Home ଜିଲ୍ଲା ପରିକ୍ରମା କରୋନା ପାଇଁ ବାସୁଦେବପୁର ସାମ୍ବାଦିକ ସଂଘ ପକ୍ଷରୁ ସମୂହ ଦୀପଦାନ

କରୋନା ପାଇଁ ବାସୁଦେବପୁର ସାମ୍ବାଦିକ ସଂଘ ପକ୍ଷରୁ ସମୂହ ଦୀପଦାନ

122

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ବାସୁଦେବପୁରସ୍ଥିତ ‘ବାସୁଦେବପୁର ସାମ୍ବାଦିକ ସଂଘ’ ପକ୍ଷରୁ କରୋନାର ଭୟାବହତା ଦୂର ହେବା ଲକ୍ଷ୍ୟରେ ଶିଶୁ ମନ୍ଦିର ପରିସରରେ ଥିବା ଶ୍ରୀରାମ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି । ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ଉଗ୍ରରୂପ ନେଇଥିବାବେଳେ ଏଥିରେ ଅନେକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହେଲାଣି । ବହୁ ଲୋକ ଏବେବି ଚିକିତ୍ସିତ ହେଉଛନ୍ତି । ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଶଯ୍ୟା ମିଳୁନାହିଁ । ଏଣୁ ଏହି ମହାମାରୀ ଦୂର ହେବା ସହିତ ଜନସାଧାରଣଙ୍କ ଜୀବନ ଯାତ୍ରା ସ୍ୱାଭାବିକ ହେବା ନେଇ ଆଜି ବାସୁଦେବପୁର ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ବନମାଳି ବାରିକ, ସଂପାଦକ ରମାକାନ୍ତ ଡାଙ୍ଗୁଆ, ସଂଗଠନ ସଂପାଦକ ଉଦୟ ଜେନା, ଯୁଗ୍ମ ସଂପାଦକ ନାରାୟଣ ବାରିକ, କୋଷାଧ୍ୟକ୍ଷ ବିଜୟ କୁମାର ଘଡାଇ, ଉପସଭାପତି ଭାରତ ବିନୋଦ ନାୟକ, ସହ ସଂପାଦକ ପ୍ରତାପ କୁମାର ପାଢୀ, କାର୍ଯ୍ୟକାରୀ ସଦସ୍ୟ ପ୍ରମୋହଦ କୁମାର ରାଉତ, ସର୍ବେଶ୍ୱର ଜେନା, ବିଭୂତି ଭୂଷଣ ପଣ୍ଡା, ଶର୍ମିଷ୍ଠା ମିଶ୍ର, ଅମୀୟ ମହାନ୍ତି, ଦେବେନ୍ଦ୍ର ନାୟକ, ସ୍ୱାଧୀନ ଆଲୋକ ଡାଙ୍ଗୁଆ, ସାଇଦ୍ କାଦ୍ରି, ସୁଶାନ୍ତ ନାୟକ, ରଶ୍ମି ପଲେଇ ପ୍ରମୁଖ ସମୂହ ଦୀପଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.