Home କଳାହାଣ୍ଡି କଳାହାଣ୍ଡି ପୋଲିସର ବଡ ସଫଳତା, ଡକାୟତି  ଗ୍ୟାଙ୍ଗ ଗିରଫ

କଳାହାଣ୍ଡି ପୋଲିସର ବଡ ସଫଳତା, ଡକାୟତି  ଗ୍ୟାଙ୍ଗ ଗିରଫ

50

କଳାହାଣ୍ଡି ପୋଲିସର ବଡ ସଫଳତା, ଡକାୟତି ପ୍ରସ୍ତୃତି ଗ୍ୟାଙ୍ଗ ଗିରଫ
କଳାହାଣ୍ଡି, ତା.୦6.୦୧.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଆଭ୍ୟନ୍ତରୀଣ କେଗାଁ ପୋଲିସ ଥାନା ଅଂଚଳରେ ଏକ ବଡ ଧରଣର ଡକାୟତି କରିବାକୁ ପ୍ରସ୍ତୃତି କରୁଥିବା ଡକାୟତ ଦଲକୁ ଗିରଫ କରିବାରେ କେଗାଁ ପୋଲିସ ସଫଳ ହୋଇଥିବା କଳାହାଣ୍ଡି ଏସପି ଡଃ ଶ୍ରବଣ ବିବେକ ଏମ ଙ୍କ ସୂତ୍ରରୁ ପ୍ରକାଶ ।
ଗତକାଲି ରାତ୍ରରେ କେଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ଭାଟିପଡା ନିକଟରେ ପାଂଚ ଜଣ ସନ୍ଦିଗ୍ଧ ବ୍ୟକ୍ତି ସନ୍ଦେହ ଜନକ ଅବସ୍ଥାରେ ଥିବା ବେଳେ ସେମାନେ ଏକ ବଡ ଧରଣର ଡକାୟତି ଯୋଜନା କରୁଥିବା ଜାଣିପାରି ଗିରଫ କରିଥିବା କେଗାଁ ପଲିସ ଇନିସପେକ୍ଟର କାହ୍ନୁ ଚରଣ ସ୍ୱାଇଁ ଙ୍କ ସୂତ୍ରରୁ ପ୍ରକାଶ ।
କେଗାଁ ପୋଲିସ ପକ୍ଷରୁ କେଗାଁ ଥାନା କେଶ ନଂ. ୦୨/୨୦୨୧  ଟ/ଝ ୩୯୯/୪୦୨ ଓଚଉ / ଝରମ ୨୮ ଇକ୍ସଜ୍ଞଗ୍ଦ ଇମଗ୍ଧ ଅନୁସାରେ ଏକ କେଶ ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି । ସଂପୃକ୍ତ ଡକାୟତ ଦଳ ରେ ଥିବା  ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଥାନା ଅଂଚଲର ବେଲପଡା ଗ୍ରାମର ନିରାକାର ତାଣ୍ଡି (୩୦) ପି. ତୁଳେଶ୍ୱର ତାଣ୍ଡି, ଭାଲୁମୁଣ୍ଡା ଗ୍ରାମର କପିଳାସ ମେହେର (୨୬) ପି. ତବିନ ମେହେର, ଓ କଂଟାବାଂଜି ଥାନା ଅଂଚଳର କଂଟାବାଂଜି ଗ୍ରାମର ପ୍ରଶାନ୍ତ ମାଛକୁଣ୍ଡ (୨୫) ପି. ଅଭିମନ୍ୟୁ ମାଛକୁଣ୍ଡ ଏବଂ ନୂଆପଡା ଜିଲ୍ଲା ଖରିଆର ଥାନା ଅମଳାପାଲି ଗ୍ରାମର ମନୋଜ କୁମ୍ଭାର (୩୦) ପି. ଚିନ୍ତାମଣି କୁମ୍ଭାର ଓ ମୋହରା ଗ୍ରାମର ଧର୍ମା ପଟେଲ (୨୭) ପି.ପଦମନ  ପଟେଲ ଙ୍କୁ ପୋଲିସ ଗିରଫ କରାଯାଇଥିବା ଜଣାପଡିଛି ।  ସେମାନଙ୍କ ପାଖରୁ ମାରୁତି ଜେନ କାର, ଗ୍ୟାସ କଟର, କାତି, ଲାଲ ମରିଚ ପାଉଡର, ପାଂଚ ଟି ମୋବାଇଲ ଓ ଗୋଟିଏ ଖେଲନା ପିସ୍ତଲ ଜବତ କରାଯାଇଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.