Home ଓଡ଼ିଶା ଥାନା ଆଗରେ ଶବ ଥୋଇ ୧୫ଲକ୍ଷ ସହାୟତା, ଅଭିଯୁକ୍ତଙ୍କୁ ଗିରଫ ଓ  ଆହତଙ୍କୁ ମାଗଣା ଚିକତ୍ସା...

ଥାନା ଆଗରେ ଶବ ଥୋଇ ୧୫ଲକ୍ଷ ସହାୟତା, ଅଭିଯୁକ୍ତଙ୍କୁ ଗିରଫ ଓ  ଆହତଙ୍କୁ ମାଗଣା ଚିକତ୍ସା ଦାବୀ

1015

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୪-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଆଗରେ ବିରଂଚି ପ୍ରଧାନଙ୍କର ଶବ ରଖି ତାଙ୍କ ପରିବାର ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ରଣପୁର ଆଂଚଳିକ କମିଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ମୃତକ ପରିବାରକୁ ୧୫ଲକ୍ଷ ଟଙ୍କାର ସରକାରୀ ଆର୍ଥିକ ସହାୟତା ଓ ଆହତ ମାନଙ୍କ ମାଗଣା ଚିକିତ୍ସା ଖର୍ଚ୍ଚ ଦାବୀ କରାଯାଇଛି । ଖବର ଲେଖାହେଲା ବେଳକୁ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ଓ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ପହଁଚି ବୁଝା ସୁଝା ଜାରି ରଖିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଇପଡା ଗ୍ରାମ ପଂଚାୟତ ରାଣୀ ଗାଡିଆ ମୌଜାରେ ଥିବା କାଜୁ ଜଙ୍ଗଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗତ ଏପ୍ରିଲ୍ ୧୦ ତାରିଖ ଦିନ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା । ଏହି ଗୋଷ୍ଠୀ ସଙ୍ଘର୍ଷର୍ରେ ଘଟଣା ସ୍ଥଳରେ ଦୁର୍ଗ ପ୍ରଧାନ ମୃତ୍ୟୁ ବରଣ କରିଥିଲେ ।

ଗୁରୁତର ଅବସ୍ଥାରେ ୬ଜଣଙ୍କୁ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା । ଉଭୟ ପକ୍ଷର ୧୩ରୁ ଉର୍ଦ୍ଧ୍ୱ ବିଭିନ୍ନ ଡାକ୍ତରଖାନାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣା ପଡିଛି । ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଗୁରୁତର ଆହତ ବିରଂଚି ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା । ଶବ ପୋଷ୍ଟମର୍ଟମ୍ ପରେ ତାଙ୍କ ପରିବାର ବର୍ଗ ଓ ଦଳୀୟ କର୍ମକର୍ତ୍ତା ଥାନା ଆଗରେ ଶବ ଥୋଇ ଏହିଭଳି ଦାବୀ କରିଥିବା ଜଣା ପଡିଛି । ଘଟଣା ସ୍ଥଳରେ ମୃତ ଦୁର୍ଗ ପ୍ରଧାନଙ୍କର ରଣପୁର ସରକାରୀ ଡାକ୍ତରଖାନାରେ ଶବ ପୋଷ୍ଟମର୍ଟମ୍ କରାଯାଇ ସଂସ୍କାର କରାଯାଇଥିବା ଜଣା ପଡିଛି । ଏହି ଗୋଷ୍ଠୀ ସଙ୍ଘର୍ଷ ଉପରେ ନୟାଗଡ ଆରକ୍ଷୀ ଅଧିକ୍ଷକ ଓ ରାଜ୍ୟ ପୋଲିସ୍ ଉଚ୍ଚ ଅଧିକାରୀ ଡି.ଆଇ.ଜି ଅନୁଧ୍ୟାନ କରି ଫେରିଥିବା ଜଣା ପଡିଛି । ହେଲେ ପୋଲିସ୍ ହାତ ଏଯାଏଁ ଖାଲି ରହିଛି । ଅଂଚଳରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପୋଲିସ୍ ନିୟନ୍ତ୍ରଣରେ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.