Home Coronavirus Outbreak କରୋନା ସଚେତନତା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ,ଜିଲ୍ଲାରେ ହାଇଆଲର୍ଟ ସହ ସୀମାସିଲ

କରୋନା ସଚେତନତା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ,ଜିଲ୍ଲାରେ ହାଇଆଲର୍ଟ ସହ ସୀମାସିଲ

101

ମାଲକାନଗିରି,୧୬ା୩ (ଓଡିଆ ପୁଅ ) କରୋନା କୁ ନେଇ ସଜାଗ ରହିବା ଓ ପ୍ରତିଶେଧକ ମୂଳକ ବ୍ୟବସ୍ଥା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାରେ ହାଇଆଲର୍ଟ ଜାରିସହ ସୀମା ସିଲ କରାଯାଇ ଯାନବାହନ ଯାଚଂ କୁ କଡାକଡ କରାଯାଇଛି । ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ କରୋନା ଭାଇରସ କୋଭିଡ-୧୯ କୁ ମୁକାବିଲା ଓ ନିରାକରଣ ପ୍ରତି ଗୁରୁତ୍ୱ ଦେଇ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଏକ ଜୁରୁରୀ କାଳିନ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି । ସମଗ୍ରବିଶ୍ୱରେ କରୋନା ମହାମାରୀ ରୂପ ନେଇ ଏହାକୁ ଜାତୀୟ ବିପତି ଭାବେ ଘୋଷଣା କରାଯାଇଥିବାରୁ ଏହାର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ପଦକ୍ଷେପ ନିଆଯାଇଛି । ମାଲକାନଗିରି ଜିଲ୍ଲାସୀମାନ୍ତ ରେ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା, ଛତିଶଗଡ ରାଜ୍ୟ ରହୁଥିବାରୁ ଏଠାକୁ ବିଭିନ୍ନ ସ୍ଥାନରୁ ଆନ୍ତରାଜ୍ୟ ବସ ଚଳାଚଳ କରିଥାଏ, ସେହିସବୁ ବସରେ ବାହାର ରାଜ୍ୟରୁ ଲୋକମାନେ ଜିଲ୍ଲାକୁ ଆସିଥାନ୍ତି, ସେମାନଙ୍କୁ କରୋନା ସଂପର୍କରେ ସଚେତନତା କରିବା ପାଇଁ ସୀମାସିଲ କରାଯାଇ ବସ ଓ ଯାନବାହନଗୁଡିକୁ ଯାଚଂ କରା ଯାଇ ମାସ୍କବ୍ୟବହାର ଓ କରୋନା ଆକ୍ରନ୍ତ ମାନଙ୍କ ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦିଆ ଯାଇଛି । କୌଣସି ସ୍ଥାନରେ ଗହଳି ନକରି ଯାନି ଯାତ୍ରା ପର୍ବ ପର୍ବାଣି ଗୁଡିକୁ ନିରାଆଡମ୍ବର ଗହଳି ଶୂନ୍ୟ କରନ୍ତୁ,ଭଲଭାବରେ ହାତ ଧୁଅନ୍ତୁ, କଥା ହେଲା ବେଳେ ପ୍ରାୟ ଏକ ମିଟିର ଦୂରତା ଅବଲମ୍ବନ କରନ୍ତୁ ।ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ ଓ ଗୃହ ପୃଥକୀକରଣରେ ରଖନ୍ତୁ । ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ,କରୋନା ପାଇଁ ଜିଲ୍ଲାସ୍ତର ଠାରୁ ଆରମ୍ଭ କରି ବ୍ଲକ ଓ ପଚାଂୟତସ୍ତରରେ ବ୍ୟାପକ ଭାବେ ଜନସଚେତନତା କାର୍ଯ୍ୟକ୍ରମ ଚାଲିଛି, ଜିଲ୍ଲାର ସମସ୍ତ ଅଧିକାରୀ ଙ୍କ ଛୁଟିବାତିଲ କରାଯାଇ ଏହି ଜନସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି, ପଚାଂୟତ ସ୍ତରରେ ସରପଚଂ ଓ୍ୟାର୍ଡ ମେମ୍ବର, ସମିତି ସଭ୍ୟ,ଜିଲ୍ଲାପରିଷଦ ସଭ୍ୟ,ଓ ଲୋକପ୍ରତିନିଧି,ଆଶାକର୍ମୀ,ଅଙ୍ଗନ ଓ୍ୟାର୍ଡା କର୍ମୀ,ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଗାଁ ଗାଁରେ ଜନସଚେତନତା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ବଣ୍ଡାଘାଟି ଓ ଅନ୍ୟାନ ପର୍ଯ୍ୟଟନସ୍ଥଳୀକୁ ବିଦେଶୀ ନାଗରିକ ଓ ଅନ୍ୟାନ ପର୍ଯ୍ୟଟକମାନଙ୍କୁ ଯିବାପାଇଁ ବାରଣ କରାଯାଇଛି । ବଜାରରେ ମାସ୍କର କଳାବଜାର ଦେଖାଦେଲେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ଔଷଧ ଦୋକାନ ଉପରେ ଚଢଉ କରାଯାଇ ସମସ୍ତ କଳାବେପାରୀଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ଆସନ୍ତା ୩୧ତାରଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ,ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଗୁଡିକ ବନ୍ଦ କରାଯିବା ସହ ସିନେମାହଲ, ପର୍ଯ୍ୟଟନସ୍ଥଳୀ ଗୁଡିକୁ ପର୍ଯ୍ୟଟକ ମାନଙ୍କୁଯିବାପାଇଁ ବାରଣ କରାଯାଇଛି ।ଜିଲ୍ଲାରେ ଥିବା ସତିଗୁଡା ଇକୋପାର୍କ, ଜଦୁଗୁଡା, ଚିତ୍ରକୋଣ୍ଡା ପରିବେଶୀୟ ପର୍ଯ୍ୟଟନସ୍ଥଳି, ବଣ୍ଡାଘାଟି,ସ୍ୱାଭିମାନ ଅଚଂଳ ଗୁରୁପ୍ରୀୟା ସେତୁ ସ୍ଥଳକୁ ବିଦେଶୀ ନାଗରିକ ଓ ଅନ୍ୟାନ ପର୍ଯ୍ୟଟକ ମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଜିଲ୍ଲାରେ କୌଣସି ସ୍ଥାନରେ ଅଯଥା ୫ରୁ ଅଧିକ ଲୋକଙ୍କ ଗହଳି ହେବାର ଦେଖାଦେଲେ ୧୪୪ଧାରା ଆଇନ ଲାଗୁ କରାଯିବ, ଜିଲ୍ଲାହସପିଟାଲରେ ସ୍ୱତନ୍ତ୍ର ଭାବେ କରୋନା ଆୟୁସୁଲେସନ କୋଠରୀ ୨୪ଘଟିଂଆ ଖୋଲାରହିଛି,ସେହି ଓ୍ୟାର୍ଡରେ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ମୁତୟନ କରାଯାଇଛି । ବିଶେଷ କରି ସୀମାନ୍ତ ମୋଟୁ,ଚାଲାଣଗୁଡା, ବରୁଦି, ଚିତ୍ରକୋଣ୍ଡା,ଗୋବିନ୍ଦପାଲି ମୁଖ୍ୟରାସ୍ତା ଓ ବସଷ୍ଟାଣ୍ଡ ଗାଡିଗୁଡିକୁ ଯାଚଂ କରାଯାର ଯାତ୍ରୀ ମାନଙ୍କୁ କରୋନା ସଂପର୍କରେ ଜନସଚେତନତା ର ବାର୍ତା ଦିଆଯାଉଛି,ବିଭିନ୍ନ ଦୁର୍ଗମ ଅପହଁଚ ଇଲାକାରେ ଥିବା ଗ୍ରାମଗୁଡିକୁ ନିୟମିତ ଭାବେ ଡାକ୍ତରୀ ଦଳ ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇେଦେଉଛନ୍ତି , ହାଟ ବଜାର ଗୁଡିକରେ ଡାକବାଜି ଯନ୍ତ୍ରଦ୍ୱାରା କରୋନା ସଂପର୍କରେ ଜନସଚେତନତା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଏସ.ମହାରଣା,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦୀଲିପ ଚନ୍ଦ୍ର ସାମନ୍ତରାୟ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର ଓ ଜିଲ୍ଲାସ୍ତରୀୟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ଭାଗନେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.