Home ଓଡ଼ିଶା କନ୍ଧମାଳ : ପୋଲିସ-ମାଓବାଦୀ ଗୁଳି ବିନିମୟ : ପୋଲିସ ଆସିବା ଦେଖି ଗୁଳି ଚଳାଇଲେ ମାଓବାଦୀ...

କନ୍ଧମାଳ : ପୋଲିସ-ମାଓବାଦୀ ଗୁଳି ବିନିମୟ : ପୋଲିସ ଆସିବା ଦେଖି ଗୁଳି ଚଳାଇଲେ ମାଓବାଦୀ : ମାଓ କ୍ୟାମ୍ପ ନିକଟରେ ବନ୍ଧୁକ, ରେଡ଼ିଓ ସହ ବହୁ ସାମଗ୍ରୀ ଜବତ

195

କନ୍ଧମାଳ, ୨୦/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ। ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ହୋଇଛି। SOG ଏବଂ DVF ପକ୍ଷରୁ ମିଳିତ ଭାବେ ଏହି କମ୍ବିଂ ଅପରେସନ୍ କରାଯାଉଛି। ମାଓବାଦୀ କ୍ୟାମ୍ପ ଥିବା ଖବର ପାଇଁ ଚଢ଼ାଉ କରିଥିଲା ପୋଲିସ୍। ତେବେ ହଠାତ୍ ପୋଲିସ୍ ଉପରକୁ ଗୁଳି ଚଳାଇଥିଲେ ମାଓବାଦୀ। ଯାହାର ପାଲଟା ଜବାବ ଦେଇଥିଲେ ଯବାନ। ତେବେ ଏହି ଗୁଳି ବିନିମୟରେ ଖସିଗଲେ ୮ରୁ ୧୦ ଜଣ ନକ୍ସଲ ଖସି ଯାଇଥିବା ସୂଚନା ମିଳିଛି। ଖସି ଯାଇଥିବା ମାଓବାଦୀ କେକେବିଏନ୍ ଡିଭିଜନ୍‌ର ସଦସ୍ୟ ସନ୍ଦେହ କରାଯାଉଛି। ହେଲେ ଜଣେ ମିଲିସିଆଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ୨ଟି ଦେଶୀ ବନ୍ଧୁକ, ୧ ରେଡିଓ, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ଜବତ ହୋଇଛି। ତେବେ ଗତ ଡିସେମ୍ୱର ୧୧ରେ କନ୍ଧମାଳରେ ମାଓ ଅପରେସନ୍ ବେଳେ ମହିଳା କ୍ୟାଡର ମାଓବାଦୀ ନିହତ ହୋଇଥିଲା। କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ଙ୍କ କମ୍ବିଂ ଅପରେସନ ବେଳେ ନିହତ ହୋଇଥିଲା। କ୍ୟାଡର ମହିଳା ମାଓବାଦୀ ନିହତ ହୋଇଥିବା ପ୍ରେସ ରିଲିଜ୍ ଜରିଆରେ ସୂଚନା ଦେଇଥିଲେ ପୋଲିସ ଡିଜି। କମ୍ବିଂ ଅପରେସନ ବେଳେ ୨ଟି ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଜବତ ହୋଇଥିଲା। ପରେ ଏଠାରେ କମ୍ବିଂ ଅପରେସନକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଥିଲା। ମାଓବାଦୀ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ଆତ୍ମସମର୍ପଣ କରି ସରକାରଙ୍କ ଘୋଷିତ ସୁବିଧା ନିଅନ୍ତୁ ବୋଲି ଡିଜିପି ଅଭୟ କହିଥିଲେ। ଗତ ଜୁଲାଇରେ କନ୍ଧମାଳରେ ମାଓ ମୁକାବିଲା ସମୀକ୍ଷା କରିବା ଅବସରରେ ପୋଲିସ ଡିଜି ଅଭୟ କହିଥିଲେ ଯେ ମୁଖ୍ୟସ୍ରୋତକୁ ଆସନ୍ତୁ, ଉନ୍ନୟନ କାମରେ ବାଧା ସୃଷ୍ଟି କରନ୍ତୁନି। ଓଡ଼ିଶାରେ ନକ୍ସଲ ପ୍ରଭାବ ପୂର୍ବ ଅପେକ୍ଷା ବହୁ ପରିମାଣରେ କମିଛି। ମୋଟ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାରେ ଏବେ ମାତ୍ର ୧୦% ରହିଛନ୍ତି। ସେମାନଙ୍କୁ ଅପିଲ୍ କରୁଛି ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ଡିଜିପି ଆହ୍ୱାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.