Home ଜିଲ୍ଲା ପରିକ୍ରମା ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ମକର ଭେଟଘାଟ ରେ ଆତ୍ମସୁରକ୍ଷା ରଣ କୌଶଳ ପ୍ରଦର୍ଶନ କଲେ...

ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ମକର ଭେଟଘାଟ ରେ ଆତ୍ମସୁରକ୍ଷା ରଣ କୌଶଳ ପ୍ରଦର୍ଶନ କଲେ ଛାତ୍ର ଛାତ୍ରୀ

57

ମାଲକାନଗିରି,୧୬ା୧(ଓଡିଆ ପୁଅ ) ରାଜ୍ୟ ଓ ଜାତୀୟସ୍ତରରେ ସୁନାମଅର୍ଜନ କରିଥିବା ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ପକ୍ଷରୁ ଏକାଡେମୀ ପରିସରରେ ମକର ଭେଟଘାଟରେ ଯୋଗଦେଇ ଗରିବ ଅନାଥ ଛାତ୍ର ଛାତ୍ରୀଙ୍କୁ ପାଠ୍ୟଉପକରଣ ବଟଂନ କରିଛନ୍ତି ପିଡି ଡିଆରିଏ । କୋଭିଡ ନିୟମପାଳ କରାଯାଇ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ର ସଭାପତି ରତ୍ନାକରଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଭେଟଘାଟ ଉତ୍ସବରେ ମୁଖ୍ୟଅତିଥି ଭାବେ ପିଡି ଡିଆରିଏ ବାଳମୁକୁନ୍ଦ ଭୁୟାଁ , ମୁଖ୍ୟବକ୍ତା ଭାବେ ଡାକ୍ତର ଦୁର୍ଗାପ୍ରସାଦ ରାଜ,ସମ୍ମାନିତ ଅତିଥି ଭାବେ ରଶ୍ମିରଜଂନ ମହାନ୍ତି,ରାଜେଶ ପଟନାୟକ,ସମାଜ ସେବୀ କେ.ଦେଶୀରୁଜୁ ଆଚାରୀ,ମହେଶ ଛତ୍ରୀ ପ୍ରମୁଖ ଯୋଗଦେଇଥିଲେ । ମକର ମିଳନ ଭେଟଘାଟ ର ତାତ୍ପର୍ଯ୍ୟତା ସଂପର୍କରେ ଅତିଥି ମାନେ କହିବା ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ପଦକ ହାସଲକରି ଜିଲ୍ଲାପାଇଁ ଗୌରବ ଆଣିଥିବା ଲକ୍ଷ୍‌ମିସୋଡି,ରଶ୍ମି ମାଡକାମି, ମାଶିହନ୍ତାଳ,ସୁମିତ୍ରାମାଡକାମି,ରାମଶିଶା,ଶୁକ୍ରାକ୍ରୀସାନୀ, ରାମମାଡକାମି,ମନ ମାଢି,ଙ୍କ ସହ ଅନ୍ୟାନ କୃତି ଛାତ୍ର ଛାତ୍ରୀ ମାନଙ୍କ ବହୁମୁଖି ପ୍ରତିଭା କୁ ପ୍ରସଶାଂ କରି ସେମାନଙ୍କୁ ସମ୍ମାନିତ କରିଥିଲେ । ସଭା ପ୍ରାରମ୍ଭରେ ଅଲଓଡିଶା ମାର୍ଶଲଆର୍ଟ ଏକାଡେମୀ ଓ ଜୁଡୋ ଏକାଡେମୀର ମୁଖ୍ୟ ପ୍ରତିଷ୍ଠାତା ବିନାଶକୁମାର ମିଶ୍ର ଏକାଡେମୀର ଆଭିମୁଖ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କ ସଫଳତା ସଂପର୍କରେ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ପିଟୁଂପାଢି, ରମ୍ୟରଜଂନପରିଡା,ଚନ୍ଦ୍ରଶେଖର ପୁଜାରୀ,ମନୋଜ କଚିମ,ସରିତାହରିଜନ,ଏକାଡେମୀର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରେ ମାର୍ଶଲ ଆର୍ଟ ଏକାଡେମୀର ଛାତ୍ର ଛାତ୍ରୀ ମାନେ ଚିତାକର୍ଷକ କରାଟେ, ଜୁଡୋ ଓ ମାର୍ଶଲ ଆର୍ଟର ଜୀବନରକ୍ଷା ଅନ୍ୟକୁ ସୁରକ୍ଷିତ ରଖିବାର କଳାକୌଶଳ ପ୍ରଦର୍ଶନ କରିଥିଲେ । ଜିଲ୍ଲାଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବି.କେ. ଭୁୟାଁ ଆଓମା ସଂସ୍ଥାରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟଉପକରଣ ବଟଂନ କରି ସେମାନେ ଆଗିମି ଦିନରେ ଅଲମ୍ପିକ କ୍ରୀଡାରେ ଭାଗନେଇ କୃତିତ୍ୱ ହାସଲକରି ଜିଲ୍ଲା ଓ ରାଜ୍ୟପାଇଁ ଗୋରବ ହାସଲ କରନ୍ତୁ ବୋଲି ଆର୍ଶିବାଦ କରିଥିଲେ । ଏହି ଅବସରେ କିଛି ସମୟ ପାଇଁ ଆଓମା ର ମୁଖ୍ୟ ବିନାଶକୁମାର ମିଶ୍ର ସୁନ୍ଦର ଭାବେ ଯାଦୁବିଦ୍ୟା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏକାଡେମୀ ପକ୍ଷରୁ ସମସ୍ତଙ୍କ ପାଇଁ ମକର ଚାଉଳ ଓ ଅର୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସୁଚନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଲଓଡିଶା ମାର୍ଶଲଆର୍ଟ ଏକାଡେମୀ ଓ ଜୁଡୋ ଆସୋସିଏସନ ରେ ତାଲିମ ନେଇ ଶତାଧିକ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟ ତଥା ଜାତୀୟ ଓ ଆନ୍ତ ର୍ଜାତୀୟ ସ୍ତରରେ ପୁରସ୍କାର ପାଇ ଜିଲ୍ଲାର ଗୌରବ ଆଣୁଥିବା ବେଳେ ବହୁ ପୁରାତନ ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀ ପ୍ରତି ଜିଲ୍ଲାପ୍ରଶାସନ କି ରାଜ୍ୟସରକାର ଗୁରୁତ୍ୱ ଦେଉନଥିବାରୁ ଉକ୍ତ ଏକେଡେମୀଟି ଚଳାଇବା ବହୁ କଷ୍ଟକର ହୋଇପଡୁଛି, ଏହି ଏକାଡେମୀ ପ୍ରତି ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ଆର୍ଥିକ ଅନୁଦାନ ଦେଲେ ଏଠାରୁ ଅନେକ ଆଦିବାସୀ ଓ ହରିଜନ ଛାତ୍ର ଓ ଛାତ୍ରୀ ମାନେ ଜାତୀୟ, ଆନ୍ତର୍ଜାତୀୟସ୍ତର ପ୍ରତି ଯୋଗୀତା ସହିତ ଏସିଆନଗେମ୍ ଓ ଅଲମ୍ପିକ ରେ ଭାଗନେଇ କୃତକାର୍ଯ୍ୟ ହାସଲକରି ଜିଲ୍ଲାର ସୁନାମ ଆଣିପାରନ୍ତେ ବୋଲି ଜିଲ୍ଲାର କ୍ରୀଡାବିତ ମାନେ ମତପ୍ରକାଶ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.