Home ଓଡ଼ିଶା ରାସ୍ତା ଲୁଟ୍ ଅଭିଯୋଗରେ ଯୁବକ କାଳିଆକୁ କୋର୍ଟ ଚାଲାଣ

ରାସ୍ତା ଲୁଟ୍ ଅଭିଯୋଗରେ ଯୁବକ କାଳିଆକୁ କୋର୍ଟ ଚାଲାଣ

115

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୩-ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଖତିଆ ଡମସାହି ରାସ୍ତାରେ ଅନେକ ଦିନ ହେଲା ଲୁଟେରା ମାତିଥିଲେ । ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ବାଇକ୍ ଆରୋହୀ ମାନଙ୍କୁ ଏକୁଟିଆ ଦେଖି ଟଙ୍କା ପଇସା, ଗାଡି ଲୁଟି ନେଉଥିଲେ । ଯାହା ଫଳରେ ପୋଲିସ୍ ର ମୁଣ୍ଡବ୍ୟଥା ପାଲଟିଥିଲା । ମାର୍ଚ୍ଚ ୧୬ ତାରିଖରେ ଅଭିଯୁକ୍ତ ଲୁଟେରାକୁ ପୋଲିସ୍ ଧରିବା ପାଇଁ ସକ୍ଷମ ହୋଇଛି । ସେହିଭଳି ଜଣେ ରାସ୍ତା ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଗତ ମାର୍ଚ୍ଚ ୧୨ ତାରିଖ ସଂଧ୍ୟାରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଅତିରିକ୍ତ ମ୍ୟାନେଜର୍ ଦିବ୍ୟେନ୍ଦୁ କୁମାର ପୁରୋହିତଙ୍କୁ ରାସ୍ତାରେ ଅଟକାଇ କାଗଜ ପତ୍ର ଲୁଟିନେବା ସହ ଗାଡି ଲୁଟିବାକୁ ଚେଷ୍ଟା କରୁଥିଲେ ।

ଏହି ସମୟରେ ଆଖପାଖ ଲୋକ ଚାଲି ଆସିବାରୁ ଲୁଟେରା ଫେରାର ହୋଇଯାଇଥିଲେ । ଦିବ୍ୟେନ୍ଦୁଙ୍କଠାରୁ ଏତଲା ପାଇ ପୋଲିସ୍ ତଦନ୍ତ ଜାରି ରଖିଥିଲେ । ତଦନ୍ତ ପରେ ଖତିଆ ଗ୍ରାମର ଅଲେଖ ଗୁରୁଙ୍କ ପୁଅ ରାଜେଶ କୁମାର ଗୁରୁ ଓରଫ୍ କାଳିଆକୁ ଥାନାକୁ ଆଣି ପଚରା ଉଚୁରା ଜାରି ରଖିଥିଲେ । ଲୁଟ୍ ଉଦ୍ୟମକୁ ରାଜେଶ୍ ମାନିଯିବା ପରେ ମାର୍ଚ୍ଚ ୧୬ ତାରିଖରେ ଅଭିଯୁକ୍ତ ରାଜେଶ୍ କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଜାମିନ୍ ନାମଂଜୁର ହେବାରୁ ଅଭିଯୁକ୍ତକୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.