Home ଜିଲ୍ଲା ପରିକ୍ରମା କନିଆ ଘରକୁ ବରଘର ଲୋକେ ଭୋଜିଖର୍ଚ ଦେବାକୁ ଯାଉଥିବା ବେଳେ ଗାଡି ଓଲଟି ୧୪ ଆହତ,୨ଗୁରୁତର

କନିଆ ଘରକୁ ବରଘର ଲୋକେ ଭୋଜିଖର୍ଚ ଦେବାକୁ ଯାଉଥିବା ବେଳେ ଗାଡି ଓଲଟି ୧୪ ଆହତ,୨ଗୁରୁତର

60

ମାଲକାନଗିରି,୧୧ା୩ ( ଓଡିଆ ପୁଅ ) କନିଆ ଘରକୁ ବର ପରିବାର ଓ ଗ୍ରାମବାସୀ ବିବାହର ଖର୍ଚ୍ଚ ଦେବାକୁୁ ଯାଉଥିବା ବେଳେ ରାସ୍ତାରେ ଟ୍ରକ ଓଲଟି ପଡି ୧୪ଜଣ ଆହତ ହେବାସହ ୨ଜଣ ଗୁରୁତର ଙ୍କୁ ବ୍ରହ୍ମପୁର ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏପରି ମର୍ମଦୁନ୍ତ ଘଟଣା ମାଲକାନଗିରି ଥାନା ଶିଖପାଲି ପଚାଂୟତ ଏମଭି୧୯ କାଲିମେଳା ମୁଖ୍ୟ ରାସ୍ତା ଉର୍ମାଗୁଡା ଗ୍ରାମନିକଟରେ ଘଟିଛି । ଚାଲାଣଗୁଡା ପଚାଂୟତ ସିଆଡିମାଳ ଗ୍ରାମରୁ ୨୧ ଜଣ ଆଦିବାସୀ ଲୋକ ଏକ ୪୦୭ ମିନିଟ୍ରକରେ କାଲିମେଳା ଥାନାସ୍ଥ ସାଲିମାରିକୋଣ୍ଡା ପାନ୍ତାକୁର ଗ୍ରାମର କନିଆ ଘରକୁ ବିବାହ ଭୋଜିର ଖର୍ଚ୍ଚ ଫାଇନ ଟଙ୍କା ବାନ୍ଧିବାକୁ ଯାଉଥିଲେ । ଟ୍ରକଟି ଦୃତ ଗତିେରେ ଯାଉଥିବା ବେଳେ ଶିଖପାଲି ପଚାଂୟତ ଏମଭି୧୯ ଉର୍ମାଗୁଡା ଗ୍ରାମ ନିକଟରେ ଟଣ୍ଣ ର୍ୀ ରାସ୍ତା କାଟୁଥିବା ସମୟରେ ଭାର ସାମ୍ୟହରାଇ ଟ୍ରକଟି ରାସ୍ତାକଡକୁ ଓଲଟିପଡିଥିଲା । ସେହି ଟ୍ରକରେ ବସିଥିବା ୨୧ଜଣ ଙ୍କ ମଧ୍ୟରୁ ୧୪ଜଣ ଆହତ ହୋଇଥିଲେ । ଡ୍ରାଇଭର ଦୁର୍ଘଟଣାପରେ ଗାଡି ଛାଡିଫେରାର ହୋଇଯାଇ ଥିବାରୁ ନିକଟସ୍ଥ ଗ୍ରାମବାସୀ ମାନେ ସେଠାରେ ପହଁଚି ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଆମ୍ବୁଲାନ୍ସ ଓ ଅଟୋ ରେ ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ୧୪ଜଣ ଆହତ ଭିତରୁ ଦୁଇଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ଗଙ୍ଗା ମାଡକାମୀ ଓ ଆଡମା ମାଡକାମିଙ୍କ ଙ୍କ ଅବସ୍ଥା ଗୁରୁତର ହେବାରୁ ସେ ଦୁଇଜଣଙ୍କୁ ଉଚ୍ଚତର ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲ କଲେଜକୁ ଡାକ୍ତର ମାନେ ସ୍ଥାନାନ୍ତର କରିଛନ୍ତି । ଏ ସଂପର୍କରେ ମାଲକାନଗିରି ଥାନା କେସ ନମ୍ବର ୭୨/୨୦,ଭାରତୀୟ ପିଙ୍ଗଳ କୋର୍ଡ ୨୭୯/୩୩୭/୩୩୮ ଦଫାରେ ମକୋଦମା ରଜୁକରାଯାଇ ଥାନାଅଧିକାରୀ ରାମପ୍ରସାଦ ନାଗ ଙ୍କ ନେତୃତ୍ୱରେ ଏଏସଆଇ ଭାଗୀରଥୀ ଦଳାଇ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣା ଗସ୍ତ ୪୦୭ଟ୍ରକ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ସୁଚନା ଯୋଗ୍ୟ ଯେ ଗତ କିଛିଦିନତଳେ ସାଲିମାରି କୋଣ୍ଡା ଗ୍ରମରେ ପବ ର୍ଚାଲିଥିବା ବେଳେ ସିଆଡିମାଳ ଗ୍ରାମର ଜଣେ ଆଦିବାସୀ ଯୁବକ ସେହି ଗ୍ରାମରୁ ଜଣେ ଯୁବତୀକୁ ଝିକି ଧରି ପଳାଇଆସିଥିଲା । ସେ ଦୁହେଁ ପ୍ରେମ ବିବହ କରିଥିବାରୁ ଝିଅ ଘର ପରିବାର ଓ ଗ୍ରାମବାସୀ ମାନେ ପୁଅଘର ପରିବାରଙ୍କୁ ଟଙ୍କା ଫାଇନ କରିବା ସହିତ ବିବାହ ଭୋଜିର ସମସ୍ତଖର୍ଚ ବହନକରିବାକୁ ଦାବି କରିଥିଲେ , ସେମାନଙ୍କ ଦାବି ଅନୁସାରେ ସିଆଡିମାଳ ଗ୍ରାମର ବରଘର ପରିବାର ଓ ଗ୍ରାମର ମୁଖିଆ ମୋଟ୨୧ଜଣ ଏକ ୪୦୭ ମିନିଟ୍ରକ ରେ କନିଆ ଘର ସାଲିମାରିକୋଣ୍ଡା କୁ ଯାଉଥିବା ସମୟରେ ଦୁର୍ଘଟଣା ଘଟି ୧୪ଜଣ ଆହତ ହୋଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.