Home କଳାହାଣ୍ଡି କଳାହାଣ୍ଡିରେ ଓଭର ଲୋଡିଂ କାରବାର ବଢିବାରେ ଲାଗିଛି ,ସରକାରୀ ବସରେ ସର୍ବାଧିକ

କଳାହାଣ୍ଡିରେ ଓଭର ଲୋଡିଂ କାରବାର ବଢିବାରେ ଲାଗିଛି ,ସରକାରୀ ବସରେ ସର୍ବାଧିକ

316

କଳାହାଣ୍ଡି – ତା.୦୧.୦୩.୨୦୧୯(ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ କ୍ରମଶଃ ଓଭର ଲୋଡିଂ କାରବାର ବୃଦ୍ଧିପାଉଥିବା ଅଭିଯୋଗ ହେଉଛି । ବିଶେଷକରି ଧାନ କିଣାକାରବାର ସମୟରେ ଅଧିକାଂଶ ଟ୍ରକରେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଧାନ ପରିବହନ କରାଯାଉଥିବା ଅଭିଯୋଗ ହେଉଛି । ମଣ୍ଡିରୁ ଧାନ ଉଠାଣ ସମୟରେ ସମସ୍ତ ଟ୍ରକରେ ଅଧିକ ପରିମଣରେ ଧାନ ଉଠାଣ ହେଉଥିବା ତଥ୍ୟ ସରକାରୀ କାଗଜପତ୍ରରେ ମଧ୍ୟ ଉଲ୍ଲେ ହøାଇ ରହିଛି । ତଥାପି ଜିଲ୍ଲା ପ୍ରଶାସନ ନିଦାବିଷ୍ଣ ସାଜିଥିବାର ଅଭିଯୋଗ ହେଉଛି ।
ଯାତ୍ରୀ ବାହୀ ବସ ମାନଙ୍କରେ ମଧ୍ୟ ଆବଶ୍ୟକତା ଠାରୁ ଅଧରକ ପରିମାଣରେ ଲଗେଜ ଲଦି ବସ ଗୁଡିକ ଯାତ୍ରା କରୁଥିବା ଏବଂ ଅଧିକ ଲୋଡିଂ କାରଣରୁ ଅନେକ ସମୟରେ ଦୁର୍ଘଟନା ହେଉଥିବା ଅଭିଯୋଗମାନ ହେଉଛି । ବିଶେଷ କରି ସରକାରୀ ବସ ଗୁଡିକରେ ପ୍ରାୟ ସମସ୍ତ ଦିନ ବସଉପରେ ଥିବା ଲଗେଜ କେରିୟରରେ ମାତ୍ରାଧିକ ଲଗେଜ ଲଦି ବସଯାତ୍ରା କରୁଥିବା ବେଳେ ଯାତ୍ରୀମାନେ ମଧ୍ୟ ନିରାପଦ ମଣୂନାହାନ୍ତି । କିଛି ବର୍ଷ ତଳେ ଜୁନାଗଡ ବସଷ୍ଟାଣ୍ଡରେ ବସଉପରୁ ଏକ ବଡ ଲଗେଜ ବସତଳେ ଯାଉଥିବା ଅନ୍ୟଜଣେ ନୀରିହ ଲୋକ ଉପରେ ପଡିଯାଇ ସେହି ଲୋକର ମୃତୁ୍ୟ ଘଟିଥିବାର ଅଭିଯୋଗ ହୋଇଥିଲା । ଏପରିକି ଜାତୀୟ ରାଜପଥ୨୬ ଉପରେ ଆମପାଣି ଘାଟିଦେଇ ଯାଉଥିବା ଗାଡି ମଟର ଏପରିକି ଯାତ୍ରୀବାହୀ ବସ ଗୁଡିକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଅନେକ ଉଦାହରଣ ରହିଛି । ଏପରିସ୍ଥିତିରେ ଯାତ୍ରୀବାହୀ ବସଗୁଡିକରେ ମାତ୍ରାଧିକ ମାଳ ପରିବହନ କାରଣରୁ ଘାଟି ଓ ମୋଡ ରାସ୍ତା ମାନଙ୍କରେ ଯାତ୍ରୀବାହୀ ବସଗୁଡିକ ବିପଦ ସଙ୍କୁଳ ଭାବେ ଗତି କରୁଥିବା କାରଣରୁ ଯାତ୍ରୀମାନେ ମଧ୍ୟ ନିରାପଦ ମଣୁନାହାନ୍ତି । ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀବାହୀ ବସଗୁଡିକ ବିଶେଷକରି ସରକାରୀ ବସଗୁଡିକ ଉପରେ ମାଳ ପରିବହନ ନେଇ ଅଙ୍କୁଶ ଲଗାଇବାକୁ ଯାତ୍ରୀ ମହଳରେ ଦୃଢଦାବୀ ହେଉଛି । ଏସଂପର୍କରେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.