Home କଳାହାଣ୍ଡି କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଜିଲ୍ଲାସାରା ରକ୍ତଦାନ ଶିବିର ଆୟୋଜିତ

କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଜିଲ୍ଲାସାରା ରକ୍ତଦାନ ଶିବିର ଆୟୋଜିତ

226

କଳାହାଣ୍ଡି – ୦୯.୦୪.୨୦୨୦ ( ଓଡିଆପୁଅ ) କଳାହାଣ୍ଡି ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ଦେଖାଯାଉଥିବା ଅସୁବିଧାକୁ ପୂରଣ କରିବା ପାଇଁ ଏବଂ ସାଂପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ରକ୍ତର ଅଭାବ ପୂରଣ କରିବା ଲକ୍ଷ୍ୟ ନେଇ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମାନ ଆୟୋଜିତ କରାଯାଉଛି । କଳାହାଣ୍ଡି ଏସ ପି ବାତୁଲା ଗଙ୍ଗାଧର ଙ୍କ ନିଦେ୍ର୍ଦଶରେ ଅତିରିକ୍ତ ଏସପି ମନୋଜ କୁମାର ମହନ୍ତ ଏବଂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, କେସିଙ୍ଗା ଓ ସଦର ଏସଡିପିଓ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ପଦସ୍ଥ ପୋଲିସ ପଦାଧିକାରୀ ଏବଂ ସମସ୍ତ ଥାନାର ଥାନାଧ୍ୟକ୍ଷ ମାନେ ପ୍ରତ୍ୟକ୍ଷ ଭାବେ ଏହିସବୁ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି । କୋଭିଦ-୧୯ପ୍ରଭାବରେ ଲକଡାଉନ ସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଏହି ରକ୍ତଦାନ ଶିବିର ସବୁ ଅନିଷ୍ଠିତ ହୋଇଥିବା ଜଣାପଡିଛି । ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପଦାଧିକାରୀ ଏବଂ ରକ୍ତ ଭଣ୍ଡାର କର୍ମଚାରୀ ମାନେ ସହଯୋଗ କରିଛନ୍ତି । ଗତ ୧ତାରିଖ ଦିନ ମଦନପୁର ରାମପୁର ଠାରେ ଅନୁଷ୍ଠିତ ଶିବିରରେ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ଭବାନୀପାଟଣା ଠାରେ ତା.୨୭.୦୩.୨୦.ରେ ଅନୁଷ୍ଠିତ ହୋଇଥିବା ଶିବିରରେ ୩୨ ୟୁନିଟ ଏବଂ ତା.୨୮.୦୩ ଦିନ ୪୯ ୟୁନିଟ ତା.୦୨.୦୪.୨୦ ଦିନ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କର୍ଲାମୁଣ୍ଡା ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ନର୍ଳା ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଜୁନାଗଡ ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଧର୍ମଗଡ ଠାରେ ତା.୩୧.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୦୮ ୟୁନିଟ ଏବଂ ୦୧.୦୪.୨୦୨୦ ଦିନ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ମ ରାମପୁର ଠାରେ ତା.୦୧.୦୪.୨୦ ଦିନ ଅନୁଷ୍ଠିତ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କର୍ଲାମୁଣ୍ଡା ଠାରେ ତା.୨୯.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କୋକସରା ଠାରେ ତା.୦୩.୦୩.୨୦ ଦିନ ଅନୁଷ୍ଠିତ ଶିବିରରେ ୮୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କଲମପୁର ଠାରେ ତା.୦୮.୦୪.୨୦୨୦ ଦିନ ଅନୁଷ୍ଠିତ ଶିବିରରେ ୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଥୁଆମୂଲ-ରାମପୁର ଠାରେ ତା.୦୮.୦୪.୨୦୨୦ ଦିନ ଅନୁଷ୍ଠିତ ଶିବିରରେ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ରକ୍ତଦାନ ଶିବିର ଗୁଡିକରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି, ସ୍ୱେଚ୍ଛାସେବୀ, ସରକାରୀ ବେସରକାରୀ ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି, ମହିଳା ମଣ୍ଡଳ, ମାରୱାଡି ଯୁବାମଂଚ ଭଲି ବିଭିନ୍ନ ସାମାଜିକ କର୍ମକର୍ତା ମାନେ ସହଯୋଗ କରିଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାରେ ଆଗାମୀ ଦିନରେ ଯେପରି ରକ୍ତର ଅବାବ ରହିବ ନାହିଁ ସେଥିପାଇଁ ପୋଲିସ ବିଭାଗର ଏହା ଏକ ପ୍ରୟାସ ବୋଲି ଅତିରିକ୍ତ ଏସପି ଶ୍ରୀ ମହନ୍ତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.