Home ଓଡ଼ିଶା କମୁଛି ଭେଟବର ବନ୍ଧ ଜଳଧାରଣ କ୍ଷମତା ଧାନ କ୍ଷେତ ମରିବା ଯୋଗୁଁ ଚାଷୀଙ୍କ ବଢିଲା ଚିନ୍ତା

କମୁଛି ଭେଟବର ବନ୍ଧ ଜଳଧାରଣ କ୍ଷମତା ଧାନ କ୍ଷେତ ମରିବା ଯୋଗୁଁ ଚାଷୀଙ୍କ ବଢିଲା ଚିନ୍ତା

65

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନରେ ଥିବା ରଣପୁର ଅଧିଖଣ୍ଡର ଭେଟବର ବନ୍ଧ ର ଜଳଧାରଣ କ୍ଷମତା କମିବା ଯୋଗୁଁ ଆୟକଟ ଅଂଚଳରେ ଥିଲେ ମଧ୍ୟ ଧାନ ଜମି ମରିଯିବା ଯୋଗୁଁ ଚାଷୀମାନଙ୍କର ଚିନ୍ତା ବଢିବାରେ ଲାଗିଛି । ଏକର ଏକର ଧାନ ଜମି ମରିଯିବା ଦେଖି ଚାଷୀ ମାନେ ଗାଁ ପିଣ୍ଡିରେ ବସି ଚିନ୍ତା କରୁଛନ୍ତି କିପରି ଧାନ ଚାଷ ପାଇଁ କରିଥିବା ଋଣ ପରିଶୋଧ କରିବେ । ୧୯୮୦ ମସିହାରେ ରଣପୁର ଗଣ୍ଡିବେଢ ଅଂଚଳର କୃଷିକ୍ଷେତ୍ର ଓ କୃଷକ ମାନଙ୍କର ଉନ୍ନତି ପାଇଁ ତତ୍‌କାଳୀନ ବିଧାୟକ ସ୍ୱର୍ଗତ ରମେଶ ଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମରେ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ଭେଟବର ଠାରେ ଏକ ବନ୍ଧ ନିର୍ମାଣ କରାଯାଇଥିଲା । ଯାହାକି ବନ୍ଧମୁଣ୍ଡା ସମେତ କାଣ୍ଡପଡା , ବଳଭଦ୍ରପୁର, ମଝିଆଁଖଣ୍ଡ ଓ ମହତପଲ୍ଲା ଗ୍ରାମ ପଂଚାୟତର ୫୯ ଖଣ୍ଡ ଗ୍ରାମର ପ୍ରାୟ ୩ ହଜାର ଚାଷୀ ପରିବାର କୁ ଚାଷ ପାଇଁ ଜଳ ଯୋଗାଇଥାଏ ।

ଦୀର୍ଘ ୪୦ ବର୍ଷ ଧରି ଜଳ ସେଚନ ର ମୁଖ୍ୟ ଆଧାର ପାଲଟିଥିବା ଭେଟବର ବନ୍ଧ ବନ୍ୟା ବାତ୍ୟା ରେ ପାହାଡରୁ ମାଟି ଆସି ପୋତି ହୋଇ ଗଲାଣି । ଯାହା ଫଳରେ ଜଳକର ଆଦାୟ ହେଉ ଥିବା ଅଂଚଳ କୁ ଜଳସେଚିତ କରିପାରୁ ନାହିଁ । ଧମଡା ଠାରୁ ଭେଟବର ପର୍ଯ୍ୟନ୍ତ ଅନେକ ଚାଷୀଙ୍କର ଏକର ଏକର ଚାଷ ଜମି ଜଳି ଗଲାଣି । ଅନେକ ବର୍ଷ ହେଲା ଶୁଣାଯାଉଛି ବାଣପୁର ଶାଳିଆ ନଦୀ ଧାର ଭେଟବର ବନ୍ଧ ସହ ସଲଗ୍ନ କରାଯିବ ।  କିନ୍ତୁ ତାହାର ସଫଳତା ଦେଖାଯାଉ ନାହିିଁ । ଏ ସଂର୍ପକେ ରଣପୁର କ୍ଷୁଦ୍ର ଜଳ ସେଚନ ଅଧିଖଣ୍ଡ ଯନ୍ତ୍ରୀ ସୁଶାନ୍ତ ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପ୍ରଧାନ ମନ୍ତ୍ରୀ କୃଷି ସିଂଚନ ଯୋଜନାରେ ଭେଟବର ବନ୍ଧ ପୁର୍ନଉର୍ଦ୍ଧାର ପାଇଁ ୬କୋଟିରୁ ଉର୍ଦ୍ଧ ଟଙ୍କା ମଞୁରୀ ପାଇ ପଠାଯାଇଅଛି । କିନ୍ତୁ କୋଭିଡ୍ ଯୋଗୁଁ ବୈଠକ ବସିପାରୁ ନାହିିଁ  କି ବ୍ୟୟ ମଞୁରୀ ମିଳିପାରୁନାହିଁ । ଯେଉଁ ଅର୍ଥରେ ବନ୍ଧ ମଧ୍ୟରୁ ପୋତି ହୋଇଥିବା ମାଟି ଉଠାଯାଇ ପାରିବ । ଚାଷୀମାନେ ଢିପ ଜମିରେ ରବି ଧାନ କରିବା ପାଇଁ ମନା କରାଯାଉଥିଲେ ମଧ୍ୟ ଅମାନିଆ ହୋଇ ଧାନ ଚାଷ କରୁଛନ୍ତି । ଯାହା ଫଳରେ ଜଳସେଚିତ ହୋଇପାରୁ ନାହିିଁ । ଭେଟବର ବନ୍ଧ ପୁର୍ନଉର୍ଦ୍ଧାର ହେଲେ ଚାଷୀ ମାନଙ୍କର ସମସ୍ୟା ଦୂର ହୋଇ ପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.