Home କେନ୍ଦୁଝର ବିଜେପି ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ବିଜେପି ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା

19

ହାଟଡିହି-୬ /୧ (ବିକାଶ ବିଶ୍ୱାଳ) ଗତ ୫ତାରିଖରେ ସମଣା ପଞ୍ଚାୟତର ତେଲସିଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ ଘଟି କୃଷ୍ଣଚନ୍ଦ୍ର ଜେନା ଓ ଗୁନ ଜେନା ସର୍ବସ୍ୱାନ୍ତ ହୋଇଯାଇଥିବା ବେଳେ ଏହି ଦୁଇଟି ପରିବାରକୁ ବିଜେପି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଅନୁସୁଚିତ ଜାତିର ଏହି ଗରିବ ପରିବାର ଦୁଇଟି ଅଗ୍ନିକାଣ୍ଡରେ ନିଜର ସର୍ବସ୍ୱ ହରାଇ ଶୀତ କାକରରେ ଖୋଲା ଆକାଶତଳେ ପଡିରହିଛନ୍ତି । ଆଜି ବିଜେପିର ବରିଷ୍ଠନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଯୁବମୋର୍ଚ୍ଚା ସଭପତି ଆଲୋକ ଦାସ, ବରିଷ୍ଠନେତା ସୁଶାନ୍ତ ଜେନା, ରମାକାନ୍ତ ନାୟକ, ଅଧର ବେହେରା, ଗୋପାଳ ସେଠୀ, ମଧୁସୁଦନ ସ୍ୱାଇଁ, ବେଣୁଧର ଜେନା, ସୌମ୍ୟ ମିଶ୍ର, ଅନନ୍ତ ବେହେରା ପ୍ରମୁଖ ବିପନ୍ନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଚୁଡା, ଚିନି, ପଲିଥିନି, କମ୍ବଳ, ପାଣି, ଲୁଙ୍ଗି ଟାୱେଲ ଆଦି ପ୍ରଦାନ କରିôତଲେ । ବିପନ୍ନ ପରିବାର ଦୁଇଟିକୁ ତୁରନ୍ତ ସରକାରୀ ସହାୟତା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘର ଯୋଇଦେବାକୁ ବିଜେପି ନେତା ଆଲୋକ ସେଠୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.