Home Coronavirus Outbreak ଭାରତରୁ ନିଜ ଦେଶକୁ ଫେରି ଯିବାକୁ ଅନିଛୁକ ଆମେରିକୀୟ ନାଗରିକ

ଭାରତରୁ ନିଜ ଦେଶକୁ ଫେରି ଯିବାକୁ ଅନିଛୁକ ଆମେରିକୀୟ ନାଗରିକ

1985

ନୂଆଦିଲ୍ଲୀ: ଭାରତରେ ଫସି ରହିଥିବା ହଜାର ହଜାର ଆମେରିକୀୟ ନାଗରୀକ ନିଜ ଦେଶକୁ ଫେରିବାକୁ ଚାହୁଁନାହାଁନ୍ତି। ଆମେରିକାରେ କରୋନା ଭାଇରସର ସର୍ବାଧିକ ସଂଖ୍ୟକ ମାମଲା ପରେ ଆମେରିକୀୟ ଲୋକମାନେ ନିଜ ଦେଶକୁ ଫେରିବାକୁ ଭୟ କରୁଥିବା ଜଣାପଡ଼ିଛି। ଆମେରିକାର ଦୂତାବାସ ସମ୍ବନ୍ଧୀୟ ମାମଲା ପାଇଁ ବୈଦେଶିକ ବ୍ୟାପାର ସଚିବ ଇଆନ୍ ବ୍ରାଉନଲି ଏହି ସୂଚନା ଦେଇଥିବା ଜଣାପଡ଼ିଛି। ବ୍ରାଉନଲି କହିଛନ୍ତି ଯେ ଭାରତରେ ରହି ଯାଇଥିବା ନିଜ ଦେଶର ନାଗରିକଙ୍କୁ ଫେରାଇ ନେବା ପାଇଁ ଆମେରିକା ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଥିଲେ ସୁଧା, ଭାରତରେ ରହି ଯାଇଥିବା ଅନେକ ଆମେରିକୀୟ ନିଜ ଦେଶକୁ ଫେରିବା ପାଇଁ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି। ବ୍ରାଉନଲି କହିଛନ୍ତି, ଯେତେବେଳେ ଆମେ ଆମେରିକା ଫେରି ଆସିବାକୁ ଚାହୁଁଥିବା ଲୋକମାନଙ୍କ ବିଷୟରେ ପଚାରିଥିଲୁ, ଅନେକ ଲୋକ ଆଗକୁ ଆସିଥିଲେ। କିନ୍ତୁ ଏହି ସପ୍ତାହରେ ଯେତେବେଳେ ଭାରତରେ ଆମର କର୍ମଚାରୀମାନେ ପ୍ରାୟ ୮୦୦ ଲୋକଙ୍କୁ ଡାକିଥିଲେ, କେବଳ ୧୦ ଜଣ ଫେରି ଆସିବାକୁ ଇଚ୍ଛା ପ୍ରକାଶ କରିଥିଲେ। /-ଦେବଦତ୍ତ ରଥ

ପୁଅର ଗଳା ଚିପି ହତ୍ୟା କଲା ମାଆ; କହିଲା, ସ୍ୱର୍ଗ ପ୍ରାପ୍ତି ହେବ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.