Home କଳାହାଣ୍ଡି କଳାହାଣ୍ଡିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୂମିପୂଜନ,ଉଦଘାଟନ ଏବଂ ବିଭାଗୀୟ ସମୀକ୍ଷା

କଳାହାଣ୍ଡିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୂମିପୂଜନ,ଉଦଘାଟନ ଏବଂ ବିଭାଗୀୟ ସମୀକ୍ଷା

153

କଳାହାଣ୍ଡି ;- ତା.୧୬.୦୯.୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି । ଗୋଲାମୁଣ୍ଡା ଠାରେ ୫କୋଟି ଟଙ୍କା ବ୍ୟୟ ଅଟକଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ପାଇଁ ଭୂମିପୂଜନ କରାଯାଇଛି । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ମଧ୍ୟରେ ୪୪ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୦ ଶଯ୍ୟା ବିଶିଷ୍ଟ ଜରା ଚିକିତ୍ସା ବିଭାଗ ର ଉଦଘାଟନ କରାଯାଇଛି । ସେହିପରି ୪୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଚକ୍ଷୁ ବିଭାଗର ଓପିଡି ବିଭାଗର ଉଦଘାଟନ କରାଯାଇଛି । ଜରା ଚିକିତ୍ସା ବିଭାଗ ଉଦଘାଟନ ଫଳକରେ ରାଜ୍ୟ ବିରୋଧି ଦଳ ନେତା ଙ୍କ ନାମ ରାଷ୍ଟ୍ର ମନ୍ତ୍ରୀଙ୍କ ନାମ ତଳକୁ ଲେଖାଯାଇଥିବା ହେତୁ ପୋ୍ରଟୋକଳ ଭଙ୍ଗାଯାଇଥିବା ଅଭିଯୋଗ କରି ବିରୋଧି ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବର୍ଜନ କରାଯାଇଥିବା ଦେଖାଯାଇଥିଲା । ରାଜ୍ୟ ବିରୋଧି ଦଳନେତା କ୍ୟାବିନେଟ ପାହ୍ୟା ହୋଇଥିବା ହେତୁ ପୋ୍ରଟୋକଳ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ସିଡିଏମଓ ଏହାର ସଂଶୋଧନ କରିଦିଆଯିବ ବୋଲି କହିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି । ସମଗ୍ର କଳାହାଣ୍ଡି ଜିଲ୍ଲାରେ ୩୪୦ ଜଣ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୧୧୭ ଜଣ ଡାକ୍ତର କାର୍ଯ୍ୟ କରୁଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଭବାନୀପାଟଣା ସଦର ମହକୁମା ଡାକ୍ତରଖାନାରେ ୭୬ ଜଣ ଡାକ୍ତର ସ୍ଥାନରେ ମାତ୍ର ୨୪ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ୧୬୫ ଶଯ୍ୟା ବିଶିଷ୍ଟ ଏହି ଡାକ୍ତର ଖାନାକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବା ସହିତ ଏହାର ନୂତନ କୋଠା ନିର୍ମାଣ କରାଯିବା ପାଇଁ ଆଲୋଚନା ହୋଇଥିଲା । ଧର୍ମଗଡ ଠାରେ ଏକ ଡାଇଲିସିସ କେନ୍ଦ୍ର ସ୍ଥାପନ କରାଯିବାକୁ ମଧ୍ୟ ଆଲୋଚନା ହୋଇଥିବା ପ୍ରକାଶ । ଭଙ୍ଗାବାରୀ ଠାରେ ମେଡିକାଲ କଲେଜ ନିର୍ମାଣ ସଂକ୍ରାନ୍ତରେ ଆଲୋଚନା ହେବା ସହିତ ଦାୟୀତ୍ୱରେ ଥିବା ବେଦାନ୍ତ କାର୍ଯ୍ୟକର୍ତା ମାନଙ୍କୁ ଆଗାମୀ ୨୦୨୧ ଫେବୃଆରୀ ସୁଦ୍ଧା ଉକ୍ତ ନିର୍ମାଣ ଶେଷ କରିବାକୁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଏହିସବୁ କାର୍ଯ୍ୟକ୍ରମରେ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବ ବିଧାୟକ ଅନାମ ନାଏକ ଓ ଦୁଷ୍ମନ୍ତ ନାଏକ ପ୍ରମୂଖ ଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, ସିଡିଏମଓ ବନଲତା ଦେବୀ ତଥା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ପଦାଧିକାରୀ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.