Home ଜିଲ୍ଲା ପରିକ୍ରମା କବିର ମୃତ୍ୟ ନଥାଏ, ଶିକ୍ଷା ଓ ସାହିତ୍ୟର ପୂଜାରୀ ଅଚ୍ୟୁତାନନ୍ଦ ସର୍ବଦା ସ୍ମରଣୀୟ ହୋଇ ରହିବେ

କବିର ମୃତ୍ୟ ନଥାଏ, ଶିକ୍ଷା ଓ ସାହିତ୍ୟର ପୂଜାରୀ ଅଚ୍ୟୁତାନନ୍ଦ ସର୍ବଦା ସ୍ମରଣୀୟ ହୋଇ ରହିବେ

1

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କବିର ମୃତ୍ୟୁ ନଥାଏ ସୁତରାଂ ବିଶିଷ୍ଟ କବି ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଚ୍ୟୁତାନନ୍ଦ ସାମଲ ସ୍ମରଣୀୟ ହୋଇ ରହିବେ। ସେ ଜଣେ ବ୍ୟକ୍ତି ନଥିଲେ ଗୋଟିଏ ଅନୁଷ୍ଠାନ ଥିଲେ ବୋଲି ଅଚ୍ୟୁତାନନ୍ଦଙ୍କ ଏକାଦଶାହ ସ୍ମୃତିଚାରଣ ସଭାରେ ମତ ପ୍ରକାଶ ପାଇଛି ।ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ତୁଳସୀପୁର ଠାରେ ଡ଼ଃ କ୍ଷୀରୋଦ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ତାଙ୍କର ଗୁରୁ ଗୋଲକ ଚନ୍ଦ୍ର ମହାନ୍ତି, ସୁଧାକର ନନ୍ଦ, ଡ଼ଃ ବ୍ରଜମୋହନ ମିଶ୍ର, ଡ଼ଃ ଭରତ ବେହେରା, ଡ଼ଃ ସୁରେନ୍ଦ୍ର ମିଶ୍ର, ବଦ୍ରୀନାରାୟଣ ଧଳ, ହେମେନ୍ଦ୍ର ମହାନ୍ତି, ଜିତେନ୍ଦ୍ର ନାୟକ, ସୁରଞ୍ଜନ ପଣ୍ଡା, ରତିକାନ୍ତ ବେହେରା, ଅଧ୍ୟାପକ ଅନାଦି ଚରଣ ସାହୁ, ପ୍ରକାଶ ମହାପାତ୍ର, ପବନ ନାୟକ, ପୁରୁଷୋତମ ଧଳ,ରମାକାନ୍ତ ବେହେରା,ଜଗନ୍ନାଥ ସାମଲ,ଭୁବନମୋହନ ମହାନ୍ତି ପ୍ରମୁଖ ବହୁ ସଂଖ୍ୟକ ବିଶିଷ୍ଟ ବ୍ୟକ୍ତି ସ୍ମୃତିଚାରଣ କରିଥିଲେ ।ଏହି ଅବସରରେ ଯୋଗ୍ୟଶ୍ରୀ ସାମଲଙ୍କ ସମ୍ପାଦିତ ‘ଅଚ୍ୟୁତାନନ୍ଦ ପରିକ୍ରମା’ ଓ ସ୍ମରଣିକା ‘ଅଚ୍ୟୁତାଞ୍ଜଳି’କୁ ଉନ୍ମୋଚିତ ହୋଇଥିଲା ।ଯୋଗ୍ୟଶ୍ରୀ ସାମଲ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.