Home ଓଡ଼ିଶା ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି ଚାନ୍ଦପୁରରେ କୋଭିଡ୍‌-୧୯ କରୋନା ହସ୍ପିଟାଲ

ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି ଚାନ୍ଦପୁରରେ କୋଭିଡ୍‌-୧୯ କରୋନା ହସ୍ପିଟାଲ

369

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୪-ନୟାଗଡ ଜିଲ୍ଲା ଚାନ୍ଦପୁରଠାରେ ଥିବା ବସନ୍ତ ମଂଜରୀ ଜେନ୍‌ରାଲ ହସ୍ପିଟାଲକୁ ସରକାର ଏପ୍ରିଲ୍ ୬ତାରିଖ ୨୦୨୦ରେ କୋଭିଡ୍‌-୧୯ କରୋନାର ୨ଶହ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ଭାବେ ଘୋଷଣା କଲେ । ସେହିଦିନ ପରଠାରୁ ଅନ୍ୟ ସାଧାରଣ ରୋଗୀମାନଙ୍କୁ ଡିସ୍‌ଚାର୍ଜ କରି ଘରକୁ ପଠାଇ ଦିଆଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ହସ୍ପିଟାଲକୁ ୨ଘଣ୍ଟା ବିଦ୍ୟୁତ୍ ସଂଯୋଗ ପାଇଁ ଜେନେରେଟର୍ ସ୍ଥାପନ କରାଯାଇଛି ।

ଶୁଦ୍ଧ ପାନୀୟ ଜଳ ଯୋଗାଣର ବନ୍ଦୋବସ୍ତ କରାଯାଇଅଛି ଏବଂ ପରିବେଶ ପରିଷ୍କାର ପରିଛନ୍ନ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଅଛି । ଏ ସମ୍ପର୍କେ ବସନ୍ତ ମଂଜରୀ ସାଧାରଣ ହସ୍ପିଟାଲର ସୁପରିଟେଣ୍ଡେଟ୍ ବି.ସୁର୍‌ୟ ରାଓଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଏପ୍ରିଲ୍ ୧୩ ତାରିଖ ବେଳକୁ କୋଭିଡ୍‌-୧୯ କରୋନାର ୨ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏହିଠାରେ କାର୍ଯ୍ୟ କରିବ । ନୟାଗଡ ଜିଲ୍ଲାପାଳ ପୋମା ଟୁଡୁଙ୍କ ନିର୍ଦ୍ଧେଶରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି । ଜିଲ୍ଲାର ଏହା ପ୍ରଥମ କୋଭିଡ-୧୯ କରୋନା ହସ୍ପିଟାଲ । ଏହିଠାରେ କରୋନା ସଂକ୍ରମିତ ରୋଗୀମାନଙ୍କୁ ଉଚିତ୍ ଭାବେ ଚିକିତ୍ସା କରାଯାଇ ପାରିବ । ଏହାଦ୍ୱାରା କରୋନା ସଂକ୍ରମିତ ରୋଗୀମାନେ ବିଶେଷ ଭାବରେ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.