Home ଜିଲ୍ଲା ପରିକ୍ରମା କରୋନା ଭୟ ପାଇଁ ମାସ୍କ ବ୍ୟବହାର,ଔଷଧ ଦୋକାନରେ ମାସ୍କ କଳାବଜାର,ଜିଲ୍ଲାହସପିଟାଲରେ କରୋନା ପାଇଁ ସ୍ୱତନ୍ତ୍ର...

କରୋନା ଭୟ ପାଇଁ ମାସ୍କ ବ୍ୟବହାର,ଔଷଧ ଦୋକାନରେ ମାସ୍କ କଳାବଜାର,ଜିଲ୍ଲାହସପିଟାଲରେ କରୋନା ପାଇଁ ସ୍ୱତନ୍ତ୍ର କୋଠରୀ

408

ମାଲକାନଗିରି,୧୪ା୩(ଓଡିଆ ପୁଅ ) ଚୀନ ରୁ ବ୍ୟାପିଥିବା ଭୟାବହ କରୋନା ଭୂତାଣୁ ସଂକ୍ରମଣ ହୋଇ ଏବେ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବାରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀ ଭୟଭିତ ହୋଇ ସ୍କୁଲପିଲା ଠାରୁ ଆରମ୍ଭ କରି ସରକାରୀ କର୍ମାଚାରୀ ଓ ଅନ୍ୟମାନେ ମୁହଁରେ ମାସ୍କ ଲଗାଇ ବୁଲୁଥିବାର ଦେଖାଯାଉଛି । ଜିଲ୍ଲାରେ ଥିବା ଔଷଧ ଦୋକାନ ଗୁଡିକରେ ଆବଶ୍ୟକ ପରିମାଣରେ ମାସ୍କ ମିଳୁନଥିବାରୁ ଏହାର କଳାବଜା ହେଉଥିବାର ଜଣାପଡିଛି । ପ୍ରଥମେ ପ୍ରଥମେ ୧୦ଟଙ୍କା ରେ ସାଧାରଣ ମାସ୍କ ବିକ୍ରୀ ହେଉଥିବା ବେଳେ ସେହି ମାସ୍କ ଗୁଡିକ ଆଜି ୨୦ଟଙ୍କାରୁ ୩୦ଟଙ୍କା ଦରରେ ବିକ୍ରୀ ହେଉଥିବାର ଦେଖିବାକୁ ମିଳିଛି । ଜିଲ୍ଲାପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ କେତେକ କଳାବେପୀର ମନଇଛା ଭାବେମାସ୍କ ର ମୂଲ୍ୟ ବୃଦ୍ଧିକରି ବିକ୍ରୀ କରୁଥିବାର ଜଣାପଡିଛି । କରୋନା ମୁକାବିଲା କରିବା ଓ ପ୍ରତିଶେଷଧକ ବ୍ୟବସ୍ଥା ପାଇଁ ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ଜିଲ୍ଲା ହସପିଟାଲ ୫ମହଲାରେ ସନ୍ଧିଗ୍ଧ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବେ ଆୟୁସୁଲେସନ କୋଠରୀ ହୋଇ ୨ଟି ଶଯ୍ୟ ପକା ଯାଇଛି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ପାଇଁ ସ୍ୱତନ୍ତ୍ର ଭାବେ ମେଡିସନ ସ୍ପେଷାଲିଷ୍ଠ ଡାକ୍ତର,ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦିଆଯାଇ ସେଠାରେ ମୂତୟନ କରାଯାଇଛି । ସେହି କୋଠରୀରେ କଲିକତା ଇସକନ ମନ୍ଦିରରୁ ଫେରିଥିବା ଜଣେ ବ୍ୟକ୍ତିଙ୍କୁ ଆବଜରସେନରେ ରଖା ଯାଇ ଚିକିତ୍ସା କରାଯାଉଛି । ସେହିବ୍ୟକ୍ତି କରୋନା ଭୁତାଣୁ ଦ୍ୱାରା ଆକ୍ରାନ୍ତ ହୋଇନଥିଲେ ମଧ୍ୟ ସେ କିଛି ବିଦେଶିଙ୍କ ସଂସ୍ପର୍ଷରେ ଥିବା ଓ ତାଙ୍କୁ ଥଣ୍ଡା କାଶ ହେଉଥିବାରୁ ସ୍ୱତନ୍ତ୍ର ଭାବେ ତାଙ୍କୁ ଚିକିତ୍ସା ଯୋଗାଇଦିଆ ଯାଉଛି, କରୋନା ଭାଇରସ ସାଧରଣତ ୧୭ଡିଗ୍ରୀରୁ ୨୬ଡିଗ୍ରୀ ପର୍ଯ୍ୟନ୍ତ ଉତାପରେ ସଂକ୍ରମଣ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ନିୟମିତ ଭାବେ ୩୬ରୁ ୩୭ଡିଗ୍ରୀ ଉତାପ ଲାଗିରହୁଥିବାରୁ ମାଲକାନଗିରି ଜିଲ୍ଲା ରେ କରୋନା ଭୁତାଣୁ ପ୍ରବେଶ କରିବା ସମ୍ଭବପର ନୁହଁ, ଜିଲ୍ଲାରେ କେହି ବି ଜଣେ କରୋନା ଭୁତାଣୁରେ ଆକ୍ରନ୍ତ ହୋଇ ନାହାଁନ୍ତି, ଏଥିରେ ଭୟଭିତ ହେବାର କିଛି ନାହିଁ, ଜିଲ୍ଲା ହସପିଟାଲରେ ସ୍ୱତନ୍ତ୍ର କରୋନା କୋଠରୀ ଖୋଲା ଯାଇ ଚିକିତ୍ସାର ବ୍ୟବସ୍ଥା ସହ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଡାକ୍ତରଙ୍କୁ ସଜାଗ ରଖାଯାଇ ୨୪ଘଟିଂଆ ପ୍ରକୋଷ୍ଠ ଖୋଲାରହି ଡାକ୍ତର ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀ ସଜାଗ ରହିଛନ୍ତି ବୋଲି ଭାରପ୍ରାପ୍ତ ସିଡିଏମଓ ମେଡିକାଲ ଏଡିଏଓ ଡାକ୍ତର ଅନିଲକୁମାର ମିଶ୍ର ସୁଚନା ଦେଇଛନ୍ତି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.