Home ଜିଲ୍ଲା ପରିକ୍ରମା କମୁନି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର, ୪ଟି ପଂଚାୟତର ୨୪ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ,୨୫ଦିନ...

କମୁନି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର, ୪ଟି ପଂଚାୟତର ୨୪ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ,୨୫ଦିନ ହେଲା ଭୋକ ଉପାସରେ ଗୃହପାଳିତ ପଶୁ

4

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୧୫ଦିନ ମଧ୍ୟରେ ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ତିନି ତିନିଟି ବନ୍ୟାରେ ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ୪ଟି ପଂଚାୟତର ୨୪ଟି ଗାଁର ଲୋକଙ୍କର ଦୁର୍ଦ୍ଦଶା ବଢ଼ାଇଛି। ବୈତରଣୀ ଓ ସାଳନ୍ଦୀ ନଦୀର ପାଖାପାଖି ଆସିଥିବା ବନ୍ୟା ଯୋଗୁଁ ଗାଁ ଦାଣ୍ଡ ଓ ଘର ଭିତରୁ ପାଣି ଛାଡ଼ିବାର ନାଁ ଧରୁନି। ତୃତୀୟ ଥର ପାଇଁ ଆସିଥିବା ବନ୍ୟା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୁଇଗୁଣିତ କରିଛି। ଏପରିକି ବନ୍ୟା ଘେରରେ ରହିଥିବା ବିପନ୍ନମାନେ ନିଜ ପରିବାର ପିଲାଛୁଆଙ୍କ ସହ ଗୋଟିଏ ପାଲ ତଳେ ଗୃହପାଳିତ ପଶୁଙ୍କ ସହିତ ଆଶ୍ରୟ ନେଇଛନ୍ତି। ହେଲେ ବନ୍ୟା ସାଙ୍ଗକୁ ଦିନରେ ଓ ରାତିରେ ସରିଶୃପ ଓ ବିଷଧର ସାପଙ୍କର ଭୟ ସାଙ୍ଗକୁ ନଦୀର ହିଂସ୍ର କୁମ୍ଭୀର ଭୟରେ ଦିନ କାଟୁଛନ୍ତି ବିପନ୍ନ। ବନ୍ୟା ପାଣି ଏପରି ଗାଁ ଦାଣ୍ଡ ଓ ଘରକୁ ଘେରି ରହିଛି, ଫଳରେ ବିଷଧର ସାପ କାମୁଡାରେ ବୁଧବାର ୫ଜଣ ଆକ୍ରାନ୍ତ ହୋଇ ଆରଡି ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଆରଡି ପଂଚାୟତ ସନ୍ତରା, ମୁଁଆ, ଶୀତଳପୁର ଗାଁର ଜଣେ ଲେଖାଏଁ ଆସିଥିବା ବେଳେ ପଣା ଗାଁର ୨ଜଣ ସାପ କାମୁଡାରେ ଶୀକାର ହୋଇଥିଲେ। ଖବର ଲେଖା ହେଲା ବେଳକୁ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଆରଡି ମେଡିକାଲ ଅଫିସର କହିଛନ୍ତି । ସେହିପରି ୪ଟି ପଂଚାୟତରେ ଓଡ୍ରାଫ ଟିମ୍ ନଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ସେବା ପରେ ବୁଧବାର ଓଡ୍ରାଫର ୩ଟି ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ବୈତରଣୀ ନଦୀରୁ ଆସୁଥିବା ବନ୍ୟାପାଣି ଆଖଣ୍ଡଳମଣି – କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ବୋଡକ ନିକଟରେ ନଦୀବନ୍ଧ ସହ ରାସ୍ତା ୩ଶହ ଫୁଟ ଧୋଇ ଯାଇଥିବାରୁ ନଦୀ-ପଥ- କ୍ଷେତ ଏକାକାର ହୋଇଯିବା ସହିତ ଆରଡି ପୀଠ ସମେତ ୨୪ଟି ଗାଁର ଲୋକ ଜଳ୍ୱନ୍ଦୀ ହୋଇ ରହିଛନ୍ତି। ତାହାସହ ଗୃହପାଳିତଙ୍କ ସହ ବାସୁଆବଳଦ ପଶୁ ଦୀର୍ଘ ୨୫ଦିନ ହେବ ଭୋକ ଉପାସରେ ଗାଁ ଦାଣ୍ଡ ଓ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। । ବିପନ୍ନଙ୍କୁ ପ୍ରଥମ ବନ୍ୟାରେ କିଛି ଚୁଡା ଓ ବିସ୍କୁଟ ଦେଇ ପ୍ରଶାସନ ତାର କାମ ସାରିଥିବା ବେଳେ ବନ୍ୟାପାଣିରେ ଫଶି ରହିଥିବା କେତେକ ପରିବାର ଲୋକଙ୍କର ଚୁଲି ଓ ଘରେ ପାଣି ପଶିଯିବାରୁ ରନ୍ଧାଖାଦ୍ୟ ନପାଇ ଦୀର୍ଘଦିନ ହ୍ୱେ ଶୁଖିଲା ଖାଦ୍ୟରେ ଜୀବନ ବିତାଉଛନ୍ତି ତ ଆଉ କିଏ କୋଠାଘରର ଛାତ ଉପରେ ଆଶ୍ରୟ ନେଇ ରୋଷେଇ କରୁଥିବା ଦେଖିବାକୁ ମିଳିଛି। ସେହିପରି ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ବନ୍ୟାଜଳ ଘେରି ରହିବା ସହ ମୁଖ୍ୟରାସ୍ତା ଓ ବଜାରରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଦୋକାନ ସହ ଘର ଭିତରେ ପାଣି ପଶିଯିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ। ଏପରିକି ଆଖଣ୍ଡଳମଣିପୀଠକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୪/୫ଫୁଟ ଉଚ୍ଚରେ ୍ୱନ୍ୟାପାଣି ପ୍ରବାହିତ ହେଉଥିବାରୁ ୫ଦିନ ହେବ ପୀଠ ଭକ୍ତଶୂନ୍ୟ ହୋଇ ପଡ଼ିଛି। ଫଳରେ ବାବାଙ୍କ ଦୈନନ୍ଦିନ ନୀତିକାନ୍ତି କିପରି କରିବେ ସେବାୟତ ଏବେ ଚିନ୍ତାରେ ପଡ଼ିଛନ୍ତି। ତାହା ସହ ବାବାଙ୍କ ପୁଷ୍ପ ଉଦ୍ୟାନରେ ଆଣ୍ଠୁଏ ଉଚ୍ଚରୁ ବନ୍ୟାପାଣି ପଶିଯିବାରୁ ସେବାକାରୀଙ୍କ ଘରେ ବନ୍ୟା ପାଣି ପଶିବା ସହ ଫୁଲ ବେଲପତ୍ରର ଅଭାବ ଦେଖା ଦେବାରୁ ବାବାଙ୍କ ବଡ଼ସିଂହାର ବେଶ ପତ୍ର ଓ ଜମ୍ବୁରାରେ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.