Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀ ଆଙ୍ଗୁଠି କାଟିଲେ

ସଡକ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀ ଆଙ୍ଗୁଠି କାଟିଲେ

138

ମାଲକାନଗିରି,୧୬ା୩ (ଓଡିଆ ପୁଅ ) ଗତ୧୦ତାରିଖରେ ମାଲକାନଗିରି ଜିଲ୍ଲାରେ ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ମାଲକାନଗିରି ହସପିଟାଲରେ ଚିକିତ୍ସା ହେବାପରେ ଗଙ୍ଗା ମାଡକାମୀ ଓ ଆଡମା ମାଡକାମୀଙ୍କୁ ବ୍ରହ୍ମପୁର ହସପିଟାଲକୁ ଉଚ୍ଚତର ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା । ସେ ଦୁହେଁ ସେଠାରେ ଚିକିତ୍ସିତ ହେଉଥିଲେ । ଆଜି ଗଙ୍ଗାମାଡକାମୀ ପାଇଖାନାକୁ ଯାଇଥିଲେ,କୌଣସି କାରଣରୁ ସେଠାରେ ନିଜର ମାନଶିକ ଭାରସାମ୍ୟହରାଇ ଏକ ବ୍ଲେଡଦ୍ୱାରା ନିଜର ବାମହାତର ୪ଟି ଆଙ୍ଗୁଠିକୁ କାଟିପକାଇଥିଲେ , ସେ ଚିତ୍କାର କରି ତଳେ ପଡି ଯିବାରୁ ପାଖରେ ଥିବା ଅନ୍ୟ ରୋଗୀ ମାନେ ହସପିଟାଲ କର୍ତୁପକ୍ଷଙ୍କୁ ଜଣାଇ ବା ପରେ ଡାକ୍ତର ମାନେ ପହଁଚି ଆହତ ଅବସ୍ଥାରେ ଗଙ୍ଗାଙ୍କୁ ଉଦ୍ଧାର କରି ଚିକିତ୍ସା ଚଳାଇଛନ୍ତି । ଏ ଖବର ଗଙ୍ଗାଙ୍କ ନିଜ ଗାଁ ମାଲକାନଗିରି ସିଆଡିମାଳ ରେ ପ୍ରଚାର ହୋଇ ଯିବାରୁ ତାଙ୍କ ପରିବାର ଓ ଗ୍ରାମରେ କାନ୍ଦବୋବାଳି ପଡି ଯାଇଛି । ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ମାନଶିକସ୍ତରରେ ଦୃବଳ ହୋଇ ପଡିଥିବାର ଡାକ୍ତରମାନେ କହିଛନ୍ତି । ସୁଚନା ଯୋଗ୍ୟ ଯେ ଗତ୧୦ତାରିଖରେ ମାଲକାନଗିରି ଥାନା ଚାଲାଣଗୁଡା ପଚାଂୟତ ସିଆଡିମାଳ ଗ୍ରାମରୁ ୨୧ ଜଣ ଆଦିବାସୀ ଲୋକ ଏକ ୪୦୭ ମିନିଟ୍ରକରେ କାଲିମେଳା ଥାନାସ୍ଥ ସାଲିମାରିକୋଣ୍ଡା ପାନ୍ତାକୁର ଗ୍ରାମର କନିଆ ଘରକୁ ବିବାହ ଭୋଜିରେ ଯୋଗଦେବାକୁ ଯାଉଥିଲେ । ଟ୍ରକଟି ଦୃତ ଗତିେରେ ଯାଉଥିବା ବେଳେ ଶିଖପାଲି ପଚାଂୟତ ଏମଭି୧୯ ଉର୍ମାଗୁଡା ଗ୍ରାମ ନିକଟରେ ଟଣ୍ଣ ର୍ୀ ରାସ୍ତା କାଟୁଥିବା ସମୟରେ ଭାର ସାମ୍ୟହରାଇ ଟ୍ରକଟି ରାସ୍ତାକଡକୁ ଓଲଟିପଡିଥିଲା । ସେହି ଟ୍ରକରେ ବସିଥିବା ୨୧ଜଣ ଙ୍କ ମଧ୍ୟରୁ ୧୪ଜଣ ଆହତ ହୋଇଥିଲେ । ଡ୍ରାଇଭର ଦୁର୍ଘଟଣାପରେ ଗାଡି ଛାଡିଫେରାର ହୋଇଯାଇ ଥିବାରୁ ନିକଟସ୍ଥ ଗ୍ରାମବାସୀ ମାନେ ସେଠାରେ ପହଁଚି ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଆମ୍ବୁଲାନ୍ସ ଓ ଅଟୋ ରେ ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ଗଙ୍ଗା ମାଡକାମୀ ଓ ଆଡମା ମାଡକାମିଙ୍କ ଙ୍କ ଅବସ୍ଥା ଗୁରୁତର ହେବାରୁ ସେ ଦୁଇଜଣଙ୍କୁ ଉଚ୍ଚତର ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲ କଲେଜକୁ ଡାକ୍ତର ମାନେ ସ୍ଥାନାନ୍ତର କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.