Home ଆମ ପର୍ବ ପର୍ବାଣୀ କଦଳା ଜଗନ୍ନାଥ ମୂର୍ତ୍ତି ନିର୍ମାଣ ପାଇଁ ଦାରୁ ଯାତ୍ରା

କଦଳା ଜଗନ୍ନାଥ ମୂର୍ତ୍ତି ନିର୍ମାଣ ପାଇଁ ଦାରୁ ଯାତ୍ରା

500

ଯାଜପୁର, ୨୦/୫ (ଓଡ଼ିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ହରିଦାସପୁର କଦଳା ଜଗନ୍ନାଥ ନିର୍ମାଣ ପାଇଁ ଦାରୁ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ବାଲିଗରି ଗ୍ରାମରେ ଥିବା ଏକ ନିମ୍ବଗଛରେ ଗଦା, ଚକ୍ର ଆଦି ଚିହ୍ନ ଦେଖାଯାଇ ଦାରୁ ଚିହ୍ନଟ ପକ୍ରିୟ ଶେଷ କରାଯାଇଥିଲ। ପରେ ଦାରୁ ଚେଦନ ସମାପନ ହେବା ପରେ ଜଗନ୍ନାଥ ର୍ନମାଣ କରାଯିବା ପାଇଁ ଆଜି ମନ୍ଦିର ପରିସରରେ ଦାରୁ ପହଁଚିଛି। ଏହି ଦାରୁ ଯାତ୍ରାରେ ବାଲିଗରି, କୋଶଳିଆ, କଂଚିଆ, ହରିଦାସପୁର, କଦଳା ଗ୍ରାମରୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଯୋଗଦେଇ ବିଧି ପୂର୍ବକ ପୁଜାର୍ଚ୍ଚନା କରାଯିବା ପରେ ଦାରୁ ଆସିଥିଲା। ଦାରୁ ଯାତ୍ରା ଅବସରେ ବହୁ ଭକ୍ତ ଏବଂ ଶ୍ରଦ୍ଧାଳୁ ଗ୍ରାମମାନଙ୍କରେ ନୂତନ ବସ୍ତ୍ର ରାସ୍ତାରେ ବିଛାଇ କଳସ ବସାଇ ଦାରୁ ଯାତ୍ରାରେ ନିଜର ଭକ୍ତିଭାବ ପ୍ରକାଶ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀ, ହରିବୋଲ ହୁଳହୁଳି ନାଦରେ ସମଗ୍ର ଗ୍ରାମପରିବେଶରେ ଏକ ଭକ୍ତିଭାବ ସୃଷ୍ଟି କରିଥିଲା। ଏହି ଦାରୁ ଯାତ୍ରାରେ ପାଖଆଖ ୫ଟି ଗ୍ରାମବସୀ ସହଯୋଗ କରିଥିବା ବେଳେ କେଶବ ସାମଲ କର୍ତ୍ତା ଭାବେ କାର୍ଯ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.