Home ଓଡ଼ିଶା ଲଦାଖ, ଜମ୍ମୁ ଓ କଶ୍ମୀରରେ ସମାନ ଭାବେ ଲାଗୁ ହେବ ଆରଟିଆଇ ଆଇନ : ଗୁଜବକୁ...

ଲଦାଖ, ଜମ୍ମୁ ଓ କଶ୍ମୀରରେ ସମାନ ଭାବେ ଲାଗୁ ହେବ ଆରଟିଆଇ ଆଇନ : ଗୁଜବକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ

270

ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ନବଗଠିତ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ଏବଂ ଲଦାଖରେ ସୂଚନା ଅଧିକାର ଆଇନ ଅନ୍ତର୍ଗତ କୌଣସି ସୂଚନା ପାଇବା ଲାଗି ସ୍ଥାନୀୟ ଭାବେ ଆବେଦନ କରାଯାଇପାରିବ। ଏ ସଂକ୍ରାନ୍ତରେ ବିଭିନ୍ନ ମହଲରେ ହେଉଥିବା ବିଭ୍ରାନ୍ତିକର ସୂଚନାକୁ କେନ୍ଦ୍ରୀୟ ସୂଚନା ଆୟୋଗର ନୋଡାଲ ବିଭାଗ ତଥା କାର୍ମିକ ଓ ତାଲିମ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଖଣ୍ଡନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଡ. ସିଂ କହିଛନ୍ତି ଯେ ୩୧ ଅକ୍ଟୋବର, ୨୦୧୯ ପରଠାରୁ କେନ୍ଦ୍ରଶାସିତ ପ୍ରଦେଶର ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ମଧ୍ୟ ଉପରୋକ୍ତ ତିନୋଟି କ୍ଷେତ୍ରରେ ସ୍ଥାନୀୟ ଭାବେ ଆରଟିଆଇ ଆବେଦନ କରାଯାଇପାରିବ। ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପାଇଥିବାରୁ ଆରଟିଆଇ ଆବେଦନ ଦାଖଲ କରିବା ଲାଗି ଆବେଦନକାରୀଙ୍କୁ ଦିଲ୍ଲୀ ଯାତ୍ରା କରିବାକୁ ପଡ଼ିବ ବୋଲି ହେଉଥିବା ଗୁଜବକୁ ସେ ଖଣ୍ଡନ କରିଛନ୍ତି।

ଡ. ସିଂ ଏହି ପ୍ରସଙ୍ଗରେ ଭାରତର କେନ୍ଦ୍ରୀୟ ସୂଚନା ଆୟୁକ୍ତ ଶ୍ରୀ ସୁଧୀର ଭାର୍ଗବଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହା ପରେ ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ସାହସିକ ପଦକ୍ଷେପକୁ ପଣ୍ଡ କରିବା ଉଦ୍ଦେଶ୍ୟ ରଖି ସମାଜରେ ଥିବା କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏପରି ମିଥ୍ୟା ପ୍ରଚାର ଜାରି ରଖିଛନ୍ତି।

ଏ ସମ୍ପର୍କରେ ସ୍ପଷ୍ଟ ଭାବେ ଡ. ସିଂ କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ଦ୍ୱାରା ଆରଟିଆଇ ଆବେଦନ ପ୍ରକ୍ରିୟାକୁ ବ୍ୟାପକ ସରଳ ଏବଂ ସମୟବଦ୍ଧ କରାଯାଇଛି। ଦେଶର ଅନ୍ୟ ପ୍ରାନ୍ତ ଭଳି ଏହା ଜମ୍ମୁ ଓ କଶ୍ମୀର ଏବଂ ଲଦାଖରେ ସମାନ ଭାବେ ଲାଗୁ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.