Home ଓଡ଼ିଶା କରୋନା ଭୟରେ ମାଲକାନଗିରି ସାପ୍ତାହିକ ହାଟକୁ ବନ୍ଦକରି ଜନସଚେତନତା ସୃଷ୍ଟି କଲା ଜିଲ୍ଲାପ୍ରଶାସନ

କରୋନା ଭୟରେ ମାଲକାନଗିରି ସାପ୍ତାହିକ ହାଟକୁ ବନ୍ଦକରି ଜନସଚେତନତା ସୃଷ୍ଟି କଲା ଜିଲ୍ଲାପ୍ରଶାସନ

169

ମାଲକାନଗିରି,୧୭ା୩ (ଓଡିଆ ପୁଅ ) କରୋନା ଭୟରେ ଜନଗହଳିକୁ ରୋକିବା ପାଇଁ ଶହେବର୍ଷର ସାପ୍ତାହିକ ହାଟକୁ ବନ୍ଦ କରିଦେଇଛି ଜିଲ୍ଲାପ୍ରଶାସନ, ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଆଜି ମଙ୍ଗଳବାର ସାପ୍ତାହିକ ହାଟଥିଲା । ସକାଳେ ହାଟବସିବା ପାଇଁ ବେପାରୀ,ହାଟୁଆ ମାନେ ନିଜ ନିଜର ପନିପରିବା, ଓ ଅନ୍ୟାନ ସାମଗ୍ରୀ ଧରି ହାଟଚାଳିଆ ନିକଟରେ ପହଁଚି ଯାଇଥିଲେ । ସେମାନେ ହାଟ ଖୋଲିବା ଆଗରୁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ହାଟପଦାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଗୁଣନିଧି ନାୟକ,ଉପକୃଷିନିର୍ଦ୍ଦେଶକ ରାମଚନ୍ଦ୍ର ପଟନାୟକ,ପୌରପରିଷଦ ନିର୍ବାହି ଅଧିକାରୀ ଏମ ନିଳକଠଂନାଇଡୁ,ଆନ୍ୟାନ ଅଧିକାରୀ ,ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ସଦଳବଳ ଧରି ପହଁଚିଯାଇ ବେପାରୀ ମାନଙ୍କୁ ହାଟରେ ଗହଳି ନ କରି ଏକତ୍ରୀତ ହୋଇ ବସି ସାମଗ୍ରୀ ବିକ୍ରୀକରିବାକୁ ବାରଣ କରିଥିଲେ । ହାଟ ହେଲେ ନିଶ୍ଚିତ ଭାବେ ଗହଳି ହେବାକାରଣ ଯୋଗୁଁ ଆଜି ସାପ୍ତାହିକ ହାଟଟିକୁ ବନ୍ଦକରିଦିଆ ଯାଇଥିଲା । ଏହି ସାପ୍ତାହିକ ହାଟଟି ବନ୍ଦ ହେବା ସଂପର୍କରେ ଆଗରୁ କିଛି ଖବର ପାଇନଥିବାରୁ କିଛି ବ୍ୟବସାୟୀ ଦୂରଦୁରାନ୍ତରୁ ଗାଡିଭଡା କରି ପନିପରିବା ଧରି ହାଟକୁ ଆସିଥିଲେ, ସେମାନେ ନିଜନିଜ ସାମଗ୍ରୀ ବିକ୍ରୀ କରି ନପାରି ମନଦୁଃଖରେ ପୁଣି ଗାଡିଭଡା କରି ନିଜ ନିଜ ଘରକୁ ଫେରାଇ ନେଇଥିବାର ଜଣାପଡିଛି । ସାତଦିନରେ ଥିରେ ଜିଲ୍ଲାସଦର ମହକୁମା ଠାରେ ଏକ ମାତ୍ର ମଙ୍ଗଳବାର ସାପ୍ତାହିକ ହାଟବସୁଥିବାରୁ ହାଟରୁ ତଟକା ପନିପରିବା ଓ ଅନ୍ୟାନ ସାମଗ୍ରୀ କିଣିବା ପାଇଁ ଗ୍ରାହକ ମାନେ ଆସିଥାନ୍ତି,ଆଜି ଅନେକ ଗ୍ରାହକ ହାଟକୁ ଆସି ହାଟ ଚାଳିଆ ଗୁଡିକ ଖାଲି ପଡିଥିବା ଓ ବେପାରି, ହାଟୁଆ ମାନେ ନଥିବାର ଦେଖି ଖାଲିବ୍ୟାଗ ରେ ନିଜଘରକୁ ଫେରି ଯାଇଥିବାର ଦେଖିବାକୁ ମିଳିଥିଲା । ହାଟ ରେ ଡାକବାଜି ଯନ୍ତ୍ରଦ୍ୱାରା କରୋନା ଭାଇରସ ଠାରୁ ଦୁରରେ ରହି କୌଣସି ସ୍ଥନରେ ଜନଗହଳି ନକରି ଏକ ମିଟର ଦୂରତା ରକ୍ଷାକରିବା, ସମଗ୍ରବିଶ୍ୱରେ କରୋନା ମହାମାରୀ ରୂପ ନେଇ ଏହାକୁ ଜାତୀୟ ବିପତି ଭାବେ ଘୋଷଣା କରାଯାଇଥିବାରୁ ଏହାର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ପଦକ୍ଷେପ ନିଆଯାଇଛି, କୌଣସି ସ୍ଥାନରେ ଗହଳି ନକରି ଯାନି ଯାତ୍ରା ପବ ର୍ ପ ର୍ବାଣି ଗୁଡିକୁ ନିରାଆଡମ୍ବର ଗହଳି ଶୂନ୍ୟ କରାନ୍ତୁ,ଭଲଭାବରେ ହାତ ଧୁଅନ୍ତୁ, କଥା ହେଲା ବେଳେ ପ୍ରାୟ ଏକ ମିଟିର ଦୂରତା ଅବଲମ୍ବନ କରନ୍ତୁ ।ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ ଓ ଗୃହ ପୃଥକୀକରଣରେ ରଖନ୍ତୁ । ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ,ହାଟ ଦୋକାନ ବଜାରରେ ଅଯଥାରେ ଗହଳି ନ କରି କରୋନା ଠାରୁ ଦୂରେଇ ରୁହନ୍ତୁ ବୋଲି ପ୍ରଶାସନିକ ଅଧିକାରୀ ମାନେ ଜନସଚେତନତାରା ବାର୍ତା ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.