Home କେନ୍ଦୁଝର କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

35

ହାଟଡିହି, ୧ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଶ୍ୱତାରିଣୀ ଉଚ୍ଚ ମାଧ୍ୟମିକ ସ୍କୁଲର କର୍ମଚାରୀ ବାମଦେବ ସାହୁଙ୍କୁ ବିଦ୍ୟାଳୟ ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସୁକାନ୍ତୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସଭାରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଅଧ୍ୟାପକ ରବିନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ଭାବେ ପୁର୍ବତନ ଅଧ୍ୟାପକ ନଦୀୟା ବିହାରୀ ପଟ୍ଟନାୟକ, ସମ୍ନାନୀୟ ଅତିôତ ଭାବେ ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କର୍ମଚାରୀ ବାମଦେବ ସାହୁଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବାସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ମାତ ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ସଭାରେ ପ୍ରଧ୍ୟାପିକା ଉଷାରାଣୀ ଦାସ, ଅଧ୍ୟାପିକା ରାଜଶ୍ରୀ ଗୋସ୍ୱାମୀ, ଅଧ୍ୟାପକ ହିମାଶୁଂ ଶେଖର ମିଶ୍ର, ଆରତୀ ମଜମୁଦାର, ସୁରଭୀ ଦାସ, ବୁଲି ରାଉତ, ଭାରତୀ ଜେନା, ପ୍ରଦୀପ କୁମାର ମଲ୍ଲିକ, ଅନାଦି ଚରଣ ଜେନା, ଦେବେନ୍ଦ୍ର ନାଥ ସା, ସନାତନ ନାୟକ, ରମାକାନ୍ତ ରଣସିଂହ, ରମାମଣି ପଲତା, ହରିହର ମଲ୍ଲିକ, ସନ୍ୟାସୀ ସା, ଶିଶିର କୁମାର ସା ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.