Home ଜିଲ୍ଲା ପରିକ୍ରମା ଅସହାୟ ବୃଦ୍ଧାଙ୍କୁ ରକ୍ତଦେଇ ମାନବିକତାର ପରିଚୟ ଦେଲେ ମହିଳା

ଅସହାୟ ବୃଦ୍ଧାଙ୍କୁ ରକ୍ତଦେଇ ମାନବିକତାର ପରିଚୟ ଦେଲେ ମହିଳା

53

ମାଲକାନଗିରି,୧୧ା ୩ (ଓଡିଆ ପୁଅ) ଜଣେ ଅସହାୟ ଆହତ ବୃଦ୍ଧାଙ୍କୁ ଅପରେସନ ରେ ସହ ଯୋଗକରିବା ସହ ରକ୍ତଦାନ କରି ମାନବିକତା ର ପରିଚୟ ଦେଇଛନ୍ତି ଜଣେ ମହିଳା । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଆର୍ଶିବାଦ କଲୋନିର ପଦ୍ମା ନାମୀ ଜଣେ ଅସହାୟ ବୃଦ୍ଧା ନିଜ ଘରେ ଶୋଇଥିବା ସମୟରେ ଗତ କିଛି ଦିନତଳେ ତାଙ୍କଉପରେ କାନ୍ଥପଡିଯାଇ ଥିଲା । ତାଙ୍କ ଗୋଡରେ ଆଘାତ ଲାଗି ଗୋଡଟି ପଚିଘା ହୋଇ ଯାଇଥିବାରୁ ତାଙ୍କୁ ମା ଘରର ମହିଳା ମାନେ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ତାଙ୍କ ଗୋଡ ଅପରେସନ କରିବା ପାଇଁ ରକ୍ତ ଦରକାର ବୋଲି ଡାକ୍ତର ମାନେ କହିଥିଲେ । ବୃଦ୍ଧାଙ୍କୁ ଉପରେସନ କରିବା ସମୟରେ ରକ୍ତର ଆବଶ୍ୟକତା ହେବାରୁ ରକ୍ତଭଣ୍ଡାରରେ ବି ପଜେଟିଭ ରକ୍ତ ନ ଥିବାରୁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ରକ୍ତଦେବା ସମ୍ଭବ ହୋଇନଥିଲା । ଅନ୍ୟ କେଉଁ ଆଡୁ ଯୋଗାଡ କରି ରକ୍ତଦେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ । ସେ ଜଣେ ଅତ୍ୟନ୍ତ ଗରିବ ଅସହାୟ ବୃଦ୍ଧା, ତାଙ୍କର କେହି ସାହା ଭରସା ନଥିବାରୁ କିଏ ରକ୍ତଦେବ ସେନେଇ ଡାକ୍ତର ମାନେ ଚିନ୍ତିତ ହୋଇପଢିଥିବା ବେଳେ ଦେବଦୂତ ପରି ତାଙ୍କ ନିକଟରେ ପହଁଚି ଗଲେ ମା ଘରର ସଂପାଦିକା ତାପତୀ ବିଶ୍ୱାସ ସେ ସଙ୍ଗେ ସଙ୍ଗେ ଜିଲ୍ଲା ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ । ରକ୍ତଦାନ ପରେ ଡାକ୍ତର ମାନେ ବୃଦ୍ଧାଙ୍କର ସଫଳତାର ସହିତ ଅପରେସନ କରି ଜୀବନ ବଚାଂଇ ଦେଇଥିବାରୁ ଆର୍ଶିବାଦ କଲୋନି ବାସୀ ଓ ବୃଦ୍ଧା ସେ ମହିଳାହ୍‌କୁ ସାଧୁବାଦ ଜଣାଇଛନ୍ତି । ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନହେଲେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇ ପାରୁନଥିବା ବେଳେ ଜଣେ ମହିଳା ରକ୍ତଦେଇ ବୃଦ୍ଧାଙ୍କ ଜୀବନ ବଚାଂଇ ମାନବିକତା ର ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଧାହରଣ ପଲଟିଛନ୍ତି । ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ନିୟମିତ ଭାବେ ୨୦୦ୟୁନିଟ ରକ୍ତଗଛିତ ରହିବା ବଦଳରେ ଗତ କିଛି ଦିନ ହେଲା ମାତ୍ର ୪୦ରୁ ୫୦ୟୁନିଟ ରକ୍ତଗଛିତ ରହୁଛି । ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଦିନକୁ ଦିନ ରକ୍ତଅଭାବ ଦେଖାଦେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉ ନଥିବାରୁ ରୋଗୀ ମାନେ ହିନସ୍ତା ହେଉଛନ୍ତି । ବୃଦ୍ଧାଙ୍କୁ ଠିକ ସମୟରେ ରକ୍ତ ଦିଆଯାଇ ନଥିଲେ ତାଙ୍କର ଅବସ୍ଥା କଣ ହୋଇଥାନ୍ତା କିଏ ଜାଣେ, ରକ୍ତଭଣ୍ଡାରରେ ରକ୍ତ ନଥିବା ବେଳେ ଯା ହେଉ ଦେବଦୂତ ପରି ତାଙ୍କ ନିକଟରେ ମା ଘର ମହିଳା ତାପତୀ ବିଶ୍ୱାସ ପହଁଚି ଗରିବ ବୃଦ୍ଧାଙ୍କ ଜୀବନ ବଚାଂଇ ଦେଇଥିବାରୁ ବୃ୍‌ଦ୍ଧା ଓ କଲୋନୀ ବହୁତ ଖୁସିହୋଇ ଏହି ମହିଳାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପସୂତି ମହିଳା ,ଦୃର୍ଘଟଣା ଗସ୍ତ ଓ ଅନ୍ୟାନ ଗୁରୁତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି । ଏହି ପରି ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରୁ ରକ୍ତସଂଗ୍ରହ କମିକମି ଗଲେ ଆଗାମି ଦିନରେ ଜିଲ୍ଲାର ରୋଗୀ ମାନେ ରକ୍ତଅବାବରୁ ଚିକତ୍ସିତ ହୋଇନପାରି ମୃତ୍ୟୁବରଣ ଆଶଙ୍କାକୁ ଏଡାଇଦିଆ ଯାଇନପାରେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.