Home ଜିଲ୍ଲା ପରିକ୍ରମା କରୋନା କଟକଣାକୁ ଫୁ,ଦୁର୍ଗାଭଷାଣୀରେ ଡିଜେ ବଜାଇ ନାଚିଲେ ଯୁବକ ।

କରୋନା କଟକଣାକୁ ଫୁ,ଦୁର୍ଗାଭଷାଣୀରେ ଡିଜେ ବଜାଇ ନାଚିଲେ ଯୁବକ ।

53

ମାଲକାନଗିରି,୨୯ା୧୦ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୁପ ନେଇଥିବା ବେଳେ ଦୁର୍ଗାପୂଜା,ଜାନିଯାତ୍ରା,ଜନଗହଳିକୁ ବାରଣ କରାଯାଇଛି । ହେଲେ ଏହି ବାରଣକୁ ନମାନି କରୋନା କଟକଣାକୁ ଫୁ କରି ମାଲକାନଗିରି ଜିଲ୍ଲା ଏମଭି୩୦ ଗ୍ରାମରେ ଦୁର୍ଗା ଭଷାଣୀ ରେ ଡିଜେବଜାଇ ଯୁବକ ମାନେ ନାଚୁଥିବାର ଦୃଶ୍ୟର ଭିଡିଓ ଭାଇରାଲ ଆଜି ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ସ୍ଥ ଏମଭି୩୦ ଗ୍ରାମରେ ମା ଦୁର୍ଗାଙ୍କ ମେଢନିର୍ମାଣ କରାଯାଇ ପୂଜା ହୋଇଥିଲା । ବୁଧବାର ସନ୍ଧ୍ୟାରେ ଦୁର୍ଗାଙ୍କ ଭଷାଣୀ ଉତ୍ସବର ଆୟୋଜନ କରାଯାଇଥିଲା । କରୋନା କଟକଣା ଥିବା ବେଳେ କୋଭିଡ ନିୟମ ନମାନି ମୁହଁରେ ମାସ୍କ ନ ପିନ୍ଧି ସାମିଜିକ ଦୂରତା କଥା କୁ ଭୁଲି ଯାଇ ଗ୍ରାମର କିଛି ଯୁବଗୋଷ୍ଟି ଡିଜେ ଓ ଡ୍ରମ ବାଜା ବଜାଇ ଉଦଣ୍ଡ ନାଚକରୁଥିବାର ଆଜି ସୋସିଆଲ ମେଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି । ସାଧାରଣତ ହାଟ ବଜାର କିମ୍ବା ରାସ୍ତା ଘାଟରେ ଯାଉଥିବା ଲୋକଙ୍କ ମୁହଁରୁ ମାସ୍କ ଖସିଯାଇଥିଲେ ପୁଲିସ ସେମାନଙ୍କ ଠାରୁ ୨୦୦ଟଙ୍କାରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଥିବା ବେଳେ କରୋନା କଟକଣାକୁ ଫୁ କରିଦେଇ ଖୋଲମ ଖୋଲା ଭାବେ ଏମଭି୩୦ ଗ୍ରାମରେ ନାଚଗୀତ ହେବା ଘଟଣାପ୍ରତି ପୁଲିସ କେଉଁ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.