Home ଜିଲ୍ଲା ପରିକ୍ରମା କରୋନା ସଚେତନତା ଓ ଆମ କୃଷିସଂପର୍କ ରେ ସ୍ୱତନ୍ତ୍ର ଜିଲ୍ଲାପରିଷଦ ବୈଠକ

କରୋନା ସଚେତନତା ଓ ଆମ କୃଷିସଂପର୍କ ରେ ସ୍ୱତନ୍ତ୍ର ଜିଲ୍ଲାପରିଷଦ ବୈଠକ

133

ମାଲକାନଗିରି,୧୭ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଭୁତାଣୁର ଆତଙ୍କ ଦେଖା ଦେଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକପ୍ରତିନିଧି ମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟିକରିବା ଓ ଆମ କୃଷୀ କାର୍ଯ୍ୟକ୍ରମ ସଂପର୍କରେ ଆଜି ମାଲକାନଗିରି ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ କରୋନା ଭାଇରସ କୋଭିଡ-୧୯ ସଂକ୍ରମଣରୁ ସୁରକ୍ଷା ପାଇଁ କି କି ପଦକ୍ଷେପ ନେବା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାଧାରଣ ସୁଚନା ଲୋକପ୍ରତିନିଧି ମାନଙ୍କୁ ଦିଆଯାଇ ଏହାକୁ ବିଭିନ୍ନ ଗ୍ରାମ ଗୁଡିକରେ ଲୋକମାନଙ୍କୁ ଜନସଚେତନତା କରିବା ପାଇଁ ପରାମର୍ଶ ଦିଆଯାଇଥିଲା । କୋରନା ସଚେତନତା ବାର୍ତାପରେ ରାଜ୍ୟ ସରକାରଙ୍କ ଆମ କୃଷୀ କାର୍ଯ୍ୟକ୍ରମ ରେ ଜିଲ୍ଲାବାସୀ କିପରି ଉପକୃତ ହୋଇ ଉନ୍ନତମାନର ଚାଷକରି ଲାଭବାନ ହୋଇପାରିବେ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଏହା ବ୍ୟତିତ ମତ୍ସ,ପଶୁସମ୍ପଦ, ସ୍ୱାସ୍ଥ୍ୟ,ଶିକ୍ଷା,ଗମନାଗମନ,ଜଳ ସେଚନ, ପାନୀୟ ଜଳ ଯୋଗାଣ,ବିଦ୍ୟୁତ ସେବା,ମୋବାଇଲ ଫୋନ ସେବା , ଏହି ବୈଠକ ରେ ମାଲକାନଗିରି ବିଧାୟକ ଆଦିତ୍ୟମାଢି,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପାଧ୍ୟକ୍ଷା ସୁଲତା ମଣ୍ଡଳ ମଚଂରେ ଉପସ୍ଥିତ ରହି ଆଲୋଚନା କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାମେଶ୍ୱ ପ୍ରଧାନ,ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦୀପ୍ତ ପଣ୍ଡା,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦୀଲିପ ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲାପରିଷଦ ସଭ୍ୟ,ସଭ୍ୟା,ବ୍ଲକ ଚେୟାର ମେନ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଭାଗନେଇଥିଲେ । ବୌଠକ ଶେଷରେ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ କରୋନା ସଂପର୍କରେ ଜନସଚେତନତାର ବାର୍ତାଦେଇଥିଲେ  ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.