Home ଓଡ଼ିଶା ଯୋଡା : ଗ୍ରାମ ଭିତରେ ମଦ ଦୋକାନ ଖୋଲିବାକୁ ବିରୋଧ

ଯୋଡା : ଗ୍ରାମ ଭିତରେ ମଦ ଦୋକାନ ଖୋଲିବାକୁ ବିରୋଧ

44

ଯୋଡା, ୧ା୯ (ଓଡିଆ ପୁଅ /ସେକ୍ ଜାବିର ମହମ୍ମଦ) : ନିକଟରେ ରାଜ୍ୟ ସରକାର ବିଦେଶୀ ଠିପି ବନ୍ଦ ମଦ ଦୋକାନ ଖୋଲିବା ପାଇଁ ପଞ୍ଚାୟତ ସ୍ଥରରେ ଅନୁମତି ପ୍ରଦାନ କରିଛନ୍ତି । ତେବେ କୋହ୍ଲହୁଣ୍ଡୁଳା ଗ୍ରାମରେ ଏକ ବିଦେଶି ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ଗ୍ରାମବାସୀମାନେ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀମାନଙ୍କ ଅଭିଯୋଗ ମୁତାବକ କୋହ୍ଲହୁଣ୍ଡୁଳା ଗ୍ରାମରେ ଏକ ବହୁ ପୁରାତନ ଶିବ ମନ୍ଦିର ରହିଥିବା ବେଳେ ଏହି ମନ୍ଦିର ଠାରୁ ମାତ୍ର ଶହେ ମିଟର ଭିତରେ ଜିଲା ପ୍ରଶାସନ ପକ୍ଷରୁ ଏକ ମଦ ଦୋକାନ ଖୋଲିବାକୁ ଦିଆଯାଇଥିବା ଅନୁମତିକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ସେମାନେ ଦାବି କରିଛନ୍ତି । ଏହି ଗ୍ରାମର ମୁଖ୍ୟ ରାସ୍ତା କଡରେ ମଦ ଦୋକାନଟି ଖୋଲିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ଏହି ରାସ୍ତା ଦେଇ ନିୟମିତ ଛାତ୍ର, ଛାତ୍ରୀମାନେ ବିଦ୍ୟାଳୟକୁ ଯାତାୟତ କରୁଥିବାରୁ ଏହା ସେମାନଙ୍କ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇବ । ଏହି ଗ୍ରାମଟିରେ ମୁଖ୍ୟତଃ ଆଦିବାସୀ ଏବଂ ପଛୁଆ ବର୍ଗ ସମ୍ପ୍ରଦାୟର ଦାରିଦ୍ର ସିମାରେଖା ତଳେ ଥିବା ଲୋକେ ବସବାସ କରୁଥିବା ବେଳେ ଏହି ମଦ ଦୋକାନ ଖୋଲିଲେ ଏହା ସେମାନଙ୍କ ଉନ୍ନତିରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ନେଇ ଗ୍ରାମବାସୀମାନେ ଶତାଧିକ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗପତ୍ର କେନ୍ଦୁଝର ଜିଲାପାଳ, ଚମ୍ପୁଆ ଉପଜିଲାପାଳ, ଚମ୍ପୁଆ ଅବକାରୀ ବିଭାଗ, ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯୋଡା ଥାନା ଅଧିକାରୀ, ବଡବିଲ ଥାନା ଅଧିକାରୀ, ଅଂଶେଇକଳା ସରପଞ୍ଚକୁ ପ୍ରଦାନ କରିଥିବା ଜଣାପଡିଛି । ଏହି ମଦ ଦୋକାନ ପାଇଁ ଅବକାରୀ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୬୯୯/୨୧.୦୫.୨୦୨୧ରେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏହାର ଅଭିଯୋଗ ଶୁଶାଣୀ ପାଇଁ ୦୪.୦୯.୨୦୨୧ରେ ଦିନ ଧାର୍ଯ୍ୟ କରାଯାଇଛି । ସୂଚନା ଯୋଗ୍ୟ, ପୂର୍ବରୁ ଏହି ମଦ ଦୋକାନଟି ଦେଓଝରସ୍ଥିତ ସିଆଳିଯୋଡା ଠାରେ କରିବା ପାଇଁ ସରକାରୀ ଅନୁମତି ପାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଏହି ମଦ ଦୋକାନଟିକୁ ସେଠାରେ କରିବାକୁ ଦେଇନଥିଲେ । ଫଳରେ ସମ୍ପୃକ୍ତ ଲାଇସେନ୍ସ ପ୍ରାପ୍ତ ଦୋକାନୀ ବିଲେଇପଦା ହରେକୃଷ୍ଣ ମଣ୍ଡପ ନିକଟରେ ଏହି ଦୋକାନ କରିବା ପାଇଁ ଅବକାରୀ ବିଭାଗ ସଲାସୁତରାରେ ଯୋଜନା କରିଥିବା ବେଳେ ଏହାକୁ ମଧ୍ୟ ସ୍ଥାନୀୟ ସରପଞ୍ଚଙ୍କ ସହିତ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.