Home ଅନୁଗୁଳ ସେଂଟ୍ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ରନ୍ଧା ଖାଦ୍ୟ ବଂଟନ

ସେଂଟ୍ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ରନ୍ଧା ଖାଦ୍ୟ ବଂଟନ

73

ତାଳଚେର,୨/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ପୈାରାଂଚଳର ୱାର୍ଡ଼ ନଂ-୨୦ ଅଧିନସ୍ଥ ଶ୍ରମିକ ବସ୍ତିରେ ଆଜି ସେଂଟ୍ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତରଫରୁ ସମସ୍ତ ବସ୍ତିବାସିନ୍ଦାଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଛି । ବର୍ତମାନ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ ଲକ୍ ଡାଉନ୍ ଚାରିଆଡ଼େ ଲକ୍ ଡାଉନ୍ ପାଳନ କରାଯାଉଥିବାରୁ ଦିନ ମଜୁରିଆ,ଖଟିଖିଆମାନେ ଅଭାବ ଅନଟନ ମଧ୍ୟରେ ଗତି କରୁଛନ୍ତି । କାମଧନ୍ଦା କରିବାକୁ ବାହାରକୁ ଯାଉ ନଥିବାରୁ ପରିବାରରେ ଏବେ ଖାଦ୍ୟ ସଙ୍କଟ ଦେଖାଦେଇଛି । ପୈାରାଂଚଳର ୱାର୍ଡ଼ ନଂ-୨୦ ଅଧିନସ୍ଥ ବସ୍ତିରେ ରହୁଥିବା ଶ୍ରମିକମାନେ ଘୋର ଦୁର୍ଦ୍ଦିନରେ କାଳ କାଟୁଥିବା ସମ୍ପକରେ ସୂଚନା ପାଇବାପରେ ସେଂଟ୍ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ,ତାଳଚେର ତରଫରୁ ଏହାର ଡିଭିଜନ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବ୍ରିଗେଡ଼ ସଦସ୍ୟ ପଂଚୁ ସାହୁ,ଚନ୍ଦନ ପ୍ରଧାନ,ରଞ୍ଜିତ ସାହୁ,ଅଞ୍ଜନ ଶତପଥୀ,ହୃଦାନନ୍ଦ ବେହେରା,ବିଭୁତି ମହାରଣା,ପ୍ରଦୀପ ପ୍ରଧାନ,ସତ୍ୟ ନାରାୟଣ ପ୍ରଧାନ,ସରୋଜ ସାହୁ,ରାଜେନ୍ଦ୍ର ସାହୁ,ବୈକୁଣ୍ଠ ପ୍ରଧାନ,ଶ୍ରୀକ୍ରୀଷ୍ଣା ସାହୁ,ପିଂଟୁ ପ୍ରଧାନ,ବିଦ୍ୟାଧର ପ୍ରଧାନ,ଜଳଧର ସାହୁ,ସମୀର କୁମାର ପ୍ରଧାନ,ଶ୍ରମିକ ନେତା ଶ୍ରୀନିବାସ ରାଓ,ସମାଜସେବୀ ବାପି ମହାନ୍ତି,ଜିଲ୍ଲା ରେଡ଼କ୍ରସ ସଦସ୍ୟ ବଳରାମ ପତି,ମାୟାଧର ସାହୁ,ବାବୁଲି ସାମଲ,ମିନତୀ ମହାରଣା,ସୂଚନା ଦାସ,ବିକାଶ ସାହୁ,ମଳୟ ବାରିକ ପ୍ରମୁଖ ସେଠାକୁ ଯାଇ ବସ୍ତି ବାସିନ୍ଦାଙ୍କୁ ପ୍ରଥମେ କରୋନା ସମ୍ପକରେ ସଚେତନ କରାଇବା ପରେ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ । ଉକ୍ତ ବସ୍ତିର ପ୍ରାୟ ୨ଶହ ପରିବାରକୁ ଭାତ,ଡାଲି,ଖଟା ଆଦି ବ୍ୟଞ୍ଜନ ବଂଟନ କରାଯାଇଥିଲା । ଏହାପୂର୍ବରୁ ମଧ୍ୟ ବସ୍ତିବାସିନ୍ଦାଙ୍କୁ ସେଂଟ୍ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ଏଭଳି ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.