Home ଜିଲ୍ଲା ପରିକ୍ରମା କଳାବ୍ୟାଚ ପରିଧାନ କରି ସ୍ୱାସ୍ଥ୍ୟକର୍ମୀ କରୋନା ଟିକାକରଣ ରେ ସହାୟତା କଲେ

କଳାବ୍ୟାଚ ପରିଧାନ କରି ସ୍ୱାସ୍ଥ୍ୟକର୍ମୀ କରୋନା ଟିକାକରଣ ରେ ସହାୟତା କଲେ

20

ମାଲକାନଗିରି,୧୬ ।୧ (ଓଡିଆ ପୁଅ) ବହୁବାଦ ବିବାଦ ପରେ ଶେଷରେ ସ୍ୱାସ୍ଥ୍ୟକର୍ମୀ ମାନେ କଳା ବ୍ୟାଚ ପରିଧାନ କରି କରୋନା ଟିକାକରଣରେ ସହାୟତା କରିଛନ୍ତି । ସ୍ୱାସ୍ଥ୍ୟକର୍ମୀ ମାନେ ଜିଲ୍ଲାସଦର ହସପିଟାଲରେ କରୋନା ଟିକା ଦେବାରେ ସହଯୋଗ କରିଥିବା ବେଳେ ସେମାନଙ୍କ ଦାବି ପୁରଣ ନହେବା ଓ ରାଜ୍ୟସଂଘରୁ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କେହି ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବା ନାହିଁ ବୋଲି ନିସ୍ପତି ନେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟକର୍ମୀ ସଂଘର ନିର୍ଦ୍ଦେଶ କ୍ରମେ ଗତ କାଲି ମାଲାକନଗିରି ଜିଲ୍ଲାର ସମସ୍ତ ହସପିଟାଲ ଆଗରେ ବିଭିନ୍ନ ଦାବିନେଇ ସ୍ୱାସ୍ଥ୍ୟକର୍ମୀ ମାନେ ଧାରଣାଦେଇଥିଲେ । । ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ କାମ କରିଆସୁଥିଲେ ମଧ୍ୟ ସେମାନଙ୍କୁ ଠିକ ଭାବେ ଦରମା ଦିଆ ଯିବା, ପଦୋନ୍ନତି କରିବା, ଏଏନଏମ ବଦଳରେ ନୁତନ ନାମକରଣ କରିବା, ଇତ୍ୟାଦି ଦାବି ସହ ସେମାନଙ୍କର ବିଭିନ୍ନ ସମସ୍ୟା ପ୍ରତି ଗୁରୁତ୍ୱ ଦେବା ଦାବିନେଇ ସମସ୍ଥ ସ୍ୱାସ୍ଥ୍ୟକର୍ମୀ ମାନେ ହସପିଟାଲ ଅଗରେ ଧାରଣାରେ ବସିଥିଲେ । ସ୍ୱାସ୍ଥକର୍ମୀ ମାନଙ୍କ ଦାବି ତୁରନ୍ତ ପୁରଣ କରାନଗଲେ ଆଗିମୀଦିନରେ କରୋନା ଟିକା ଦେବା ସମୟରେ କଳାବ୍ୟାଚପରିଧାନ କରି କାର୍ଯ୍ୟକରିବେ ବୋଲି କହିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.