Home କଳାହାଣ୍ଡି କଳାହାଣ୍ଡି କେନ୍ଦୁପତ୍ର ବିଭାଗରେ ଶିଶୁ ଶ୍ରମିକ ନିୟୋଜନ ଅଭିଯୋଗ

କଳାହାଣ୍ଡି କେନ୍ଦୁପତ୍ର ବିଭାଗରେ ଶିଶୁ ଶ୍ରମିକ ନିୟୋଜନ ଅଭିଯୋଗ

146

କଳାହାଣ୍ଡି,- ୧୦.୦୫.୨୦୨୧ (ଓଡିଆପୁଅ) ସରକାର ଶିଶୁ ଶ୍ରମିକ ନିୟୋଜନ ଉପରେ କଟକଣା ଜାରି କରିଥିବା ବେଳେ କଳାହାଣ୍ଡି କେନ୍ଦୁପତ୍ର ବିଭାଗରେ ତାହାର ଉଲ୍ଲଂଘନ କରାଯାଉଥିବା ଜଣାପଡିଛି । ମଦନପୁର ବ୍ଲକ କେନ୍ଦୁପତ୍ର ବିଭାଗ ଅନ୍ତର୍ଗତ ସିଂହପୁର ପଂଚାୟତ କୁଟୁପଲା ଗ୍ରାମରେ କୋମଳମତି ଶିଶୁ ମାନେ ନିୟୋଜିତ ହୋଇ କେନ୍ଦୁପତ୍ର କାମ କରୁଥିବା ଭଲି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସ୍କୁଲରେ ପାଠ ପଢୁଥିବା ୧୪ ବର୍ଷରୁ କମ ବୁସ୍କ ପିଲାମାନଙ୍କୁ ସେଠାକାର କେନ୍ଦୁପତ୍ର ଫଡିରେ ବିଭିନ୍ନ କାମରେ ନିୟୋଜିତ କରି ଦାୟୀତ୍ୱରେ ଥିବା ଫରେଷ୍ଟର ତଥା ମୁନସି ମାନେ ମୁନାଫା ଉଠାଉଥିବାର ଅଭିଯୋଗ ହୋଇଛି ।
ସାଂପ୍ରତିକ କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଲକଡାଉନ ସ୍ଥିତି ଜାରି କରିଥିବା  ବେଳେ ସେହି କୋମଳମତି ଶିଶୁମାନେ କାମ କରୁଥିବା ସମୟରେ ମାସ୍କ ମଧ୍ୟ ପରିଧାନ କରୁନଥିବା ଦେଖାଯାଉଛି । ସାଧାରଣତଃ କେନ୍ଦୁପତ୍ର ଫଡିମାନଙ୍କରେ ଶ୍ରମିକ ନିଯୁକ୍ତି କରି ପତ୍ର ତୋଳା ଠାରୁ ଆରମ୍ଭ କରି ପତ୍ରକେରା ବାନ୍ଧିବା ସହିତ ଶୁଖାଇବା,  ସଂଗ୍ରହ କରି ଫଡିରେ ଭର୍ତି କରିବା ପର‌୍ୟ୍ୟନ୍ତ ଅନେକ କାମ ରହିଥାଏ । ସେସବୁ କାମ କରିବା ପାଇଁ ସଂପୃକ୍ତ ଫରେଷ୍ଟରଙ୍କ ମାଧ୍ୟମରେ ଅସ୍ଥାୟୀ ମୁନସି ମାନଙ୍କୁ ଦିନ ମଜୁରିଆ ନିୟୋଜନ ଦାୟୀତ୍ୱ  ଦିଆଯାଇଥାଏ । ହେଲେ କମ ମଜୁରିଆଦ୍ୱାରା କାମ କରାଇନେଇ ଅଧିକ ବିଲ କରିବା ଠାରୁ ଆରମ୍ଭ କରି ଏଭଲି ଭାବେ ଶିଶୁ ମାନଙ୍କୁ ନିୟୋଜିତ କରି ଅଧିକ ମୁନାଫା ଉଠାଯାଉଥିବାର ଅଭିଯୋଗ ହେଉଛି ।
ଗ୍ରାମାଂଚଳର କୋମଳମତି ଶିଶୁଛାତ୍ରମାନେ ସ୍କୁଲ ବନ୍ଦ ହୋଇଥିବା କାରଣରୁ ଏଭଲିଭାବେ କାମ କରୁଥିବା ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇବାରେ ଲାଗିଛି । ହେଲେ କେନ୍ଦୁପତ୍ର ବିଭାଗ ଦ୍ୱାରା ଏଭଲି ଶିଶୁ ମାନଙ୍କୁ ନିୟୋଜନ କରାଯିବା ଘଟଣାକୁ ନିନ୍ଦା କରାଯାଇଛି । ବିଭାଗୀୟ କର୍ତୃପକ୍ଷ ଏସଂପର୍କରେ ଉଚିତ ପଦକ୍ଷେପ ନେବାକୁ ଦାବୀ ହେଉଛି । ଏନେଇ ବିଭାଗୀୟ ପଦାଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ । ଶିଶୁ ଶ୍ରମିକ ସୁରକ୍ଷା ଆଇନ ଅନୁସାରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଆଗାମୀ ସମୟ ରେ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.