Home ଜିଲ୍ଲା ପରିକ୍ରମା କଳାକାର ଚିରକାଳ ସ୍ମରଣୀୟ, କଳାତୀର୍ଥରେ ସସ୍ମିତା ସ୍ମୃତି ସନ୍ଧ୍ୟା

କଳାକାର ଚିରକାଳ ସ୍ମରଣୀୟ, କଳାତୀର୍ଥରେ ସସ୍ମିତା ସ୍ମୃତି ସନ୍ଧ୍ୟା

5

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିକଟ କଳାତୀର୍ଥ ଆନନ୍ଦ ବଜାରସ୍ଥିତ ଶାନ୍ତି କଲ୍ୟାଣ ମଣ୍ଡପ ରେ ମଙ୍ଗଳବାର “ସସ୍ମିତା ସ୍ମୃତି ସନ୍ଧ୍ୟା’ଅନୁଷ୍ଠିତ ହୋଇଯାଇଛି।ଆମ କଲମର ସମ୍ପାଦକ ନାଟ୍ୟସାଥୀ ସାରଥୀ ପଣ୍ଡା ଏଥିରେ ପୋରହିତ୍ୟ କରିଥିଲେ।ଓଡ଼ିଶୀ ନୃତ୍ୟ କଳା କ୍ଷେତ୍ରରେ ଜାତୀୟ ସ୍ତରରେ ପରିଚୟ ଏବଂ ପ୍ରତିଷ୍ଠା ସୃଷ୍ଟି କରିଥିବା ଯୁବ ପ୍ରତିଭା ସସ୍ମିତା ପଣ୍ଡାଙ୍କ ସଂଘର୍ଷ ଓ ସଫଳତା ତାଙ୍କୁ ସଂସ୍କୃତି ପ୍ରେମୀଙ୍କ ନିକଟରେ ଚିରକାଳ ସ୍ମରଣୀୟ କରି ରଖିବ ବୋଲି ମତଦେଇ ଅତିଥି ବକ୍ତାମାନେ ତାଙ୍କୁ ବିରଳ ପ୍ରତିଭା ବୋଲି କହିଥିଲେ।ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଗୁରୁ ବାଦଲ ସିକଦାର,ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଲାଲା ବିରେନ ରାୟ,ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ,ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ରାମଚନ୍ଦ୍ର ପଣ୍ଡା,ଡ଼ଃ ଉମାକାନ୍ତ ନାୟକ,ବିଜେଡି ନେତା ଅଶୋକ ନାୟକ,ଡାକ୍ତର ସଞ୍ଜୟ ଦାସ,ସଙ୍ଗୀତ ନାଟକ ଏକାଡ଼େମୀ ସଦସ୍ୟ ମାନସ ବାରିକ,ଶିକ୍ଷାବିତ ଲାଷ୍ମୀକାନ୍ତ ରାଉତ,ସଙ୍ଗୀତକାର ସୁବାସ ମଲ୍ଲିକ,ନାଟ୍ୟକାର ଅମରେନ୍ଦ୍ର ନାୟକ,ସଂସ୍କୃତି ସଙ୍ଗଠକ ସଞ୍ଜୀବ ପଟ୍ଟନାୟକ,ସମାଜସେବୀ ଦିଲ୍ଲୀପ ତ୍ରିପାଠୀ,ଶିବ ଶଙ୍କର ଶବରୁ,ଯାତ୍ରା ପ୍ରଯୋଜକ ପ୍ରମୋଦ ସାହାଣୀ,ଅଧିବକ୍ତା ଗଦାଧର ବଳ,ମୋଗଲ ତାମସା ନିର୍ଦ୍ଦେଶକ ଗୌରାଙ୍ଗ ବାରିକ,ବରିଷ୍ଠ କଳାକାର ଯୋଗେନ୍ଦ୍ର ପରିଡ଼ା,ପ୍ରଫୁଲ୍ଲ ସେଠୀ,ନିରଞ୍ଜନ ମଲ୍ଲିକ,କବି ଅରୁଣ ପାତ୍ର,ଜଗନ୍ନାଥ କର,ଗଙ୍ଗାଧର ନାୟକ,ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ସାମଲ,ଗୀତିକାର ଅରୂପାନନ୍ଦ,କଣ୍ଠଶିଳ୍ପୀ ବାମନ ବିଶ୍ୱାଳ,ସମିତି ସଭ୍ୟ ଭାରତ ବିଜୟ ଦଳାଇ,ବଟକୃଷ୍ଣ ଜେନା,ସସ୍ମିତା ପଣ୍ଡା ସ୍ମୃତି ସଂସଦର ସମ୍ପାଦକ ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଅଧ୍ୟାପକ ମିଲନ ପଣ୍ଡା ବେଦ ଆବୃତି କରିଥିଲେ। ସାହିତ୍ୟିକ ମନୋଜ ପଣ୍ଡା ପ୍ରାରମ୍ଭିକ ସୂଚନା ଏବଂ କଳାକାର କାଳନ୍ଦୀ ମଲ୍ଲିକ ଧନ୍ୟବାଦ ଦେଇଥିଲେ।ପ୍ରଭାତ ପଣ୍ଡା,ସ୍ୱାଗତିକା ପଣ୍ଡା,ଉତ୍କଳମଣି ପଣ୍ଡା,ବିବେକାନନ୍ଦ ପଣ୍ଡା,ମହାପ୍ରସାଦ ପଣ୍ଡା,ବିଶ୍ୱଜିତ ସାହୁ ପ୍ରମୁଖ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି କଳାକାର ସାହିତ୍ୟିକ ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.