Home କୋରାପୁଟ ଲମତାପୁଟଠାରୁ ବିଶାଖାପାଟଣା  ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ର ଉନ୍ନତିକରଣ କରିବାକୁ ଦାବି

ଲମତାପୁଟଠାରୁ ବିଶାଖାପାଟଣା  ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ର ଉନ୍ନତିକରଣ କରିବାକୁ ଦାବି

28

କୋରାପୁଟ ୦୧-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଲମତାପୁଟଠାରୁ ବିଶାଖାପାଟଣା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ର ଉନ୍ନତିକରଣ କରିବାକୁ ଲମତାପୁଟ ବିକାଶ ମଂଚ ତରଫରୁ ଦାବି କରାଯାଇଛି ।ଗତଦିନରେ ଲିଙ୍କନ କଂପାନୀ ଦ୍ୱାରା ଲମତାପୁଟସ୍ଥିତ ଆଶାକିରଣ ଡାକ୍ତରଖାନାଠାରୁ ଲମତାପୁଟ ମୁଖ୍ୟରାସ୍ତା ଦେଇ ବିଚଳକୋଟା ଜଙ୍କସନ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କରାଯାଇଥିଲା ।ସେହି ସମୟରେ ଲମତାପୁଟଠାରୁ ବିଶାଖାପାଟଣା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ରେ ଉନ୍ନତମାନର ଡ୍ରେନ ଓ ସିମେଂଟ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରାଯାଇଥିଲା ବୋଲି ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।ନିମ୍ନମାନର ଡ୍ରେନ ଯୋଗୁଁ ବର୍ଷାପାଣି ଡ୍ରେନ ଭିତରକୁ ନ ଯାଇ ରାସ୍ତା ଉପରେ ଯାଉଥିବା ଅଭିଯୋଗ କରାଯିବା ସହ ଏଥିଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା କୁହାଯାଇଛି   ।ଲମତାପୁଟସ୍ଥିତ ମାଳିସାହିଠାରୁ ଡଳିଗୁଡା ଏବଂ ଲମତାପୁଟ ମୁଖ୍ୟଛକଠାରୁ ବ୍ଲକ କଲୋନୀ ପର୍ଯ୍ୟନ୍ତ ସିମେଟିଂ କିମ୍ବା ଫେବରବ୍ଲକ ଦ୍ୱାରା ଉନ୍ନତିକରଣ କରିବାକୁ ଦାବି କରାଯାଇଛି ।ଲମତାପୁଟ ବିକାଶ ମଂଚର ରଘୁରାମ ମାଛ ,ମୁକୁନ୍ଦ ହନ୍ତାଲ, ଇଶ୍ୱର ଚନ୍ଦ୍ର ଦାର୍ଲି,ରଘୁନାଥ ଦାର୍ଲି,ପୂର୍ଣ୍ଣଚନ୍ଦ୍ର ପାତ୍ର,ନୀଳ ପାତ୍ର,ବିଶ୍ୱଜିତ ପାତ୍ର,ଅଶ୍ୱିନୀ ପାତ୍ର ,ବିମଳ ପୃଷ୍ଟି , ମଙ୍ଗରାଜ ଖିଲ ଓ ବଲି ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ ଅଖତର ଦାବିପତ୍ର ଗ୍ରହଣ କରି ରାସ୍ତାର ଉନ୍ନତିକରଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଶ୍ରୀ ମାଛ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.