁ ଫ୍ୟାନ ଖସିବା ଘଟଣାରେ ଗୁରୁତର ମହିଳା ମୃତ

37

କଟକ ୧୬-୩ (ଓଡ଼ିଆ ପୁଅ) ଏସ୍‌ସିବି ମେଡିକାଲ ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସି ପଡ଼ିବାରୁ ଜଣେ ମହିଳା ଗିରୁତର ହୋଇଥିଲେ। ୮ ତାରିଖରେ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ବୃଦ୍ଧାଙ୍କ ଉପରେ ଖସି ପଡିଥିଲା ଫ୍ୟାନ। ମୃତ୍ୟୁ ବରଣ କରିଥିବା ରୋଗୀ ହେଉଛନ୍ତି ଯାଜପୁର ଅଞ୍ଚଳର ପାର୍ବତୀ ଦାସ। ICU ରେ ତାଙ୍କର ଚାଲିଥିଲା ଚିକିତ୍ସା। ଏବେ ଉକ୍ତ ମହିଳାଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ନିକଟରୁ ସୂଚନା ମିଳିଛି।

ସୂଚନାଯୋଗ୍ୟଯେ, ଯାଜପୁର ଜିଲ୍ଲାର ମହିଳାଜଣକ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିବା ବେଳେ ଗତ ୮ ତାରିଖରେ ତାଙ୍କ ଉପରକୁ ଏକ ଫ୍ୟାନ୍‌ଖସି ପଡ଼ିଥିଲା। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.