ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଂଚାୟତ ଅଂଚଳରେ ବନୟା ବିପଦଗ୍ରସ୍ତ ଲୋକଙ୍କ ସହାୟତା ପାଇଁ ରିଲିଫ୍ କାର୍ଯ୍ୟକ୍ରମ ଜାରି ରହିଛି। ପଂଚାୟତ ପକ୍ଷରୁ ଆବଶ୍ୟକତା ଅନୁଯାୟୀ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ଲୋକମାନଙ୍କ ମଧ୍ୟରେ ବଂଟନ କରାଯାଉଛି। ଏହା ପୂର୍ବରୁ ପ୍ରାୟ ୧୪ଶହ ରୁ ୧୫ ଶହ ଶୁଖିଲା ଖାଦ୍ୟ ପୁଡ଼ିଆ ମଧ୍ୟ ବଂଟନ କରାଯାଇଥିବା ଜଣାପଡ଼ିଛି। ୫ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା । ଗତକାଲି ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡିଓ ପ୍ରମୁଖ କଲେଇ ପଂଚାୟତ ଅଂଚଳକୁ ଗସ୍ତ କରି ଚାଲିଥିବା ରିଲିଫ୍ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଲୋକଙ୍କ ଆବଶ୍ୟକତା, ଖାଦ୍ୟ ବଂଟନ ବ୍ୟବସ୍ଥା ଓ ପ୍ରଶାସନିକ ସହାୟତା ସମ୍ପର୍କରେ ସେମାନେ ଅନୁଧ୍ୟାନ କରିଥିବା କୁହାଯାଇଛି। ଆଜି ମଧ୍ୟ ପଂଚାୟତବାସୀଙ୍କ ସହଯୋଗରେ ଏହି ରିଲିଫ୍ କାର୍ଯ୍ୟକ୍ରମ ଜାରି ରହିଛି। ସରପଂଚ ବିଳାସୀନି ସ୍ୱାଇଁ ନିର୍ଦ୍ଦେଶକ୍ରମେ ସମାଜ ସେବି ମହେନ୍ଦ୍ର କୁମାର ମଲିକ, ସମିତି ସଭ୍ୟ ପ୍ରତିନିଧି ତାପସ ରାୟ, ଯୁବ ନେତା ସୁନୀଲ କୁମାର ଲେଙ୍କା, ପଂଚାୟର ବିଜେପି ସହ ପ୍ରମୁଖ ପ୍ରତିନିଧି ଦୀପକ ନାୟକ , ପ୍ରସନ୍ନ କୁମାର ପ୍ରଧାନ , ସାମାଜିକ ଗଣମାଧ୍ୟମ ପ୍ରଚାରକ ପତିତ ପାବନ ଦାସ ପଂଚାୟତବାସୀ ଏକଜୁଟ ହୋଇ ଲୋକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ବିପଦ ସମୟରେ ପଂଚାୟତର ସାଧାରଣ ଲୋକମାନେ ମଧ୍ୟ ନିଜ ସାମର୍ଥ୍ୟ ଅନୁଯାୟୀ ରିଲିଫ୍ କାର୍ଯ୍ୟରେ ସହଯୋଗ କରୁଥିବାରୁ ଏହା ଏକ ସାମୂହିକ ପ୍ରୟାସର ରୂପ ନେଇଛି। ଆବଶ୍ୟକତା ଥିବା ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ପହଂଚାଇବାକୁ ପଂଚାୟତ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି। ପଂଚାୟତବାସୀଙ୍କ ପକ୍ଷରୁ କୁହାଯାଇଛି ଯେ, ଏଭଳି ଜରୁରୀ ପରିସ୍ଥିତିରେ ପ୍ରଶାସନ ପୂର୍ବରୁ ଯେପରି ସହଯୋଗର ହାତ ବଢ଼ାଇଛି, ଆଗାମୀ ଦିନରେ ମଧ୍ୟ ସେହିଭଳି ସହଯୋଗ ଜାରି ରହିବ ବୋଲି ସେମାନଙ୍କ ଆଶା। ପ୍ରଶାସନର ସହଯୋଗ ପାଇଁ ପଂଚାୟତବାସୀ କୃତଜ୍ଞତା ଜଣାଇଛନ୍ତି।
Home ଜିଲ୍ଲା ପରିକ୍ରମା କଲେଇ ପଂଚାୟତରେ ଜାରି ରହିଛି ରିଲିଫ୍ କାର୍ଯ୍ୟକ୍ରମ,ରନ୍ଧା ଖାଦ୍ୟ ବଂଟନ ସହ ପୂର୍ବରୁ ବଂଟାଯାଇଛି ଶୁଖିଲା...








