Home ଜିଲ୍ଲା ପରିକ୍ରମା ନିଖିଲ ଉତ୍କଳ ୪ର୍ଥ ଶ୍ରେଶୀ କର୍ମଚାରୀ ସଙ୍ଘର ଜିଲ୍ଲାସ୍ତରୀୟ ସମ୍ମିଳନୀ

ନିଖିଲ ଉତ୍କଳ ୪ର୍ଥ ଶ୍ରେଶୀ କର୍ମଚାରୀ ସଙ୍ଘର ଜିଲ୍ଲାସ୍ତରୀୟ ସମ୍ମିଳନୀ

174

ମାଲକାନଗିରି,୧୪ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ସଭାପତି ଅଚ୍ୟୁତାନନ୍ଦ ଜେନାଙ୍କ ଅଧ୍ୟ୍ମକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ମୁଖ୍ୟବକ୍ତା ଭାବେ ଅଣଗେଜେଟେଡ୍ ବନ ସେବା ସଙ୍ଘ ପୂର୍ବତନ ରାଜ୍ୟ ସଭାପତି ଦୁର୍ଯଧନ ପାତ୍ର ,ସମ୍ମାନିତ ଅତିଥି ଭାବେ ଅମଲା ସଂଘର ସ୍ୟାମସୁନ୍ଦର ନାୟକ,ଡ୍ରାଇଭର କର୍ମଚାରୀ ସଙ୍ଗ ସଭାପତି ଡି. ଧର୍ମା ରାଓ , ସ୍ୱାସ୍ଥ୍ୟ ବିଭାଗ ୪ର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ସଭାପତି ନବ କିଶୋର ସାହୁ , ଯୋଗଦେଇ ୪ର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ୮ଦଫା ଦାବି ସଂପର୍କରେ ଆଲୋଚନା କରିଥିଲେ । ପ୍ରଥମେ ସଂଘର ସମ୍ପାଦକ ଭଗବାନ ମାଳି ବାର୍ଷିକବିବରଣୀ ଓ କର୍ମଚାରୀ ମାନଙ୍କ ସମସ୍ୟା ସଂପର୍କରେ ସୁଚନା ଦେଇଥିଲେ । ବିଶେଷ କରି ରାଜ୍ୟ ସରକାର ଜାନୁଆରୀ ୨୦ ତାରିଖ ମଧ୍ୟରେ ସବୁ ବିଭାଗ କର୍ମଚାରୀଙ୍କ ପଦୋନ୍ନତି କମିଟି ମାଧ୍ୟମରେ ପଦୋନ୍ନତି ଦେବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା ବେଳେ ବନ ବିଭାଗ ବ୍ୟାତିତ ଅନ୍ୟ କୌଣସି ବିଭାଗ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ପଦ୍ଦୋନ୍ନତି ଦିଆଯାଇ ନଥିବା ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ଉତରାଧିକାରୀଙ୍କୁ ରିହାବିଲେଟେସନ ସ୍କିମ୍‌ରେ ନିଯୁକ୍ତି ଦିଆଯାଇ ନଥିବା , କର୍ମଚାରୀ ମାନଙ୍କ ବାର୍ଷିକ ଇନ୍‌କ୍ରିମେଂଟ୍ ଠିକ୍ ସମୟରେ କରାଯାଉ ନଥିବାରୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଥିଲା । ଏତଦ୍ ବ୍ୟାତିତ କର୍ମଚାରୀ ମାନେ ସରକାରଙ୍କ ନିୟମ ଅନୁଯାୟୀ ଯେତିକି ଘଂଟା କାମ କରିବା କଥା ତା ଠାରୁ ଅଧିକ କାମ କରିବା ପାଇଁ କେତେକ ପଦାଧିକାରୀ ବାଧ୍ୟ କରୁଥିବାରୁ ସଂଘ ଏଥି ପାଇଁ କ୍ଷୋଭ ପ୍ରକାଶ କରିଛି । ଏପରିକି ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବିଭିନ୍ନ ଅଧିକାରୀ ମାନେ ନିଜର ବିଭିନ୍ନ ଘରୋଇ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଅଭିଯୋଗ କରିଥିଲେ । ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସର କାଳିନ ସମମୟ ସିମାକୁ ୬୦ ବର୍ଷରୁ ୬୨ ବର୍ଷ ବୁଦ୍ଧି କରିବା , ସମସ୍ତ କର୍ମଚାରୀଙ୍କ ସରକାରୀ ବାସଗୃହ ଯୋଗାଇ ଦେବା ଇତ୍ୟାଦି ଦାବି କରାଯାଇଥିଲା । ଏହି ସମ୍ମିଳନୀରେ ସଂଘର ସହ ସମ୍ପାଦକ ଚନ୍ଦ୍ର ଧୋଜ ନାୟକ , ସଙ୍ଗଠକ ସମ୍ପାଦକ ସଚିନ୍ଦ୍ରନାଥ ପାଣିଗ୍ରାହୀ , କୋଷାଧକ୍ଷ ଅଭିନ ନାୟକ , ସମିକ୍ଷକ ଚିତ୍ରସେନ ବାରିକ୍ ସହ ଜିଲ୍ଲାର ସତଟି ବ୍ଲକରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ର୍ଥ ଶ୍ରେଣୀ କର୍ମଚାରୀମାନେ ଏଥିରେ ଅଂଶ ଗ୍ରହଣ କରି ସେମାନଙ୍କର ଦାବି ଗୁଡିକ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଅବସରରେ ଆଠ ଦଫାଦାବି ପୁରଣ ନେଇ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟମୁଖ୍ୟମନ୍ତ୍ରୀ, ଙ୍କ ନିକଟକୁ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ପଠାଯାଇଛି । ସାରା ଦେଶରେ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ବେଳେ ସ୍ୱଚ୍ଛ ଭାରତ ଅଭିଯାନରେ ସବୁ ବର୍ଗ , ଛାତ୍ରଛାତ୍ରୀ , ପାଦାଧିକାରୀ , ସ୍ୱେଚ୍ଛାସେବୀ ଅନୁଷ୍ଠାନ ରାଜନିତିକ ବ୍ୟକ୍ତି ସାମିଲ୍ ହୋଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ପାଇଁ ରାସ୍ତା ଘାଟ ସହର , ବିଭିନ୍ନ ଦପ୍ତର ପରିସର ଏବଂ କାର୍ଯ୍ୟାଳୟ ଗୁଡିକ ପରିସ୍କାର ରଖିବା ପାଇଁ ସଚେତନ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ କରୁଥିବା କେବଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନଙ୍କୁ ନିଜ ନିଜ କାର୍ଯ୍ୟାଳୟ ଝାଡୁ ମାରିବା , ପାନ ଛେପ ପଡିଥିଲେ ସଫା କରିବା ଇତ୍ୟାଦି କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏପରି ନିର୍ଦ୍ଦେଶକୁ ୪ ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘପକ୍ଷରୁ ନିନ୍ଦା କରିବା ସହ ଏହି ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି,ବିଶେଷ କରି ବାବୁ ମାନେ ଅଫ‘ିସ କାର୍ଯ୍ୟାଳୟରେ ପ୍ଲାଷ୍ଟକ ଡଷ୍ଟବିନ୍ ରଖି ପାନ ଛେପ , ଗୁଟୁକା ଛେପ , ଚିରା କାଗଜ ଫ‘ିଙ୍ଗୁ ଥିବା ଏବଂ ଉପର ମହଲାକୁ ଯିବା ସମୟରେ କୋଣରେ ପାନ ଛେପ ପକାଉଛନ୍ତି । ହେଲେ ୪ ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଏହାକୁ ସଫା କରିବା କେତେ ଦୂର ସରକାରୀ ନିୟମ ଯୁକ୍ତି ଯୁକ୍ତ ତାହା ବୈଠକରେ ପ୍ରଶ୍ନ ବାଚି ସୁଷ୍ଟି କରିଛି । ସି.ସି ଟିଭି ଆଧାରରେ ତଥ୍ୟ ସଂଗ୍ରହ କରାଯାଇ ଯେଉଁ ମାନେ ପାନ ଛେପ , ପୁଡିଆ ଛେପ ପକାଉଛନ୍ତି ସେହି ମାନେ ହିଁ ସଫା କରନ୍ତୁ ବୋଲି ବୈଠକରେ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ୟାମ ସୁନ୍ଦର ନାୟକ ପରିଚାଳନା କରିଥିଲେ ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.