Home ଜିଲ୍ଲା ପରିକ୍ରମା ‘କବି ଚକ୍ରଧର ରାଉତ ସମାଜର ପ୍ରସ୍ପୁଟିତ ପାଖୁଡା’, କବି ଚକ୍ରଧର ରାଉତଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ

‘କବି ଚକ୍ରଧର ରାଉତ ସମାଜର ପ୍ରସ୍ପୁଟିତ ପାଖୁଡା’, କବି ଚକ୍ରଧର ରାଉତଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ

59

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କବି ଚକ୍ରଧର ରାଉତ ସମାଜକୁ ମାର୍ଜ୍ଜିତ ଓ ନିଷ୍ପେସିତଙ୍କ ସ୍ୱରକୁ ଶାଣିତ କରିବାକୁ ସଦା ଉଦ୍ୟମ ରତ ଥିଲେ । ତାଙ୍କ ରଚିତ କବିତାବଳୀ ଏହାର ନିଚ୍ଛକ ପ୍ରମାଣ ବୋଲି ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତର କଣ୍ଟିଗ୍ରାମରେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବି ଚକ୍ରଧର ରାଉତଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ôସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଅବସରପ୍ରାପ୍ତ ପ୍ରାଧ୍ୟାପକସୁରେନ୍ଦ୍ର ମିଶ୍ରଙ୍କ ସଂଚାଳନାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ବିଧାୟକ ଅନନ୍ତ ପ୍ରସାଦ ସେଠୀ, ରଥ ଦାସ, ‘ଖୋଲାଫର୍ଦ୍ଦ’ ସମ୍ପାଦକ ବିମଳ ଭଞ୍ଜଦେଓ, କାନ୍ତସାହିତ୍ୟ ପରିଷଦର ସଭାପତି ରସାନନ୍ଦ ମହାପାତ୍ର, ସମାଜସେବୀ ଲକ୍ଷ୍ମୀଧର ନାୟକ, କାର୍ତ୍ତିକ ସ୍ୱାଇଁ, ରବିନାରାୟଣ ଜେନା, ରବିନାରାୟଣ ଜେନା, ଦିବାକର ଯେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ଜେନା, ରବିନାରାୟଣ ଜେନା, ପୂର୍ବତନ ସମିତି ସଭ୍ୟ ବିକାଶ ସାମଲ, ଅଧ୍ୟାପକ ହିମାଂଶୁ ସାମଲ ସ୍ମୃତିଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ୱର୍ଗତ କବି ଚକ୍ରଧର ରାଉତଙ୍କ ସ୍ମୃତିରକ୍ଷା ପାଇଁ ବହୁମୁଖି ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ସ୍ୱର୍ଗତ କବିଙ୍କ ସ୍ମୃତି ଉପଲକ୍ଷେ ‘ସ୍ମୃତିତୀର୍ଥ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସ୍ୱର୍ଗତ କବିଙ୍କ ଜ୍ୟେଷ୍ଠପୁତ୍ର ଦୟାନିଧି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କବିଙ୍କ ପୁତ୍ର, ଗ୍ରାମବାସୀ, ଶୁଭେଚ୍ଛୁମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.