Home Coronavirus Outbreak କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ପତ୍ନୀ, ୬ ଜଣ ପରିବାର ସଦସ୍ୟ କରୋନା ପଜିଟିଭ୍

କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ପତ୍ନୀ, ୬ ଜଣ ପରିବାର ସଦସ୍ୟ କରୋନା ପଜିଟିଭ୍

104

ନୂଆ ଦିଲ୍ଲୀ ଅକ୍ଟୋବର ୩୧ (ଓଡ଼ିଆ ପୁଅ) ଶନିବାର ଦିନ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ପତ୍ନୀ ଏବଂ ପରିବାରର ଅନ୍ୟ ୬ ଜଣ ସଦସ୍ୟଙ୍କର COVID-19 ରିପୋର୍ଟ ପଜିଟିଭ୍ ଆସିଛି।

୭୧ ବର୍ଷୀୟ ଶ୍ରମ ମନ୍ତ୍ରୀ ଏହାପରେ ତୁରନ୍ତ COVID-19 ଟେଷ୍ଟ କରିଥିଲେ ଏବଂ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

ଉତ୍ତରପ୍ରଦେଶର ବରେଲିରୁ ବିଜେପି ସାଂସଦ ଗଙ୍ଗୱାରଙ୍କ ଅନୁଯାୟୀ ତାଙ୍କ ପରିବାର ସଦସ୍ୟ ନିକଟରେ ଦିଲ୍ଲୀ ଯାଇଥିଲେ ଯେଉଁଠାରେ ସେମାନେ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି।

ସମସ୍ତ ସଂକ୍ରମିତ ସଦସ୍ୟ ହରିୟାଣାର ଫରିଦାବାଦସ୍ଥିତ ESI ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଖବର ଅନୁଯାୟୀ, ପରିବାରର ରୋଷେୟା ମଧ୍ୟ ଅସୁସ୍ଥ ଅଛି ଏବଂ ସତର୍କତାମୂଳକ ପଦକ୍ଷେପ ଭାବରେ ତାକୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.