Home କଳାହାଣ୍ଡି କଳାହାଣ୍ଡି ପୋଲିସ ପକ୍ଷରୁ ଜୁନାଗଡ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି ପୋଲିସ ପକ୍ଷରୁ ଜୁନାଗଡ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

98


କଳାହାଣ୍ଡି- ତା. ୨୫.୦୨.୨୦୨୦ ( ଓଡିଆପୁଅ) କଳାହାଣ୍ଡି ପୋଲିସ ପକ୍ଷରୁ ୨୫ ତାରିଖ ମଙ୍ଗଳବାର ଦିନ ଜୁନାଗଡ ସ୍ଥିତ ଅଗ୍ରସେନ ଭବନ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ମାରୱାଡି ଯୁବା ମଂଚ, ମାରୱାଡି ମହିଳା ମଂଚ, ଜୀବନ ବିନ୍ଦୁ, ଜୁନାଗଡ ସାମ୍ବାଦିକ ସଂଘ, ଜୁନାଗଡ ଶ୍ରମିକ ସଂଘ, ଟ୍ୟାକ୍ସି ଡ୍ରାଇଭର ସଂଘ, ସଂକଳ୍ପ ଅନୁଷ୍ଠାନ, ଗଣପତି ରାଇସ ମିଲ ଓ ଗ୍ୟାସ କର୍ମଚାରୀ, ରେଳୱେ ଶ୍ରମିକ ସଂଘ, ଶିକ୍ଷକ ସଂଘ, ସିଟିଜେନ ଫୋରମ, ପ୍ରେସ କ୍ଲବ, ଠାକୁର ଅନୁକୂଳ ଭଜନ ମଣ୍ଡଳୀ ତଥା ବିଭିନ୍ନ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମୋଟ ୧୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
ଗଣପତି ରାଇସ ମିଲ ଓ ଗ୍ୟାସ କର୍ମଚାରୀ ମାନଙ୍କ ତରଫରୁ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ କନକଦୁର୍ଗା ଟ୍ୟାକ୍ସି ଡ୍ରାଇଭର ସଂଘ ତରଫରୁ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ସେହିପରି ସଂକଳ୍ପ ଅନୁଷ୍ଠାନ ତରଫରୁ ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ମାରୱାଡି ଯୁବା ମଂଚ ଓ ମହିଳା ମଂଚର କାର୍ଯ୍ୟକର୍ତା, ଜୁନାଗଡ ଥାନାଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ, ସ୍ୱେଚ୍ଛାସେବୀ ମାନେ ରକ୍ତଦାନ କରିଥିଲେ । ଠାକୁର ଅନୁକୂଲ ଚନ୍ଦ୍ର ଭଜନ ମଣ୍ଡଳୀ ତରଫରୁ ୨୦ ୟୁନିଟ ରକ୍ତଦାନ କରିଥିବା ପ୍ରକାଶ । ଜୁନାଗଡ ସାମ୍ବାଦିକ ସଂଘର ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା, ଉପଦେଷ୍ଠା ସନ୍ତୋଷ ସିଂଦେଓ ତଥା ରଜନୀ ମିଶ୍ର ରକ୍ତଦାନ କରିଥିବା ସଂଗେ ସଂଗେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୁନାଗଡ ଅଂଚଳର ସମସ୍ତ ସଂଗଠନ ସ୍ୱେଚ୍ଛାକୃତ ଭାବେ ସହେଯାଗ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମକୁ ସହେଯାଗ କରିଥିଲେ ।
କଳାହାଣ୍ଡି ଜିଲ୍ଲାରେ ରକ୍ତ ର ଅଭାବ ପରିଲକ୍ଷିତ ହେଉଥିବା ବେଳେ ସ୍ୱେଚ୍ଛାକୃତ ଭାବେ ରକ୍ତ ସଂଗ୍ରହ କରାଯାଇ ସେସବୁର ପୂରଣ କରାଯିବାର ଚେରଷ୍ଟା କରାଯିବ ବୋଲି କହିଛନ୍ତି । ଏଥିପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ସହେଯାଗ କଲେ ନିଶ୍ଚିତ ଭାବେ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି । କଳାହାଣ୍ଡି ପୋଲିସ ସ୍ଥାନୀୟ ସଂଗଠନ ମାନଙ୍କ ସହାୟତାରେ ଏଭଲି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାର ପ୍ରୟାସ ଆରମ୍ଭ କରିଥିବା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି । ଏଥିପୂର୍ବରୁ ଭବାନୀପାଟଣା ଠାରେ ଗତ ୧୪ ତାରିଖ ଦିନ ଭବାନୀପାଟଣା ଠାରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ୧୫୦ ୟୁନିଟ ସଂଗ୍ରହ ହୋଇଥିବା ବେଳେ ଗତ ୧୫ ତାରିଖ ଦିନ ଧର୍ମଗଡ ଠାରେ ଅନୁଷ୍ଠିତ ଶିବିରରେ ୧୧୨ ୟୁନିଟ ସଂଗ୍ରହ ହୋଇଥିବା ଜଣାପଡିଛି । ଆବଶ୍ୟକତା ଅନୁଯାୟୀ ସହଜରେ ରକ୍ତ ମିଳିପାରୁଥିବା ଭଲି ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଲି ଏକ ପ୍ରୟାସ ଆରମ୍ଭ କରାଯାଇଥିବା ବେଳେ ୨୦୨୦ ମସିହାରେ ଅନୁ୍ୟନ ୧୦୦ ଟି ରକ୍ତଦାନ ଶିବିର ଆୟୋଜନ କରିବାର ଯୋଜନା କରାଯାଇଥିବା ଏସପି ପ୍ରକାଶ କରିଥିଲେ । ରକ୍ତଦାନ ଭଲି ଏକ ମହାନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ହେତୁ ବୁଦ୍ଧିଜୀବି ମହଲରେ ପୋଲିସ ବିଭାଗକୁ ପ୍ରଶଂସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.