Home ଜିଲ୍ଲା ପରିକ୍ରମା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁନି, ଜିଲ୍ଳାରେ ଆଜି ୩୧୬ କୁ ମିଶାଇ ସମୁଦାୟ ୩,୧୩୧  

କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁନି, ଜିଲ୍ଳାରେ ଆଜି ୩୧୬ କୁ ମିଶାଇ ସମୁଦାୟ ୩,୧୩୧  

45

ନୟାଗଡ଼, ୨୬ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନାଁ ଧରୁନି। କେଉଁ ଦିନେ ଦି’ଦିନେ ୩ଶହ ତଳକୁ ସଂକ୍ରମିତଙ୍କ ସଂଖ୍ୟା ରହୁଥିବାବେଳେ ପ୍ରାୟ ସବୁଦିନ ୩ଶହ ସଂକ୍ରମିତଙ୍କ ସଂଖ୍ୟା ରହୁଛି। ବୁଧବାର ଏକକାଳୀନ ଜିଲ୍ଲାରେ ୩୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୧୩୧ରେ ପହଂଚିଛି। ଏବେ ବାହାରେ ଯାହା ଗାଁରେବି ତାହା। ଗାଁ ଗାଁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବଢୁଥିବାରୁ ଗ୍ରାମାଚଂଳ ଲୋକେ ଅଧିକ ଭୟଭିତ ହୋଇ ପଡ଼ିଛନ୍ତି। ହେଲେ କରୋନା ପ୍ରତି ଭୟ ବଢିଛି ସିନା ସଚେତନତା ହେବା ଏବେବି ମହଙ୍ଗା ପଡ଼ିଛି। ଯେଉଁଠି ଦେଖିବ ଲୋକମାନଙ୍କ ମେଳିମତାସ ସହ ବିନା ମାସ୍କରେ ଗୁଲି ଖଟି କରୁଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଗାଁ ମୁଖିଆମାନଙ୍କୁ ସରକାରୀ କଟକଣା ଉପରେ ଜୋର ଦେବାକୁ ନିର୍ଦ୍ଦେଶାନାମା ଲାଗୁ କରିବା ପାଇଁ ମତପ୍ରକାଶ ପାଉଛି। ଆଜି ଭାପୁର ବ୍ଳକରେ ୧୧ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିବାବେଳେ ଦଶପଲ୍ଲା ବ୍ଳକରେ ୨୯ , ଗଣିଆରେ ୮, ଖଣ୍ଡପଡ଼ାରେ ୩୮, ନୟାଗଡ଼ରେ ୭୫, ନୂଆଗାଁରେ ୩୨, ଓଡ଼ଗାଁରେ ୪୩, ରଣପୁରରେ ୪୮ ଓ ନୟାଗଡ଼ ମ୍ୟୁନିସିପାଲିଟିରେ ୩୨ ଜଣ କରୋନା ଆକ୍ରାନ୍ତଙ୍କ ସହ ଜିଲ୍ଳାରେ ଆଜି ୩୧୬ କରୋନା ସଂକ୍ରମିତଙ୍କ ସନ୍ଧାନ ମିଳିଥିବା ସରକାରୀ ଭାବେ ଜଣାପଡ଼ିଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଗ୍ରାମମାନଙ୍କୁ କଟେଂଟମେଂଟ ଜୋନ୍ ଘୋଷଣା କରାଯାଉଛି ତାହା ନାମକୁ ମାତ୍ର ବୋଲି ଅଭିଯୋଗ ହେଉଛି। ଲୋକମାନେ ବିନା କାରଣରେ ଖୋଲାରେ ବୁଲାଚଲା କରୁଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.