Home ଜିଲ୍ଲା ପରିକ୍ରମା କମଳା ମହପାତ୍ର ବହୁ ଗୁଣର ଅଧିକାରୀ ଥିଲେ

କମଳା ମହପାତ୍ର ବହୁ ଗୁଣର ଅଧିକାରୀ ଥିଲେ

10

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ରାନ୍ଦିଆ ଗ୍ରାମର ଧର୍ମପ୍ରାଣା ମହିଳା କମଳା ମହାପାତ୍ରଙ୍କ ଏକାଦଶାହରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚର ସଭାପତି ଶିକ୍ଷାବିତ କୈଳାଶ ଚନ୍ଦ୍ର ଧଳଙ୍କ ମଂଚ ସଂଚାଳନରେ ରାନ୍ଦିଆ ରାମେଶ୍ୱର ସାହିତ୍ୟ ସଂସଦର ସଭାପତି କବି ଦୁଃଶାସନ ଗାହାଣ ସଭାକୁ ପୌରହିତ୍ୟ କରିଥିଲେ। ଏଥିରେ ସମାଜସେବୀ ମୋହିନୀ ମୋହନ ମହାପାତ୍ର,ଆଇନଜିବୀ ନନ୍ଦ ଦୁଲାଲ ମହାନ୍ତି, ସୁରେନ୍ଦ୍ର ମହାପାତ୍ର,ସୌମ୍ୟରଞ୍ଜନ ମହାପାତ୍ର,ନିଗମ ପ୍ରସାଦ ଦାସ,ମଦନ ମୋହନ ମହାନ୍ତି,ପଙ୍କଜ କୁମାର ଧଳ,ସରୋଜ କୁମାର ଧଳ,ସୁଧାଂଶୁ ଶେଖର ମହାପାତ୍ର ପ୍ରମୁଖ ୰ କମଳା ଦେବୀ ସ୍ୱାସ୍ଥ୍ୟ ସେବୀକା ଚାକିରି ରେ ଥାଇ ବହୁ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ଜଣେ ସମାଜ ସେବୀକା,ସୁ-ଲେଖିକା ସର୍ବୋପରି ଜଣେ ଧର୍ମପ୍ରାଣା ମହିଳା ଥିଲେ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ କମଳା ଦେବୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ପରିବାରର ସନ୍ଧ୍ୟାରାଣୀ ଧଳ,ସବିତା ରାଣୀ ଧଳ,ସ୍ୱଂୟପ୍ରଭା ସାମନ୍ତରାୟ,ମମତା ମହାପାତ୍ର,ମିନାକ୍ଷୀ ମହାନ୍ତି,ସତ୍ୟପ୍ରିୟ ମହାପାତ୍ର,ମଳୟ ମହାପାତ୍ର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.