Home ଜିଲ୍ଲା ପରିକ୍ରମା କଳାକାର ଦୋଳଗୋବିନ୍ଦଙ୍କ ୨ କିଡ୍‌ନୀ ନଷ୍ଟ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କଳାକାର ଦୋଳଗୋବିନ୍ଦଙ୍କ ୨ କିଡ୍‌ନୀ ନଷ୍ଟ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

3

ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ତବଲା ବାଦକ ଭାବେ ଜୀବନର ୪୦ ବର୍ଷ ଅତିକ୍ରାନ୍ତ କରି ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ଗ୍ରାମର ଦୋଳଗୋବିନ୍ଦ ଯେନା (୬୩) ଏବେ କିଡ୍‌ନୀ ଜନିତ ରୋଗରେ ପୀଡିତ ଥାଇ ଅନ୍ୟର ହାତଟେକା ସହାୟତାରେ ଜୀଇଁ ଚାଲିଛନ୍ତି। ଦୋଳଗୋବିନ୍ଦଙ୍କର ଏବେ କେବଳ କଳାକାର ଭତା ବାବଦକୁ ମାତ୍ର ୨ ହଜାର ଟଙ୍କା ସାହା ଭରସା। ଦୀର୍ଘ ଦୁଇବର୍ଷ ହେବ ସେ ମଧୁମେହ, ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥାଇ ତାଙ୍କର ଦୁଇଟି କିଡନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଜମିବାଡି ଶୂନ୍ୟ ଦୋଳଗୋବିନ୍ଦଙ୍କର ଚିକିତ୍ସା ବାବଦକୁ କଟକ ଯାଇ ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଲାଣି। ସେ ଦୁଇବର୍ଷ ହେବ ଡାଏଲିସିସ୍ ହୋଇଆସୁଥିବାବେଳେ ତାଙ୍କର ପତ୍ନୀ ବିମଳା ମଧ୍ୟ ରୋଗାଗ୍ରସ୍ତ। ତେଣୁ ଅନ୍ୟର ହାତଟେକା ଅର୍ଥକୁ ସେ ଭରସା କରି ରହିଆସୁଥିବାବେଳେ ସ୍ଥାନୀୟ ଅଂଚଳର କଳାକାର ତଥା ସମାଜସେବୀ ମହେଶ୍ୱର ଲେଙ୍କା ଓ କୃଷ୍ଣ ବେହେରା ଭଳି ବହୁ ବଦାନ୍ୟ ବ୍ୟକ୍ତି ତାଙ୍କୁ ସହାୟତାର ହାତ ବଢାଇଛନ୍ତି। ତାଙ୍କର ଦୁଇପୁତ୍ର ଯଦିଓ ବିବାହିତ, ତେବେ ସେମାନେ ନିଜ ପରିବାର ପ୍ରତିପୋଷଣ କରି ପିତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିପାରୁନାହାଁନ୍ତି। ଏଣୁ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ କଳାକାରମାନଙ୍କୁ ପ୍ରାଧାନ୍ୟ ଦେଇଆସୁଥିବାବେଳେ ଜୀବନର ସାୟାହ୍ନରେ ମୃତ୍ୟୁକୁ ଖୁବ୍ ନିକଟରୁ ଦେଖି ଆସୁଥିବା ଦୋଳଗୋବିନ୍ଦଙ୍କ ଚିକିତ୍ସା ପାଇଁ ସରକାର ଉପଯୁକ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.