Home ଓଡ଼ିଶା ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ ଜଣେ ମୃତ ଦୁଇ ଗୁରୁତର

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ ଜଣେ ମୃତ ଦୁଇ ଗୁରୁତର

136

ପାଟଣା ୧୭-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ କାଶିଆ ଜଙ୍ଗଲ ନିକଟରେ ସୋମବାର ସନ୍ଧ୍ୟା ରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ରେ ପିଟି ହେବା ଫଳରେ ବାଇକ ରେ ଯାଉଥିବା ୩ ଜଣ ଙ୍କ ମଧ୍ୟରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଙ୍କୁ ଉଦ୍ଧାର କରିଥିଲେ।ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି। ତେବେ ମୃତକ ଓ ଗୁରୁତର ଙ୍କ ପରିଚୟ ମିଳିପାରି ନାହିଁ। ପାଟଣା ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡି କୁ ଜବତ କରି ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.