Home ଓଡ଼ିଶା ଯୋଡା : ଲକ୍ ଡାଉନ ସମୟରେ ତେଜରାତି ଦୋକାନରୁ ଚୋରି

ଯୋଡା : ଲକ୍ ଡାଉନ ସମୟରେ ତେଜରାତି ଦୋକାନରୁ ଚୋରି

230

ଯୋଡା, ୦୯ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ବ୍ୟାପି ଲକ୍ ଡାଉନ ଗୁରୁବାର ୧୬ ଦିନରେ ପହଞ୍ଚିଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସରକାରୀ ଚାଉଳ ଏବଂ ୧ହଜାର ଟଙ୍କା ଯୋଗାଇଦିଅ।।ଯଇଥିଲେ ମଧ୍ୟ ଅଧିକାଂଶ ଲୋକ ଏଥିରେ ବାଦ ପଡିଛନ୍ତି । ଯେଉଁମାନେ ବାହାର ରାଜ୍ୟରୁ ଆସି ଏଠାରେ କାମ ଧନ୍ଦା କରି ଜୀବିକା ନିର୍ବାହ କରୁଥିଲେ ସେମାନଙ୍କ ଚଳିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ଏହି ଲକ୍ ଡାଉନ ସମୟରେ ଯୋଡା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ପଦାକୁ ଆସିବାରେ ଲାଗିଛି । ବୁଧବାର ବିଳମ୍ବିତ ରାତ୍ରୀରେ ଆନ୍ଦ୍ରା ବ୍ୟାଙ୍କ ସନ୍ନିକଟ ଅରୁଣ ମହାନ୍ତଙ୍କ ତେଜରାତି ଦୋକାନରୁ ତାଲା ଭାଙ୍ଗି କେତେ ଜଣ ଦୁର୍ବୁତ୍ତ ୨୦-୩୦ ହଜାର ଟଙ୍କାର ତେଜରାତି ସାମଗ୍ରୀ ଏବଂ ନଗଦ ପ୍ରାୟ ୧୦ ହଜାର ଟଙ୍କା ଚୋରି କରିନେଇଥିବା ଜଣାପଡିଛି । ଏ ନେଇ ଯୋଡା ଥାନାରେ ଏକ ଏତଲା ଦାୟର ହୋଇଥିବା ବେଳେ ଅନୁରୁପ କଲ୍ୟାଣ ମଣ୍ଡପ ନିକଟ ଶିବ ନାଗଙ୍କ ସାଇକେଲ ମରାମତି ଦୋକାନରୁ ତିନୋଟି ପୁରୁଣା ସାଇକେଲ ତାଲା ଭାଙ୍ଗି କେହି ନେଇଯାଇଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛିି । ଆଉ ଏକ ଘଟଣାରେ କଲ୍ୟାଣ ମଣ୍ଡପ ନିକଟ ଏକ ପାନ ଦୋକାନରୁ ଦୁର୍ବୁତ୍ତମାନେ ତାଲା ଭାଙ୍ଗି କିଛି ପାନ ମସଲା ଚୋରି କରୁଥିବା ସମୟରେ ପ୍ୟାଟ୍ରୋଲିଂ ପୁଲିସ ସେମାନସ ମଧ୍ୟରୁ ୨ଜଣଙ୍କୁ ଧରି କୋର୍ଟ ଚାଲାଣ କରିଛି । ସେ ବସ୍ ଷ୍ଟାଣ୍ଡର ୨ଜଣ ରିକ୍ସା ଚାଳକ ବୋଲି ଜଣାପଡିଥିବା ବେଳେ ଉଭୟ ନାବାଳକ ଏବଂ ରିକ୍ସା ଚଳାଚଳ ବନ୍ଦ ଯୋଗୁଁ ବାଧ୍ୟ ହୋଇ ସେମାନେ ଏହା କରିଥିବା ଗଣମାଧ୍ୟମରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.